Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭୀୟଙ୍କ ସଫଦରଜଙ୍ଗ ଡାକ୍ତରଖାନା ପରିଦର୍ଶନ
ଆଜିର ଖବର

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭୀୟଙ୍କ ସଫଦରଜଙ୍ଗ ଡାକ୍ତରଖାନା ପରିଦର୍ଶନ

December 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଭ ମାଣ୍ଡଭୀୟ ନୂଆଦିଲ୍ଲୀ ସ୍ଥିତ ସଫଦରଜଙ୍ଗ ଡାକ୍ତରଖାନା ପରିଦର୍ଶନ କରି କୋଭିଡ- ୧୯ ପ୍ରବନ୍ଧନ ପାଇଁ ଡାକ୍ତରଖାନା ଭିତ୍ତିଭୂମି ସୁନିଶ୍ଚିତ କରିବାକୁ ମକ ଡ୍ରିଲ ସମୀକ୍ଷା କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, “ମୁଁ ନିକଟରେ ରାଜ୍ୟଗୁଡିକର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହ କୋଭିଡ- ୧୯ ସ୍ଥିତି, ଏହାର ମୁକାବିଲା ତଥା କୋଭିଡ ପ୍ରବନ୍ଧନ ପ୍ରସ୍ତୁତି ସମୀକ୍ଷା କରିଛି। ସାରା ଦେଶରେ ଆଜି କୋଭିଡ- ୧୯ ପ୍ରବନ୍ଧନ ପ୍ରସ୍ତୁତି ସମୀକ୍ଷା ପାଇଁ ମକ ଡ୍ରିଲ ଆୟୋଜିତ ହୋଇଛି। କୋଭିଡ ପ୍ରବନ୍ଧନ ପାଇଁ ଡାକ୍ତରଖାନାଗୁଡିକରେ ନୈଦାନିକ ପ୍ରସ୍ତୁତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସରକାରୀ ଏବଂ ବେସରକାରୀ ଡାକ୍ତରଖାନାଗୁଡିକରେ ଆଜି ମକ ଡ୍ରିଲ ହେଉଛି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନେ ନିଜ ନିଜ ରାଜ୍ୟରେ ମକ ଡ୍ରିଲ ସମୀକ୍ଷା କରୁଛନ୍ତି।“

ସଫଦରଜଙ୍ଗ ଡାକ୍ତରଖାନା ଓ ବର୍ଦ୍ଧମାନ ମହାବୀର ମେଡିକାଲ କଲେଜର ବିଭାଗୀୟ ମୁଖ୍ୟ ଓ କର୍ମଚାରୀମାନଙ୍କ ସହ କେନ୍ଦ୍ର ମନ୍ତ୍ରୀ ଅନୌପଚାରିକ ଆଲୋଚନା କରିଛନ୍ତି। ବିଭିନ୍ନ ବିଭାଗର ମୁଖ୍ୟ, ଡାକ୍ତର, ନର୍ସ, ସୁରକ୍ଷା ଓ ସ୍ୱଚ୍ଛତା ସେବା ମୁଖ୍ୟଙ୍କ ସହ ସେ ପ୍ରାୟ ଏକ ଘଣ୍ଟା ଅତିବାହିତ କରି ଗୁଣବତ୍ତାସମ୍ପନ୍ନ ଡାକ୍ତରଖାନା ପ୍ରବନ୍ଧନ, ନିଦାନ ପ୍ରକ୍ରିୟା, ସଂକ୍ରମଣ ନିୟନ୍ତ୍ରଣ ପଦକ୍ଷେପ, ସ୍ୱଚ୍ଛତା ପ୍ରକ୍ରିୟା, ରୋଗୀ କେନ୍ଦ୍ରିକ ଉଚ୍ଚଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ସେମାନଙ୍କ ମତାମତ ଧୈର୍ଯ୍ୟର ସହ ଶୁଣିଛନ୍ତି। ସେମାନେ ମହାମାରୀ ବେଳେ ଦିନରାତି ସେବା ପ୍ରଦାନର ଅଭିଜ୍ଞତା ବାଣ୍ଟିଥିଲେ। ଡଃ ମାଣ୍ଡଭୀୟ ବିଭାଗୀୟ ମୁଖ୍ୟମାନଙ୍କୁ ପ୍ରତି ସପ୍ତାହରେ ନିଜ ଟିମକୁ ଭେଟିବା ସହ ବ୍ୟକ୍ତିଗତ ଭାବେ ସମସ୍ତ ବିଭାଗ ପରିଦର୍ଶନ କରିବା ଓ ସର୍ବୋତ୍ତମ ପରିଣାମ ସୁନିଶ୍ଚିତ କରିବା ପାଇଁ ପ୍ରଦର୍ଶନର ମୂଲ୍ୟାୟନ ପାଇଁ ପରାମର୍ଶ ଦେଇଛନ୍ତି। ମହାମାରୀ ବେଳେ ଡାକ୍ତରମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି।

ଡଃ ମାଣ୍ଡଭୀୟ ଏହି ଅବସରରେ ସମସ୍ତଙ୍କୁ ସତର୍କ ରହିବା ସହ କୋଭିଡ ଉପଯୋଗୀ ନିୟମାବଳୀ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି। ସତର୍କ ରହିବା ସହ ଅବିଶ୍ୱନୀୟ ଖବର ପ୍ରସାରଣରୁ ଦୂରେଇ ରହି ଉଚ୍ଚସ୍ତରୀୟ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। “ସାରା ବିଶ୍ୱରେ କୋଭିଡ ମାମଲା ବଢୁଛି ଓ ଭାରତରେ ମଧ୍ୟ କୋଭିଡ ମାମଲା ବଢିପାରେ। ତେଣୁ ଉପକରଣ, ପ୍ରକ୍ରିୟା ଓ ମାନବ ସମ୍ବଳ ଭଳି ସମ୍ପୂର୍ଣ୍ଣ କୋଭିଡ ଭିତ୍ତିଭୂମିର ପରିଚାଳନାଗତ ପ୍ରସ୍ତୁତି ସୁନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ।”

ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡାକ୍ତର ଅତୁଲ ଗୋୟଲ, ସଫଦରଜଙ୍ଗ ଡାକ୍ତରଖାନାର ଚିକିତ୍ସା ଅଧୀକ୍ଷକ ଡା ବିଏଲ ଶେରୱା, ସ୍ୱଚ୍ଛତା ସହ ବିଭିନ୍ନ ବିଭାଗର ମୁଖ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ସଫଦରଜଙ୍ଗ ଡାକ୍ତରଖାନା
Share. Facebook Twitter LinkedIn Email WhatsApp Copy Link

Related Posts

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026

ଇଣ୍ଡିଆ ଏଆଇ ଷ୍ଟାକ୍: ପ୍ରଯୁକ୍ତିରେ ସଶକ୍ତ ଭବିଷ୍ୟତ

February 22, 2026

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026
Latest News

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ଇଣ୍ଡିଆ ଏଆଇ ଷ୍ଟାକ୍: ପ୍ରଯୁକ୍ତିରେ ସଶକ୍ତ ଭବିଷ୍ୟତ

February 22, 2026

ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2026

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.