Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଳକର ନାକରୁ ଟେନିସ୍ ବଲ୍ ଆକାରର ଟ୍ୟୁମର ବାହାର କରିବାରେ ସମ୍ମମ୍‌ର ସର୍ଜନ ସଫଳ
ଆଜିର ଖବର

ବାଳକର ନାକରୁ ଟେନିସ୍ ବଲ୍ ଆକାରର ଟ୍ୟୁମର ବାହାର କରିବାରେ ସମ୍ମମ୍‌ର ସର୍ଜନ ସଫଳ

December 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏକ ୮ ବର୍ଷର ବାଳକର ନାକରୁ ଟେନିସ୍ ବଲ୍ ଆକାରର ଟ୍ୟୁମରକୁ ନାକ ବାଟେ ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜିକାଲ ଟିମ୍।

ଯାଜପୁର ଅଂଚଳର ଆୟୁଷ କୁମାର ସାହୁ ନାମକ ବାଳକଟି ଦୀର୍ଘ ୬ ମାସ ଧରି ନାକ ବନ୍ଦ ହୋଇଯିବା, ପାଟି ବାଟେ ନିଃଶ୍ୱାସ ନେବା, ନାକରୁ ରକ୍ତ ସ୍ରାବ ହେବା ଏବଂ ମୁଣ୍ଡ ବିନ୍ଧା ହେବା ଭଳି ସମସ୍ୟା ନେଇ ହସ୍ପିଟାଲ୍‌କୁ ଆସିଥିଲେ।

ଯଦିଓ ବାଳକଟିର ପରିବାର ସଦସ୍ୟ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ହସ୍ପିଟାଲ୍‌ରେ ଏହି ସମସ୍ୟା ନେଇ ପରାମର୍ଶ କରିଥିଲେ କିନ୍ତୁ ରୋଗର ଉପଯୁକ୍ତ ପରୀକ୍ଷଣ କରାଯାଇ ପାରି ନଥିଲା।

ସମ୍ମମ୍‌ର ଇଏନ୍‌ଟି ଆଣ୍ଡ ସ୍କଲ ବେସ୍ ସର୍ଜରୀ ବିଭାଗର ମୁଖ୍ୟ ତଥା ସିନିୟର୍ କନ୍‌ସଲ୍‌ଟାଂଟ ଡାକ୍ତର ରାଧାମାଧବ ସାହୁ ବାଳକଟିର ଚିକିତ୍ସା ଆରମ୍ଭ କରିବା ସହ ତା’ର ବିଭିନ୍ନ ରେଡିଓଲୋଜି ସମ୍ପର୍କିତ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ବାଳକଟିର ମସ୍ତିଷ୍କରୁ ନାକ ପର୍ଯ୍ୟନ୍ତ ଏକ ୮ ସେମିର କୋଷିକା ଉତ୍ପନ୍ନ ହୋଇଥିବା ଜଣାପଡ଼ିଥିଲା। ଏହାକୁ ଡାକ୍ତରୀ ଭାଷାରେ ମେନିନ୍‌ଗୋଏନ୍‌ସିଫାଲୋସିଲ୍ ବୋଲି କୁହାଯାଇଥାଏ। ବାଳକଟିର ମୁହଁକୁ କଟା ନ ଯାଇ ଏଣ୍ଡୋସ୍କୋପିକ୍ ପଦ୍ଧତିେରେ କୋଷିକାଟିକୁ ବାହାର କରାଯାଇଥିଲା।

ଏଭଳି କ୍ଷେତ୍ରରେ ଖପୁରୀରୁ ନାକ ପର୍ଯ୍ୟନ୍ତ ଏହି କୋଷିକାଟି ଲମ୍ବି ଥାଏ ଏବଂ ନାକ ଏବଂ ପାଟିର ଦ୍ୱାରକୁ ଅନେକ କ୍ଷେତ୍ରରେ ବନ୍ଦ କରି ରଖିଥାଏ। ଏଭଳି କାରଣ ଯୋଗୁଁ ବାଳକଟିର ବିଭିନ୍ନ ସମସ୍ୟା ଦେଖାଦେଇଥିଲା ବୋଲି ଡାକ୍ତର ସାହୁ କହିଛନ୍ତି।

ଡାକ୍ତର ସାହୁଙ୍କ ସମେତ ତାଙ୍କ ଟିମ୍ ଯିଏ କି ଏହି ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ ସାମିଲ ହୋଇଥିଲେ ଏବଂ ଖପୁରୀରେ ଉପୁଜିଥିବା ତୃଟିକୁ ସୁଧାରିଥିଲେ ସେମାନେ ହେଲେ ସିନିୟର୍ ଆନେସଥେସିଷ୍ଟ ଡାକ୍ତର ରଞ୍ଜିତ ପତି ଓ ଇଏନ୍‌ଟି ସର୍ଜନ୍ ଡାକ୍ତର ପୁଜା ଲାଖୋଟିଆ।

