
ସ୍ୱାସ୍ଥ୍ୟ ଟିପ୍ସ: କଦଳୀ ହେଉଛି ଏକ ଶୁଭ ଫଳ। ଏହାକୁ ବିଭିନ୍ନ ପୂଜାପାର୍ବଣରେ ବ୍ୟବହାର କରାଯାଇଥାଏ। ଏହାର ଗଛ ମଧ୍ୟ ପୂଜାରେ ବ୍ୟବହାର କରାଯାଏ। କଦଳୀ ଫଳ ଠାରୁ ଆରମ୍ଭ କରି ପତ୍ର ଏବଂ ଏହାର ମଞ୍ଜା ମଧ୍ୟ ବ୍ୟବହାର ହୁଏ। ତେବେ କଦଳୀ ଦ୍ବାରା ଅନେକ ରୋଗ ଭଲ ହୋଇଥାଏ। ଜାଣନ୍ତୁ କଦଳୀ ଖାଇଲେ କେଉଁ ପ୍ରକାରର ଉପକାରରେ ଆସେ..
୧- ପାଚିଲା କଦଳୀ ଡାଇରିଆ ଏବଂ ଆଜମା ରୋଗୀଙ୍କ ପାଇଁ ବେଶ ଉପାଦେୟ।
୨- ଅଧାପାଚିଲା କଦଳୀ କୋଷ୍ଠକଦ୍ଧତା କ୍ଷେତ୍ରରେ ବେଶ ସହାୟକ ହୋଇଥାଏ।
୩- କଦଳୀ ଚକଟାରେ ଅଳ୍ପ ଲୁଣ ମିଶାଇ ଖାଇଲେ ଡିସେଣ୍ଟ୍ରି ରୋଗ ଭଲ ହୋଇଥାଏ।
୪- ଦୈନିକ ଗୋଟିଏ ପାଚିଲା କଦଳୀ ଖାଇବା ଦ୍ବାରା ଡାଇବେଟିସ, ହୃଦରୋଗ, ରକ୍ତଚାପ ନିୟନ୍ତ୍ରଣ ଭିତରେ ରହେ।
୫- ଯଦି ଚର୍ମ ପୋଡିଯାଇ କଳା ଦେଖାଯାଉଥାଏ ବା ମଳିନ ପଡିଯାଏ ତେବେ କଦଳୀ ମଣ୍ଡ ସେହି ସ୍ଥାନରେ ପ୍ରତିଦିନ ଲଗାଇଲେ ତାହା ଭଲ ହୋଇଥାଏ।
୬- କଦଳୀ ଖାଇବା ଦ୍ବାରା ମୁଖ କର୍କଟ ଏବଂ ଫୁସଫୁସ କର୍କଟକୁ ରୋକିବାରେ ସାହାର୍ଯ୍ୟ କରିଥାଏ।