ଭୁବନେଶ୍ବର ଗାଡି ସୋ ରୁମରେ ଲାଗିଲା ନିଆଁ, ଏକ ବଡ ଦୁର୍ଘଟଣାରୁ ମିଳିଲା ରକ୍ଷା

Published: Dec 25, 2022, 11:10 pm IST
Fire

ଭୁବନେଶ୍ବର: ଆଜି ସଂଧ୍ୟାବେଳେ ଭୁବନେଶ୍ବରର ବରମୁଣ୍ଡାସ୍ଥିତ ଗାଡି ସୋ ରୁମ ନିକଟରେ ନିଆଁ ଲାଗିଛି। ତେବେ ଏହି ନିଆଁ ଏତେ ଜୋରରେ ଜଳିଥିଲା ଯେ ପାଖଆଖର ସମସ୍ତ ଦୋକାନ ବନ୍ଦ କରି ବାହାରକୁ ଚାଲିଆସିଥିଲେ। ନିଆଁକୁ ଦେଖି ଗାଡି ସୋ ରୁମର ବିଦ୍ୟୁତ ସରବରାହ ବନ୍ଦ କରିଦିଆଯାଇଥିଲା।

ଘଟଣାରୁ ଜଣାପଡିଛି ଯେ, ଫାୟାର ଷ୍ଟେସନ ଛକ ସାମନାରେ ଥିବା ପିଜିଏଲ ହୋଣ୍ଡା ସୋ ରୁମ ନିକଟରେ ଓଲଡିଂ କାମ ହେଉଥିଲା। ସେଥିରୁ ନିଆଁ ଲାଗି ସୋ ରୁମ ଭିତରକୁ ପଶିବାକୁ ଯାଉଥିଲା। ତେବେ ଅଗ୍ନିଶମ କର୍ମଚାରୀ ପହଁଚି ନିଆଁକୁ ଆୟତ କରିଥିଲେ। ନଚେତ ଜନଗହଳି ପୂର୍ଣ୍ଣ ସେହି ସ୍ଥାନ ତଥା 16 ନମ୍ବର ଜାତୀୟ ରାଜପଥରେ ଏକ ବଡ ଦୁର୍ଘଟଣା ଘଟିଥାଆନ୍ତା।

Related posts