
ଗତକାଲି ଉତ୍ତର ପ୍ରଦେଶରେ ଜଣେ ବିଜେପି କର୍ମୀ ତଥା ସ୍ମୃତି ଇରାନୀଙ୍କ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ମୃତକ ଜଣକ ହେଲେ ଜାମୋ ଥାନା ଅନ୍ତର୍ଗତ ବରୌଲିଆ ଗାଁର ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ସିଂହ। ସେ ନବ ନିର୍ବାଚିତ ଆମେଥି ସାଂସଦ ସ୍ମୃତି ଇରାନୀଙ୍କ ଅତି ନିକଟତର ସହଯୋଗୀ ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ରବିବାର ସକାଳୁ ମୃତକଙ୍କ ପରିବାରକୁ ଭେଟିବାକୁ ଯାଉଛନ୍ତି ସ୍ମୃତି ଇରାନୀ। ରବିବାର ଦିନ ୨ ଟାରେ ସ୍ମୃତି ସ୍ଥାନୀୟ ଅଞ୍ଚଳରେ ପହଞ୍ଚିବେ। ଉଲ୍ଲେଖଯୋଗ୍ୟ ଯେ, ସୁରେନ୍ଦ୍ର ଶନିବାର ରାତିରେ ଘର ବାହାରେ ଶୋଇଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ଆସି ଗୁଳି ବର୍ଷା କରିଥିଲେ। ପରିବାର ଲୋକ ତୁରନ୍ତ ତାଙ୍କୁ ଲକ୍ଷ୍ନୌ ନେଇଥିଲେ। ମାତ୍ର ମେଡ଼ିକାଲରେ ପହଁଚିବା ପୂର୍ବରୁ ସେ ଅଧା ରାସ୍ତାରେ ପ୍ରାଣ ହରାଇଥିଲେ। ତେବେ ଘଟଣା ପରେ ଦୃବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛ। ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହା ସହିତ ପୋଲିସ ତଦନ୍ତ ମଧ୍ୟ ଆରମ୍ଭ କରିଛି।