Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଶିଶୁମାନଙ୍କ ପାଇଁ ଓଆର୍‌ଏସ୍ ଭ୍ୟାକ୍ସିନ୍ ସଦୃଶ

ଭୁବନେଶ୍ୱର: ବର୍ଷା ଦିନେ ଶିଶୁମାନଙ୍କ କ୍ଷେତ୍ରରେ ଡାଇରିଆ ଓ ଡିସେନ୍‌ଟ୍ରି ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଅନେକ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥାନ୍ତି। ତେବେ ଏହି ସମୟରେ ସେମାନଙ୍କୁ ଉପଯୁକ୍ତ ପରିମାଣର ଓରାଲ ରିହାଇଡ୍ରେସନ ସଲ୍ୟୁସନ୍ (ଓଆର୍‌ଏସ୍‌) ପାନୀୟ ପ୍ରଦାନ କରିବା ଆବଶ୍ୟକ।

କୋଭିଡ ସମୟରେ ଯେପରି ଟୀକା ରକ୍ଷା କବଚ ସାଜିଥିଲା ଶିଶୁମାନଙ୍କୁ ଡାଇରିଆ ହେଲେ ଓଆରଏସ୍ ଠିକ୍ ସେହିପରି କାର୍ଯ୍ୟ କରିଥାଏ ବୋଲି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ଓଆର୍‌ଏସ୍ ଦିବସ ଓ ସପ୍ତାହ ପାଳନ ଅବସରରେ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଶିଶୁରୋଗ ବିଭାଗ ଏବଂ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପେଡିଆଟ୍ରିକ୍‌ସ ଭୁବନେଶ୍ୱର ଶାଖାର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ସାମନ୍ତସିଂହାର କହିଥିଲେ ଯେ ଶିଶୁମାନଙ୍କୁ ଓଆର୍‌ଏସ୍ ଦେବା କ୍ଷେତ୍ରରେ ସମ୍ପୂର୍ଣ୍ଣ ପରିବାର ସଚେତନ ହେବା ଆବଶକ୍ୟକ।

ଏହି ଅବସରରେ ହସ୍ପିଟାଲ୍‌ର କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ଇ. ଭେଙ୍କଟ ରାଓ ଯୋଗ ଦେଇ ଏହି ଦିବସକୁ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ସଚେତନତା ସୃଷ୍ଟି କରିବା ବୋଲି କହିଥିଲେ।

ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର ମମତା ଦେବୀ ମହାନ୍ତି କହିଥିଲେ ଯେ ଡାକ୍ତରମାନେ ଡାଇରିଆରେ ପୀଡ଼ିତ ଥିବା ଶିଶୁମାନଙ୍କ ନିମନ୍ତେ ଔଷଧର ପରାମର୍ଶ ଦେବା ସମୟରେ ଓଆର୍‌ଏସ୍‌କୁ କିଭଳି ଭାବରେ ବ୍ୟବହାର କରିବେ ସେ ଦିଗରେ ବାପା-ମା’ମାନଙ୍କୁ ଉପଯୁକ୍ତ ଭାବେ ବୁଝାନ୍ତୁ।

ଏହି କାର୍ଯ୍ୟକ୍ରମରେ ଆଇଏପିର ପ୍ରମୁଖ ସଦସ୍ୟ ପ୍ରଫେସର ପ୍ରଶାନ୍ତ ସାବତ ଯୋଗ ଦେଇ ଓଆରଏସ୍ ଦ୍ୱାରା କିଭଳି ଡାଇରିଆ ଜନିତ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରାଯାଇପାରିଛି ସେ ସମ୍ପର୍କରେ ତଥ୍ୟ ରଖିଥିଲେ।

