ଡିଏଭି ପୋଖରୀପୁଟର ବାର୍ଷିକ ଉତ୍ସବ “କାଭିସ୍‌” ଉଦ୍‌ଯାପିତ

Published: Dec 23, 2022, 11:20 pm IST
DAV PKT

ଭୁବନେଶ୍ୱର: ଡିଏଭି ପୋଖରୀପୁଟର ବାର୍ଷିକ ଉତ୍ସବ “କାଭିସ୍‌” ଉଦ୍‌ଯାପିତ ହୋଇଯାଇଛି। ପାରମ୍ପରିକ ରୀତିରେ ବେଦମନ୍ତ୍ର ପାଠ ସହ ଡିଏଭି ଗାନପୂର୍ବକ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ସାମୂହିକ ସଙ୍ଗୀତ ଗାନ ପରେ ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍‍ ଡକ୍ଟର ଅରୁଣ କୁମାର ରଥ ଅତିଥିମାନଙ୍କର ସ୍ୱାଗତ ପରିଚୟ ପ୍ରଦାନ କରିଥିଲେ।

ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିରୂପେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର କୁଳପତି ଯୋଗଦାନ କରି ‘ସାମୂହିକ ସହଯୋଗ ଓ ଉଦ୍ୟମ ସଫଳତାର ମହାମନ୍ତ୍ର’ ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ତଥା ସହ ଆଞ୍ଚଳିକ ଅଧିକାରୀ ଡ. ସୁଜାତା ଚଳିତ ବର୍ଷର ବିବିଧ କାର୍ଯ୍ୟକ୍ରମ ତଥା କୃତିତ୍ୱ ସମ୍ବନ୍ଧୀୟ ବାର୍ଷିକ ବିବରଣୀ ପାଠ କରିଥିଲେ।

ଏହି ଅବସରରେ ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀ, ଦଶମ ଶ୍ରେଣୀର କୃତିତ୍ୱଧାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଜର କର୍ମ ନିପୁଣତା ପାଇଁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ସାଂସ୍କୃତିକ ବିଭାଗର ସହ-ସଂଯୋଜିକା ସ୍ମ୍ରିିତି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାୟ ୬୦୦ ବିଦ୍ୟାର୍ଥୀଙ୍କ ଦ୍ୱାରା ଆକର୍ଷଣୀୟ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମକୁ ୩୦୦୦ରୁ ଊର୍ଦ୍ଧ୍ୱ ଦର୍ଶକ ମନଭରି ଉପଭୋଗ କରି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ଶାସ୍ତ୍ରୀୟ ନୃତ୍ୟ, ଫିଫା ଫିଭର, ଗଣତନ୍ତ୍ରର ଚାରୋଟି ସ୍ତମ୍ଭ, ଓଡ଼ିଆ ଡ୍ରାମା – ଯିଏ ସୁଖ ଦୁଃଖରେ ସାଥୀ, ଡିସ୍କୋ ଡ୍ୟାନ୍‌ସ ଆଦି କାର୍ଯ୍ୟକ୍ରମକୁ ଚିତ୍ତାକର୍ଷକ ଶୈଳୀରେ ଶିଶୁଶିଳ୍ପୀମାନେ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥଲେ।

Related posts