Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାମଚନ୍ଦ୍ର ରାଜା ହେବା ପରେ ହଠାତ୍ ହଜିଗଲେ ଭ୍ରାତା ଭରତ, ଜାଣନ୍ତୁ ତାଙ୍କୁ କେଉଁଠୁ ପାଇଲେ ହନୁମାନ?
ଆଜିର ଖବର

ରାମଚନ୍ଦ୍ର ରାଜା ହେବା ପରେ ହଠାତ୍ ହଜିଗଲେ ଭ୍ରାତା ଭରତ, ଜାଣନ୍ତୁ ତାଙ୍କୁ କେଉଁଠୁ ପାଇଲେ ହନୁମାନ?

December 31, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଉପେନ୍ଦ୍ର ବଳିୟାରସିଂହ

ଚଉଦ ବର୍ଷ ବନବାସ ପରେ ଶ୍ରୀରାମଙ୍କ ଅଭିଷେକ ହେଲା। ଦେବତାମାନେ ପୁଷ୍ପ ବୃଷ୍ଟି କଲେ। ଅପ୍ସରାମାନେ ନୃତ୍ୟ କଲେ। ଭଗବାନ ଚନ୍ଦ୍ରଶେଖର ଆସି ପ୍ରଭୁଙ୍କର ସ୍ତୁତି କଲେ। ସେତେବେଳେ ଗୋଟିଏ ଘଟଣା ଘଟିଲା। ହନୁମାନଜୀ ତାଙ୍କର ସତର୍କ ଦୃଷ୍ଟି ଅଯୋଧ୍ୟା ଭିତରେ ବୁଲାଇ ଆଣିଲେ। କେବଳ ଭରତଜୀଙ୍କୁ ଛାଡି ଅନ୍ୟମାନେ ଦେଖା ପଡ଼ିଲେ। କିନ୍ତୁ ସେ ଭରତଜୀଙ୍କୁ ଦେଖିପାରିଲେ ନାହିଁ।

ଭରତ ଗଲେ କୁଆଡେ? ହନୁମାନଜୀ ଖୋଜିବାକୁ ଲାଗିଲେ। ଯେଉଁ ବ୍ୟକ୍ତିର ଅନୁପସ୍ଥିତିରେ ରାମ ପଞ୍ଚାୟତ ହୋଇପାରିବ ନାହିଁ। ଭରତ ନଥିଲେ, ରାମ ରାଜ୍ୟ ହୋଇପାରିବ ନାହିଁ। ଯେଉଁ ପଞ୍ଚାୟତ ଭରତଙ୍କ ଉପରେ କୃତଜ୍ଞତା ଜ୍ଞାପନ କରେ, ସେ କାହାନ୍ତି?

ହନୁମାନ ଲୋକାରଣ୍ୟ ଭିତରେ ଖୋଜୁଥାନ୍ତି। ଖୋଜି ଖୋଜି ସେ ଭରତଙ୍କୁ ସିଂହାସନର ପଛ ପଟେ ଠାବ କଲେ। ପ୍ରଭୁଙ୍କ ମସ୍ତକ ଉପରେ ଭରତଙ୍କ ହାତରେ ଛତ୍ର ଶୋଭା ପାଉଛି। ହନୁମାନଜୀଙ୍କ ଚକ୍ଷୁ ବିସ୍ଫାରିତ ହୋଇଗଲା।

ହନୁମାନଜୀ ପଚାରିଲେ, “ପ୍ରଭୁ! ଆପଣ ଏଠାରେ କାହିଁକି ଅଛନ୍ତି? ପଛ ପଟେ ଆଢୁଆଳରେ କାହିଁକି ଅଛନ୍ତି?”