ଏହି ଅବସରରେ ସମ୍‌ର ଶିଶୁରୋଗ ବିଭାଗର ପ୍ରଫେସର ଦିଲ୍ଲୀପ କୁମାର ଦାସ କହିଥିଲେ ଯେ ଡାଇରିଆର ଚିକିତ୍ସା ନିମନ୍ତେ ଓଆରଏସ୍ ସବୁଠାରୁ ସାଧାରଣ, ଶସ୍ତା ଓ ପ୍ରମାଣିତ ଥେରାପି। ଏହାକୁ ଆମେ କେହି ବି ଅଣଦେଖା କରିବା ଉଚିତ୍ ନୁହେଁ। ଡାଇରିଆରୁ ମୁକ୍ତି ପାଇବା ପାଇଁ କେତେ ମାତ୍ରାରେ ଓଆରଏସ ସେବନ, ସେହି ସମୟରେ ଶିଶୁକୁ ସ୍ତନ୍ୟପାନ, ସ୍ତନ୍ୟପାନ କରୁ ନଥିବା ଶିଶୁଙ୍କୁ ଉପଯୁକ୍ତ ଖାଦ୍ୟ ପ୍ରଦାନ ଓ ସ୍ୱଚ୍ଛତା ଅବଲମ୍ବନ ଏବଂ ଶିଶୁଟିର ଅବସ୍ଥା ଅଧିକ ଗୁରୁତର ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଭଳି ୫ଟି ଉପଦେଶ ପ୍ରଫେସର ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ଶିଶୁରୋଗ ବିଭାଗର ପ୍ରଫେସର ମୃତ୍ୟୁଞ୍ଜୟ ଦାସ, ପ୍ରଫେସର ରଚିତା ଷଢ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ବିଭାଗର ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) ମୃଣ୍ମୟ ଦାସମହାପାତ୍ର ଓ ଡାକ୍ତର ବିଭୁଦତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କଦଳୀ ଖାଇବାକୁ ଯେମିତି, ଦେହ ପାଇଁ ମଧ୍ୟ ସେମିତି; ଜାଣନ୍ତୁ କଦଳୀରେ କେଉଁ ରୋଗ ଭଲ ହୁଏ

ସ୍ୱାସ୍ଥ୍ୟ ଟିପ୍ସ: କଦଳୀ ହେଉଛି ଏକ ଶୁଭ ଫଳ। ଏହାକୁ ବିଭିନ୍ନ ପୂଜାପାର୍ବଣରେ ବ୍ୟବହାର କରାଯାଇଥାଏ। ଏହାର ଗଛ ମଧ୍ୟ ପୂଜାରେ ବ୍ୟବହାର କରାଯାଏ। କଦଳୀ ଫଳ ଠାରୁ ଆରମ୍ଭ କରି ପତ୍ର ଏବଂ ଏହାର ମଞ୍ଜା ମଧ୍ୟ ବ୍ୟବହାର ହୁଏ। ତେବେ କଦଳୀ ଦ୍ବାରା ଅନେକ ରୋଗ ଭଲ ହୋଇଥାଏ। ଜାଣନ୍ତୁ  କଦଳୀ ଖାଇଲେ କେଉଁ ପ୍ରକାରର ଉପକାରରେ ଆସେ..

୧- ପାଚିଲା କଦଳୀ ଡାଇରିଆ ଏବଂ ଆଜମା ରୋଗୀଙ୍କ ପାଇଁ ବେଶ ଉପାଦେୟ।

୨- ଅଧାପାଚିଲା କଦଳୀ କୋଷ୍ଠକଦ୍ଧତା କ୍ଷେତ୍ରରେ ବେଶ ସହାୟକ ହୋଇଥାଏ।

୩- କଦଳୀ ଚକଟାରେ ଅଳ୍ପ ଲୁଣ ମିଶାଇ ଖାଇଲେ ଡିସେଣ୍ଟ୍ରି ରୋଗ ଭଲ ହୋଇଥାଏ।

୪- ଦୈନିକ ଗୋଟିଏ ପାଚିଲା କଦଳୀ ଖାଇବା ଦ୍ବାରା ଡାଇବେଟିସ, ହୃଦରୋଗ, ରକ୍ତଚାପ ନିୟନ୍ତ୍ରଣ ଭିତରେ ରହେ।

