ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ୧୫ ଜଣ ଏସପି

Published: Dec 30, 2022, 6:48 pm IST

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ସେମାନଙ୍କ ମଧ୍ୟରେ ତିନି ଜଣ ଡିଆଇଜି ପାହ୍ୟାକୁ ପଦନ୍ନୋତି ହୋଇଥିବାରୁ ତାଙ୍କର ବଦଳ ହୋଇଛି। ସେହିପରି ମୋଟ ୧୫ ଜଣ ଏସପିଙ୍କୁ ବିଭିନ୍ନ ଜିଲ୍ଲାକୁ ବଦଳି ହୋଇଛି।

ଯେଉଁ ତିନିଜଣଙ୍କୁ ପଦନ୍ନୋତି ଦିଆଯାଇଛି, ସେମାନେ ହେଲେ ଜଗତସିଂହପୁର ଏସପି ଅଖିଳେଶ୍ବର ସିଂ, ଗଂଜାମ ଏସପି ବ୍ରଜେଶ ରାଏ, ଭଦ୍ରକ ଏସପି ଚରଣ ସିଂ ମିନା। ଅଖିଳେଶ୍ବର ସିଂ ଡିଆଇଜି ପାହ୍ୟାକୁ ପଦନ୍ନୋତି ପରେ ତାଙ୍କୁ ଏସଏପି ର ଡିଆଇଜି କରାଯାଇଛି।

ସେହିପରି ଗଂଜାମ ଏସପି ବ୍ରଜେଶ ରାଏଙ୍କୁ ଡିଆଇଜି ଅନୁଗୁଳକୁ ବଦଳି କରାଯାଇଛି। ଅନ୍ୟପକ୍ଷରେ ପଦନ୍ନୋତି ପାଇଥିବା ଭଦ୍ରକ ଏସପି ଚରଣସିଂ ମିନାଙ୍କୁ ଅଗ୍ନିଶମ ଏବଂ ହୋମଗାର୍ଡର ଡିଆଇଜି ଭାବେ ବଦଳି କରାଯାଇଛି।

Related posts