ନୀତୀଶ ଇସ୍ତଫା ଦେଇ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବିଜେପିର ଦାବି

Published: Dec 25, 2022, 12:52 pm IST

ପାଟନା: ବିହାରରେ ଅପରାଧ ଏବଂ ମଦ ନିଷେଧ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେପି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ଏହି ମାମଲାରେ ବିହାର ସରକାର ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବିରୋଧୀ ଘେରି ରହିଛନ୍ତି। ଏଠାରେ କିଛି ଦିନ ପୂର୍ବରୁ ଆରଏସ ଭଟ୍ଟ ବିହାରର ନୂତନ ଡିଜିପି ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ବିଜେପି ମୁଖପାତ୍ର ନିଖିଲ ଆନନ୍ଦ ପୁଣି ଥରେ ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଉପରେ ଆକ୍ରମଣ କରି ଶନିବାର ଦିନ ନୀତୀଶ କୁମାରଙ୍କ ଇସ୍ତଫା ଦାବିରେ ସେ ପୁଣିଥରେ ବିହାରକୁ ବଞ୍ଚାଇବା କଥା କହିଛନ୍ତି। ଏହା ସହିତ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସେ କହିଛନ୍ତି।

ଏକ ଟୁଇଟରେ ଭିଡିଓ ରିଲିଜ୍ କରୁଥିବାବେଳେ ନିଖିଲ ଆନନ୍ଦ କହିଛନ୍ତି ଯେ, ବିହାର ପୁଣି ଅନ୍ଧକାର ଯୁଗକୁ ଫେରିଛି। ଲୋକମାନେ ସନ୍ଧ୍ୟାରେ ଘରୁ ବାହାରକୁ ଯିବାକୁ ଡରୁଛନ୍ତି। ହାତ ଯୋଡି ସେ ନିତୀଶଙ୍କୁ ଇସ୍ତଫା ଦେଇ ଆଶ୍ରମକୁ ଯିବା ପାଇଁ ଅନୁରୋଧ କରିଛନ୍ତି। ଏବଂ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କହିଛନ୍ତି। ମୋଟ ଉପରେ, ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବା ସପକ୍ଷରେ ବିଜେପି ଅଛି। ଏହାପୂର୍ବରୁ ପ୍ରଶାନ୍ତ କିଶୋର ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଉପରେ ଆକ୍ରମଣ କରି କହିଥିଲେ ଯେ, ତେଜସ୍ୱୀ ଯାଦବଙ୍କୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କରାଯିବା ଉଚିତ୍। ୨୦୨୫ ବର୍ଷ ପାଇଁ ଅପେକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ। ନୀତୀଶ କୁମାର ବିହାରର ଅବସ୍ଥାକୁ ଖରାପ କରିଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବତନ ଡିଜିପି ଏସ.କେ ସିଙ୍ଗଲଙ୍କ କାର୍ଯ୍ୟକାଳ ଅତୀତରେ ଶେଷ ହୋଇଛି, ଯାହା ପରେ ଆରଏସ ଭଟ୍ଟୀ ନୂତନ ଡିଜିପି ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଭଟ୍ଟୀଙ୍କ ଆଗମନ ସହିତ ବିହାରର ଆଇନ ଶୃଙ୍ଖଳା ସୁଧୁରିବ ବୋଲି ଆଶା କରାଯାଉଛି। ଏଭଳି ପରିସ୍ଥିତିରେ ବିଜେପି ପୁଣି ଆକ୍ରମଣାତ୍ମକ ହୋଇଛି ଏବଂ ଡିଜିପିଙ୍କୁ ବଦଳାଇ ନୀତୀଶ କୁମାର କଣ କରିବେ ବୋଲି କହିଛି। ଯେତେବେଳେ ମୁଖ୍ୟମନ୍ତ୍ରୀ ନୀତୀଶ ଇସ୍ତଫା ଦେଇନାହାନ୍ତି, ସେତେବେଳେ ପର୍ଯ୍ୟନ୍ତ ବିହାରର ସ୍ଥିତିରେ ସୁଧାର ଆସିବ ନାହିଁ।

Related posts