ପ୍ରଧାନମନ୍ତ୍ରୀ ପଦବୀରୁ ଓହରିଲେ ପିଟର ଓ ନୀଲ୍‌

Published: May 26, 2019, 12:41 pm IST

ପପୁଆ ନ୍ୟୁ ଗିନି ପ୍ରଧାନମନ୍ତ୍ରୀ ପିଟର ଓ ନୀଲ୍‌ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି। ଦୀର୍ଘ ସାତ ବର୍ଷ ଧରି ପ୍ରଧାନମନ୍ତ୍ରୀ ଦାୟିତ୍ବରେ ରହିବା ପରେ ରବିବାର ଦିନ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି ନୀଲ୍‌। ସଂସଦରେ ତାଙ୍କର ବିରୋଧାଭାସ କରାଯିବାରୁ ସେ ନିଜକ ପଦବୀରୁ ଓହରିଥିବା ଅନୁମାନ କରାଯାଉଛି। ନିଲ୍‌ଙ୍କ ପରେ ନୂତନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବେ ସାର୍ ଜୁଲିୟସ୍‌ ଚାନ୍‌। ବିଗତ କିଛି ସପ୍ତାହ ହେବ ଆନ୍ତର୍ଜାତୀୟ ସମୁଦାୟଙ୍କ ସହ କୌଣସି ସମ୍ପର୍କ ରଖୁନଥିବା ପିଟର ଓ ନୀଲ୍‌ କହିଛନ୍ତି, ପପୁଆ ନ୍ୟୁ ଗିନି ପାଇଁ ଏହା ପରିବର୍ତ୍ତନର ସମୟ। ଫ୍ରାନ୍ସ ସହିତ ହୋଇଥିବା ଏକ ପ୍ରାକୃତିକ ଗ୍ୟାସ ରାଜିନାମା ନେଇ ନୀଲ୍‌ଙ୍କୁ ଦଳ ମଧ୍ୟରେ ବିରୋଧ କରାଯାଇଥିଲା। ପିଟର ଓ ନୀଲ୍‌ ୨୦୧୧ରୁ ଏହି ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ରର ଦାୟିତ୍ବ ଗ୍ରହଣ କରିଛନ୍ତି। ଶୁକ୍ରବାର ନୀଲ୍‌ଙ୍କ ୯ ଜଣ ସହଯୋଗୀ ମଧ୍ୟ ବିପକ୍ଷ ଦଳ ସହିତ ହାତ ମିଶାଇଥିଲେ।

Related posts