Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଜାତୀୟ ଖବର

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଇଆଇଟି ବମ୍ବେ
ଆଇଆଇଟି ବମ୍ବେରେ 'ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମୁମ୍ବାଇ: ଭାରତ ଇନୋଭେଟ୍ସ’ ଆମ ଦେଶର ‘ଡିପ୍-ଟେକ୍’ ଇନୋଭେସନକୁ ବିଶ୍ୱ ଦରବାରରେ ପହଞ୍ଚାଇବ ବୋଲି ରବିବାର ଆଇଆଇଟି ବମ୍ବେ ପରିସରରେ ଆୟୋଜିତ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟ୍ – ୨୦୨୬’ ର ଉଦ୍‌ଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଫ୍ରାନ୍ସର ନିସ୍ ସହରରେ ଆୟୋଜିତ ହେବାକୁ ଥିବା ଆନ୍ତର୍ଜାତୀୟ ‘ଭାରତ ଇନୋଭେଟ୍ସ ୨୦୨୬’ ସମ୍ମିଳନୀ ପୂର୍ବରୁ ଏହି ଦୁଇ ଦିନିଆ ପ୍ରି-ସମିଟ୍ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ଉଭା ହୋଇଛି । କାର୍ଯ୍ୟକ୍ରମ ଅବସରରେ ଶ୍ରୀ ପ୍ରଧାନ ଶିଳ୍ପ ଜଗତର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏବଂ ନିବେଶକମାନଙ୍କ ସହ ଏକ ଗୋଲଟେବୁଲ ବୈଠକରେ ଆଲୋଚନା କରିଥିଲେ ।

ଡିପ୍-ଟେକ୍ କ୍ଷେତ୍ରରେ ନବସୃଜନ, ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଭାଗିତା ଏବଂ ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ସ୍ଥାୟୀ ପୁଞ୍ଜିନିବେଶ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଭାରତର ଗବେଷଣା-ଭିତ୍ତିକ ଉଦ୍ୟୋଗୀକରଣ ଏବଂ ନବସୃଜନ ଶକ୍ତିର ଉଚ୍ଚ ପ୍ରଶଂସା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଶିକ୍ଷା ମନ୍ତ୍ରଣାଳୟର ନେତୃତ୍ୱରେ ‘ଭାରତ ଇନୋଭେଟ୍ସ’ର ଲକ୍ଷ୍ୟ ହେଉଛି ଦେଶର କୋଣ ଅନୁକୋଣରେ ଥିବା ଗବେଷଣା ଏବଂ ବିକାଶ(ଆର୍ ଆଣ୍ଡ୍ ଡି) ଭିତ୍ତିକ ନବସୃଜନକୁ ବିଶ୍ୱ ଦରବାରକୁ ନେବା । ଏହା ମାଧ୍ୟମରେ ଭାରତର ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରଦର୍ଶନ କରାଯିବା ସହ ବିଶ୍ୱସ୍ତରୀୟ ସହଭାଗିତା ଏବଂ ନିବେଶର ସୁଯୋଗ ସୃଷ୍ଟି ହୋଇପାରିବ ।

“ଭାରତ ଇନୋଭେଟ୍ସ ୨୦୨୬ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଭାରତର ପ୍ରତିଭାଶାଳୀ ଯୁବକମାନଙ୍କୁ ବିଶ୍ୱ ନେତୃତ୍ୱ ପାଇଁ ପ୍ରସ୍ତୁତ କରିବାର ଏକ ସଂକଳ୍ପ । ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ଆଜି କେବଳ ପରୀକ୍ଷା ନୁହେଁ, ବରଂ ସମାଜରେ ପରିବର୍ତ୍ତନ ଆଣିବା ଭଳି ପ୍ରତିଭା ସୃଷ୍ଟି କରୁଛନ୍ତି । ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ଏହି ଡିପ୍-ଟେକ୍ ଉଦ୍ୟୋଗୀମାନଙ୍କର ପ୍ରମୁଖ ଭୂମିକା ରହିବ ।

ଶ୍ରୀ ପ୍ରଧାନ ସେଠାରେ ଆୟୋଜିତ ଷ୍ଟାର୍ଟଅପ୍ ପ୍ରଦର୍ଶନୀ ବୁଲି ଦେଖିବା ସହ ଉର୍ଜା, ଜଳବାୟୁ ସ୍ଥାୟୀତ୍ୱ, ସେମିକଣ୍ଡକ୍ଟର, ମହାକାଶ ଏବଂ ପ୍ରତିରକ୍ଷା, ସ୍ୱାସ୍ଥ୍ୟସେବା ଏବଂ ବାୟୋଟେକ୍ନୋଲୋଜି ଭଳି ବିଭିନ୍ନ କ୍ଷେତ୍ରର ନବସୃଜନକାରୀଙ୍କ ସହ ମତ ବିନିମୟ କରିଥିଲେ । ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ବାସ୍ତବ ଦୁନିଆର ସମସ୍ୟା ସମାଧାନ ପାଇଁ ଥିବା ଗଭୀରତା ଦେଖି ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ, ଦେଶର ୩୦୦୦ ରୁ ଅଧିକ ଆବେଦନ ମଧ୍ୟରୁ ମନୋନୀତ ୧୩୭ଟି ଶ୍ରେଷ୍ଠ ଡିପ୍-ଟେକ୍ ଷ୍ଟାର୍ଟଅପ୍ ଏହି ପ୍ରି-ସମିଟ୍‌ରେ ସାମିଲ ହୋଇଛନ୍ତି।

ଆଇଆଇଟି ବମ୍ବେ ଧର୍ମେନ୍ଦ୍ର ପ୍ରଧାନ ଭାରତ ଇନୋଭେଟ୍ସ ୨୦୨୬
Share. Facebook Twitter LinkedIn Email WhatsApp Copy Link

Related Posts

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026
Latest News

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.