ମାଣ୍ଡିଆ ସଂଗ୍ରହ ନିମନ୍ତେ ଚାଷୀ ପଂଜୀକରଣ ଅବଧି ବଢ଼ିଲା

Published: Dec 30, 2022, 7:32 pm IST
Mandia

ଭୁବନେଶ୍ୱର: ରାଜ୍ୟରେ ମାଣ୍ଡିଆ ସଂଗ୍ରହ ନିମନ୍ତେ ଚାଷୀ ପଂଜୀକରଣର ସମୟ ସୀମାକୁ ୨୦୨୩ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଅବଧି ୩୧ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା।

ଅଧିକ ସଂଖ୍ୟକ ମାଣ୍ଡିଆ ଚାଷୀ ନୂତନ ଭାବେ ନିଜ ନାମ ପଂଜୀକରଣ ପାଇଁ ଆସୁଥିବା ଲକ୍ଷ୍ୟ କରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏମ୍‌-ପାସ୍‌ ଜରିଆରେ ଅନ୍‌ଲାଇନ୍‌ ଚାଷୀ ପଂଜୀକରଣ ସମୟ ସୀମାକୁ ବୃଦ୍ଧି କରାଯାଇଛି।

ଏହା ଦ୍ୱାରା ଅଧିକ ସଂଖ୍ୟକ ନୂତନ ମାଣ୍ଡିଆ ଚାଷୀଙ୍କୁ ପଂଜୀକରଣର ସୁବିଧା ମିଳିବ। ପଂଜୀକୃତ ଚାଷୀମାନେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟରେ ମଣ୍ଡିରେ ମାଣ୍ଡିଆ ବିକି୍ର କରିପାରିବେ ।

ଆଜି ଏହି ମର୍ମରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ରାଜ୍ୟର ୧୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି।

Related posts