ଅପରେସନ୍ ପରେ ବାଳକଟିର ଯେଭଳି ମେନିନ୍‌ଜାଇଟିସ୍ ସମସ୍ୟା ନ ଉପୁଜେ ସେଥି ନିମନ୍ତେ ଶିଶୁରୋଗ ବିଭାଗର ମୁଖ୍ୟ ତଥା ସିନିୟର୍ କନ୍‌ସଲ୍‌ଟାଂଟ ପ୍ରଦୀପ କୁମାର ଦେ ଓ ତାଙ୍କ ଟିମ୍‌ଙ୍କ ତତ୍ୱାବଧାନରେ ଆଇସିୟୁରେ ଚିକିତ୍ସା କରାଯାଇଥିଲା। ଅପରେସନ୍‌ର ଏକ ମାସ ପରେ ବାଳକଟି ସଂପୂର୍ଣ୍ଣ ସୁସ୍ଥ ଅଛି ଏବଂ ତା’ର କୌଣସି ସମସ୍ୟା ନାହିଁ ବୋଲି ଡାକ୍ତର ସାହୁ କହିଛନ୍ତି।

ଏଣ୍ଡୋସ୍କୋପିକ୍ ସ୍କଲବେସ୍ ସର୍ଜରୀ ହେଉଛି ଏକ ଉନ୍ନତମାନର ସର୍ଜରୀ ପ୍ରକ୍ରିୟା ଏବଂ ଭାରତର ମାତ୍ର କେତୋଟି ହାତଗଣତି ସ୍ୱାସ୍ଥ୍ର‌୍ୟ ଅନୁଷ୍ଠାନ ମଧ୍ୟରୁ ସମ୍ମମ୍‌ର ଇଏନ୍‌ଟି ଆଣ୍ଡ ସ୍କଲବେସ୍ ସର୍ଜରୀ ବିଭାଗ ହେଉଛି ଅନ୍ୟତମ ଯେଉଁଠାରେ ଏହି ପ୍ରକ୍ରିୟାରେ ସର୍ଜରୀ କରାଯାଇଥାଏ।

ଟ୍ୟୁମର
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବ ଭାରତ ସମେତ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଚଳିତ ବଜେଟ: ଧର୍ମେନ୍ଦ୍ର ପ୍ରଧାନ

February 1, 2026

ଆଇଟି ସେବା ନିମନ୍ତେ ନିରାପଦ ସ୍ଥାନ ପାଇବାର ସୀମା ୩୦୦ କୋଟିରୁ ୨୦୦୦ କୋଟିକୁ ବୃଦ୍ଧି

February 1, 2026

“କେରଳର ନାମ ଉଲ୍ଲେଖ ନାହିଁ”: ବଜେଟ୍ ଉପରେ ଶଶି ଥରୁରଙ୍କ ପ୍ରଥମ ପ୍ରତିକ୍ରିୟା

February 1, 2026

ଇସଲାମ ଛାଡି ହିନ୍ଦୁ ନାମ ରଖିଛନ୍ତି କି ଉର୍ଫି ଜାଭେଦ?: ସ୍ପଷ୍ଟ କଲେ ଅଭିନେତ୍ରୀ

February 1, 2026
Latest News

ପୂର୍ବ ଭାରତ ସମେତ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଚଳିତ ବଜେଟ: ଧର୍ମେନ୍ଦ୍ର ପ୍ରଧାନ

February 1, 2026

ଆଇଟି ସେବା ନିମନ୍ତେ ନିରାପଦ ସ୍ଥାନ ପାଇବାର ସୀମା ୩୦୦ କୋଟିରୁ ୨୦୦୦ କୋଟିକୁ ବୃଦ୍ଧି

February 1, 2026

ଷୋଡ଼ଶ ଆର୍ଥିକ କମିଶନଙ୍କ ସୁପାରିଶକୁ ସରକାରଙ୍କ ସ୍ୱୀକୃତି: ରାଜ୍ୟଗୁଡ଼ିକୁ ମିଳିବ ୪୧% କେନ୍ଦ୍ରୀୟ ଟିକସ

February 1, 2026

“କେରଳର ନାମ ଉଲ୍ଲେଖ ନାହିଁ”: ବଜେଟ୍ ଉପରେ ଶଶି ଥରୁରଙ୍କ ପ୍ରଥମ ପ୍ରତିକ୍ରିୟା

February 1, 2026

ଇସଲାମ ଛାଡି ହିନ୍ଦୁ ନାମ ରଖିଛନ୍ତି କି ଉର୍ଫି ଜାଭେଦ?: ସ୍ପଷ୍ଟ କଲେ ଅଭିନେତ୍ରୀ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.