୫- ଯଦି ଚର୍ମ ପୋଡିଯାଇ କଳା ଦେଖାଯାଉଥାଏ ବା ମଳିନ ପଡିଯାଏ ତେବେ କଦଳୀ ମଣ୍ଡ ସେହି ସ୍ଥାନରେ ପ୍ରତିଦିନ ଲଗାଇଲେ ତାହା ଭଲ ହୋଇଥାଏ।

୬- କଦଳୀ ଖାଇବା ଦ୍ବାରା ମୁଖ କର୍କଟ ଏବଂ ଫୁସଫୁସ କର୍କଟକୁ ରୋକିବାରେ ସାହାର୍ଯ୍ୟ କରିଥାଏ।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଝାଡାବାନ୍ତି ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ଦେଲେ ଏହି ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ ଦେଖାଦେଇଥିବା ଝାଡାବାନ୍ତି ନେଇ ଆଜି ମୁଖ୍ୟଶାସନ ସଚିବ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ସେ ଗ୍ରାମ ଓ ୱାର୍ଡ ରୁ କମ୍ୟୁନିଟି ହେଲଥ୍ ସେଣ୍ଟର, ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଏବଂ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ତ୍ୱରିତ ଡାଇରିଆ ସୂଚନା ପ୍ରସାରଣ ବ୍ୟବସ୍ଥା ଉପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ୱ ଦେଇଛନ୍ତି।

ସେହିପରି ରୋଗୀମାନଙ୍କୁ ତୁରନ୍ତ ହସ୍ପିଟାଲ୍ ସ୍ଥାନାନ୍ତର ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ପ୍ରସାରଣ ଓ ହସ୍ପିଟାଲ ସ୍ଥାନାନ୍ତର ବ୍ୟବସ୍ଥାରେ ଆଶାକର୍ମୀ/ଅଙ୍ଗନାବାଡ଼ି କର୍ମୀ/ଓ୍ୱାର୍ଡ଼- ମେମ୍ବର/ସରପଂଚ/ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡିକୁ ସାମିଲ କରିବା ନିମନ୍ତେ ମଧ୍ୟ ଶ୍ରୀ ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତ ପାନୀୟଜଳ ସ୍ରୋତକୁ ନିୟମିତ ବ୍ୟବଧାନରେ ବିଶୋଧନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଲୋକମାନେ ଯେପରି ଝରଣାପାଣି ନ ପିଅନ୍ତି ତା ଉପରେ ସତର୍କ ଦୃଷ୍ଟି ରଖିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସଚେତନତା କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ କରିବାକୁ କୁହାଯାଇଛି। ସଂକ୍ରମିତ ଅଂଚଳରେ ଜଳ ବିଶୋଧନ ପାଇଁ ‘ରିଭର୍ସ ଅସମୋସିସ୍ ଯନ୍ତ୍ର’ ଲାଗିଥିବା ଗାଡ଼ି ମୁତୟନ କରିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।

ସେହିପରି ରୋଗ ନିରୀକ୍ଷଣ ଓ ଅନୁଧ୍ୟାନ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯିବ। ବର୍ଷାଋତୁ ଶେଷ ପର୍ଯ୍ୟନ୍ତ ଡାଇରିଆ ନିରାକରଣ ବ୍ୟବସ୍ଥାକୁ ପୂର୍ଣ୍ଣ ସକ୍ରିୟ ରଖିବା ସହ ସଂପୂର୍ଣ୍ଣ ସଜାଗ ଓ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳ ଏବଂ କ୍ଷେତ୍ରସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ବର୍ତ୍ତମାନ ସୁଦ୍ଧା ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର, ନୂଆପଡ଼ା, ଗଜପତି, ଝାରସୁଗୁଡ଼ା ଆଦି ୭ ଟି ଜିଲ୍ଲାରେ ସମୁଦାୟ ୬୮୦ ଲୋକ ସଂକ୍ରମିତ ହୋଇଥିବା ବେଳେ ୬୧୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ୫୩ ଜଣ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ଏବଂ ୧୭ ଜଣ ହସ୍ପିଟାଲ୍ ଆସିବାରେ ବହୁ ବିଳମ୍ବ କରି ମୃତ୍ୟୁ ବରଣ କରିଛନ୍ତି ।

ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରମୁଖ ଶାସନ ସଚିବ ଶ୍ୟୀ ନିକୁଞ୍ଜବିହାରୀ ଧଳ, ମିଶନ ନିର୍ଦ୍ଦେଶକ ଶ୍ରୀମତୀ ଶାଳିନୀ ପଣ୍ଡିତ୍, ଆର୍. ଏମ୍. ଆର.ସି ଡାଇରେକ୍ଟର ଶ୍ରୀମତୀ ସଂଘମିତ୍ରା ପତି, ପବ୍ଲିକ୍ ହେଲ୍ଥ୍ ଡାଇରେକ୍ଟର ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଂପୃକ୍ତ ଜିଲ୍ଲାପାଳମାନେ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ କ୍ଷେତ୍ରସ୍ତରୀୟ ସ୍ଥିତି ଓ ଡାଇରିଆ ନିରାକରଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଜଣାଇଥିଲେ ।

Categories
ଆଜିର ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

କର୍କଟ ରୋଗୀମାନଙ୍କ ପାଇଁ ବହୁତ ଲାଭଦାୟକ ଛାସ୍: ଜାଣନ୍ତୁ ଏଥିରେ କଣ ରହିଛି ଉପକାରିତା ଗୁଣ

ନୂଆଦିଲ୍ଲୀ: ଦହି ବା ଛାସ୍ ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ ଏବଂ ପ୍ରାକୃତିକ ଭାବରେ ଜ୍ୱର, ଉତ୍ତାପ ବିରୁଦ୍ଧରେ କାମ କରେ। ଦହି ବ୍ୟବହାର କରିବା ରକ୍ତହୀନତା ଏବଂ ଭୋକ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏଥିରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଭିଟାମିନ୍ ଏବଂ ଅତ୍ୟାବଶ୍ୟକ ଏନଜାଇମ୍ ଥାଏ। ଏହାକୁ ପ୍ରତିଦିନ ବ୍ୟବହାର କରାଯାଇପାରିବ। ୯୦ପ୍ରତିଶତ ଛାସ୍ ହେଉଛି ଜଳ। ଏହାର ବ୍ୟବହାର ଶରୀରର ଜଳ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ। ଅନ୍ୟ ସ୍ୱାଦଯୁକ୍ତ ପାନୀୟ କିମ୍ବା ସାଧା ପାଣି ଅପେକ୍ଷା ଛାସ୍ ପିଇବା ଭଲ।

କର୍କଟ ରୋଗୀମାନେ ଛାସ୍ ରୁ କିପରି ଉପକୃତ ହୋଇପାରିବେ?:

ଚିକିତ୍ସା ସମୟରେ ଏବଂ ପରେ କର୍କଟ ରୋଗୀଙ୍କ ପାଇଁ ଏକ ସନ୍ତୁଳିତ ଖାଦ୍ୟ ଭାବେ ଛାସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କର୍କଟ ଚିକିତ୍ସା ଜଣେ ବ୍ୟକ୍ତିଙ୍କୁ ଦୁର୍ବଳ କରିଦିଏ ଏବଂ ଅନେକ ସମୟରେ ତାଙ୍କୁ ଦୈନନ୍ଦିନ କାର୍ଯ୍ୟରେ ଅସମର୍ଥ କରିଥାଏ। ଏଭଳି ପରିସ୍ଥିତିରେ କର୍କଟ ରୋଗୀଙ୍କ ପାଇଁ ଛାସ୍ ଏକ ବିଶେଷ ଭୂମିକାରେ ଆସିଥାଏ ଏବଂ ଏହିପରି ଉପକାର ଆଣିଥାଏ।

ଡାଇରିଆ:

