ସୌମ୍ୟଙ୍କୁ ସୁହାଇବା ପାଇଁ ଦଳର କୃତ୍ରିମ ବିପର୍ଯ୍ୟୟ କରିଛନ୍ତି ନିରଞ୍ଜନ : କାହ୍ନୁଚରଣ ଲେଙ୍କା

Published: May 26, 2019, 2:31 pm IST
congress leader kanhu charan lenka targets pcc president niranjan

ଚଳିତ ଲୋକସଭା ନିର୍ବାଚନର ଫଳାଫଳ ଏବେ ସାମ୍ନାକୁ ଆସିଛି। ଏହି ନିର୍ବାଚନରେ ବିଜେଡି ବହୁମତ ହାସଲ କରି ବିଜୟୀ ହୋଇଥିବା ବେଳେ ବିଜେପି କିଛିକାଂଶରେ ସ୍ଥାନ ଅଧୀକୃତ କରିଛି। କଂଗ୍ରେସ ଏହି ତାଲିକାରେ ପଛରେ ପଡି ଯାଇଥିବାରୁ ନେତୃବୃନ୍ଦଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ନେତା କାହ୍ନୁଚରଣ ଲେଙ୍କା। ରାଜ୍ୟରେ ବିଜେଡିକୁ ୧୧୨, ବିଜେପି ୨୩ ଏବଂ କଂଗ୍ରେସକୁ ୮ଟି ଆସନ ମିଳିଛି। ଦଳର ଏଭଳି ପ୍ରଦର୍ଶନ ପାଇଁ ଦାୟୀ କିଏ ତାହା ସମୀକ୍ଷା କରିବା ପାଇଁ ଏକ କମିଟି ଗଠନ କରାଯାଇଛି। ଓଡିଶାରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ରାଜ୍ୟର ନେତୃବୃନ୍ଦ ଦାୟୀ ବୋଲି କାହ୍ନୁଚରଣ କହିଛନ୍ତି। ରାଜ୍ୟରେ ଦଳର କୃତ୍ରିମ ବିପର୍ଯ୍ୟୟ କରାଯାଇଛି। ବର୍ତମାନ କଂଗ୍ରେସ ଦଳ ବାପ ପୁଅର ଦଳ ଭାବରେ ପରିଣତ ହୋଇଛି। ବିପର୍ଯ୍ୟୟ ସମୀକ୍ଷା ପାଇଁ ଗଠନ କରାଯାଇଥିବା କମିଟି ନିଜେ ବିପର୍ଯ୍ୟୟ ପାଇଁ ଦାୟୀ। ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ନେଇ ବ୍ୟାକୁଳ ଥିଲେ। ତେଣୁ ଭାଇ ସୌମ୍ୟ ପଟ୍ଟନାୟକଙ୍କୁ ଲଗାଇ ବିଜେଡିରେ ଷଡଯନ୍ତ୍ର କରୁଥିବା କହିଛନ୍ତି କାହ୍ନୁଚରଣ ଲେଙ୍କା। ସୌମ୍ୟଙ୍କୁ ସୁହାଇବା ପରି ନିଷ୍ପତ୍ତି ନେଇ କଂଗ୍ରେସର ବିପର୍ଯ୍ୟୟ କରିଛନ୍ତି ବୋଲି କାହ୍ନୁଚରଣ କହିଛନ୍ତି।

Related posts