ଭରତଜୀ କହିଲେ, “କପିଶ୍ରେଷ୍ଠ ମୁଁ ମୋ ଜୀବନରେ ଏମିତି କିଛି କରିପାରିନାହିଁ, ଯାହାଙ୍କୁ ନେଇ ମୁଁ ପ୍ରଭୁଙ୍କ ସମ୍ମୁଖକୁ ଯାଇପାରିବି। ମୁଁ ପଛରେ ହିଁ ଠିକ ଅଛି।”

ହନୁମାନଜୀ କହିଲେ, “ଆଗକୁ ଆସନ୍ତୁ।”

ଭରତଜୀ କହିଲେ, “ନାଁ ହନୁମାନ, ପ୍ରଭୁଙ୍କ ଉପରେ ଛତ୍ର ଧାରଣ କରିବାର ସେବା ମୁଁ ପାଇଛି। ମୁଁ ମୋ ସ୍ଥାନରେ ଠିକ ଅଛି। ପ୍ରଭୁଙ୍କ ସାମ୍ନାକୁ ସନ୍ଥ ମହାତ୍ମା ଯାଇପାରନ୍ତି।”

ହନୁମାନ ଜୀ ଦୁଃଖରେ ଶ୍ରୀରାମଙ୍କ ପାଖକୁ ଯାଇ କହିଲେ, “ଭରତ ଜୀ ପଛରେ ଠିଆ ହୋଇଛନ୍ତି। ତାଙ୍କୁ ଆଗକୁ ଡାକନ୍ତୁ ନା?”

ଶ୍ରୀରାମ କହିଲେ,”ଭରତ ଠିକ ଜାଗାରେ ଅଛି।”

ହନୁମାନ ଜୀ କହିଲେ, “ଆପଣ ମଧ୍ୟ ନିଷ୍ଠୁର ହେଲେ?”

ହନୁମାନଙ୍କୁ ଶ୍ରୀରାମ କହିଲେ, “ଭରତ କ’ଣ କରୁଛି?”

ଆପଣଙ୍କ ମସ୍ତକରେ ଛତ୍ର ରଖିଛନ୍ତି ବୋଲି ହନୁମାନ କହିଲେ।

ପ୍ରଭୁ କହିଲେ, “ବାସ୍! ତୁମକୁ ଏହି କଥାକୁ ଜଣାଇବାକୁ ଚାହେଁ ଯେ, ଯଦି ମୋ ଉପରେ ଭରତଙ୍କର ଛତ୍ର ଛାୟା ନଥାନ୍ତା, ତାହେଲେ ଏହି ରାମ ରାଜ୍ୟ ହୋଇପାରିନଥାନ୍ତା। ରାମ ରାଜ୍ୟ ଭରତଙ୍କର ଛତ୍ର ଛାୟା ପାଇଁ ହିଁ ସମ୍ଭବ ହୋଇପାରିଛି। କାରଣ ସେ ଜଣେ ସନ୍ଥ। ସନ୍ଥଙ୍କ ଛତ୍ର ଛାୟା ତଳେ ଯଦି ଶାସନ ଚାଲେ, ତେବେ ରାଜ୍ୟ ସୁରକ୍ଷିତ ରହିପାରିବ। ପ୍ରଜାମାନେ ଶାନ୍ତିରେ ବାସ କରିପାରିବେ। ଭରତଙ୍କ ଉପରେ କିଛି କହିବା କୌଣସି ବକ୍ତାଙ୍କ ପକ୍ଷରେ ସମ୍ଭବ ନୁହେଁ। ଭରତଙ୍କ ସ୍ଵଭାବ ଅଗମ୍ୟ ଅଟେ।

ବେଦ ପାଇଁ ବ୍ରହ୍ମ ଯେମିତି ଅଗଣ୍ୟ, ସେହିପରି ସନ୍ଥଙ୍କ ସ୍ଵଭାବ ବେଦ ପାଇଁ ଅଗମ୍ୟ।

ଉପେନ୍ଦ୍ର ବଳିୟାରସିଂହ (ଭଗବତ ଚିନ୍ତକ), ବୋରିଗାଁ, ବାଣପୁର, ଖୋର୍ଦ୍ଧା। 

ଉପେନ୍ଦ୍ର ବଳିୟାରସିଂହ ରାମଚନ୍ଦ୍ର ହନୁମାନ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.