କର୍କଟ ଚିକିତ୍ସା ଏବଂ ଔଷଧ ରୋଗୀମାନଙ୍କର ଡାଇରିଆ ସୃଷ୍ଟି କରିପାରେ। ଅନିୟନ୍ତ୍ରିତ ଝାଡ଼ା ଡିହାଇଡ୍ରେସନ୍, ଭୋକ ହ୍ରାସ ଏବଂ ଦୁର୍ବଳତାର କାରଣ ହୋଇପାରେ। ଛାସ୍ ଏକ ଭଲ ଜିନିଷ, କାରଣ ଏହାର ଏସିଡ୍ ସାମଗ୍ରୀ ଜୀବାଣୁ ସହିତ ଲଢି ଏବଂ ପେଟକୁ ସଫା କରିବାରେ ସାହାଯ୍ୟ କରେ। ଛାସ୍ ଅସ୍ୱାଭାବିକତାକୁ ସହଜ କରିଥାଏ ଏବଂ ଭଲ ବ୍ୟାକ୍ଟେରିଆରେ ପରିପୂର୍ଣ୍ଣ ଥିବାରୁ ହଜମ ପ୍ରକ୍ରିୟାକୁ ସାହାଯ୍ୟ କରିଥାଏ।

ଡିହାଇଡ୍ରେସନ୍:

ଡିହାଇଡ୍ରେସନ୍ ହେଉଛି କର୍କଟ ଚିକିତ୍ସାର ଏକ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା। କେମୋଥେରାପି ଏବଂ ବିକିରଣ ଚିକିତ୍ସା ଡିହାଇଡ୍ରେସନ୍ ହୋଇପାରେ। ଏହା ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ ଯେପରିକି ଜ୍ୱର, ବାନ୍ତି, ଡାଇୟୁରେସିସ୍ କିମ୍ବା ଅତ୍ୟଧିକ ପରିସ୍ରା। ଡିହାଇଡ୍ରେସନ୍ ରୋକିବା ପାଇଁ ଛାସ୍ ଏକ ଉତ୍ତମ ପାନୀୟ, କାରଣ ଏହା ଇଲେକ୍ଟ୍ରୋଲାଇଟ୍ ବିଶେଷକରି ପୋଟାସିୟମ୍ ସହିତ ପ୍ୟାକ୍ ହୋଇଛି ଏବଂ ଏଥିରେ ୯୦ ପ୍ରତିଶତ ପାନୀୟ ଜଳ ଅଛି।

କେତେକ ପ୍ରକାରର କର୍କଟ ଏବଂ ଏହାର ଚିକିତ୍ସା ଆପଣଙ୍କ ସ୍ୱାଦ ଏବଂ ଗନ୍ଧ ବଦଳାଇପାରେ। ସାଧାରଣ କାରଣ ମଧ୍ୟରେ ମସ୍ତିଷ୍କ ଏବଂ ଗଳା ଟ୍ୟୁମର୍ ଅନ୍ତର୍ଭୁକ୍ତ। ଏହି କାରକ ରୋଗୀକୁ ଖାଇବା ସମୟରେ ସ୍ୱାଦର ଅଭାବ ଅନୁଭବ କରିପାରେ କିମ୍ବା ଖାଦ୍ୟକୁ ଅତ୍ୟଧିକ ମିଠା, ଲୁଣିଆ ଲାଗିପାରେ। ସାଧାରଣତଃ ଏହି ପରିବର୍ତ୍ତନଗୁଡ଼ିକ ଅସ୍ଥାୟୀ ହୋଇଥାଏ ଏବଂ ଧୀରେ ଧୀରେ ଏହା ପରିବର୍ତ୍ତନ ହୋଇଥାଏ। କିନ୍ତୁ କର୍କଟ ରୋଗୀଙ୍କ ପାଇଁ ପତଳା ପ୍ରୋଟିନ୍, ଫଳ, ପନିପରିବା, ଶସ୍ୟ ସହିତ ଏକ ସନ୍ତୁଳିତ ଖାଦ୍ୟ ଅନୁସରଣ କରିବା ମଧ୍ୟ ଭଲ। ତେଣୁ, କର୍କଟ ରୋଗର ଚିକିତ୍ସା ପରେ ଆପଣଙ୍କ ଖାଦ୍ୟକୁ ଛାସ୍ ସହିତ ସପ୍ଲିମେଣ୍ଟ କରନ୍ତୁ।