Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା’ ଭଗବତୀ ମନ୍ଦିରର ହେବ ନବ କଳେବର: ସ୍ଥିତି ପରଖିଲେ ପୂର୍ତ୍ତ ସଚିବ ବୀର ବିକ୍ରମ ଯାଦବ
ଆଜିର ଖବର

ମା’ ଭଗବତୀ ମନ୍ଦିରର ହେବ ନବ କଳେବର: ସ୍ଥିତି ପରଖିଲେ ପୂର୍ତ୍ତ ସଚିବ ବୀର ବିକ୍ରମ ଯାଦବ

January 3, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ମା’ ଭଗବତୀ ମନ୍ଦିରର ହେବ ନବ କଳେବର। ୫-ଟି ସଚିବ ଭି କେ ପାଣ୍ଡିଆନ ନଭେମ୍ବର ମାସରେ ମନ୍ଦିର ଦର୍ଶନ କରି ଏ ନେଇ ଅନୁଷ୍ଠାନିକ ଭାବେ ଘୋଷଣା କରିଥିଲେ।  ତେବେ ଇତି ମଧ୍ୟରେ ଦେଢ଼ ମାସ ବିତିଯାଇଥିବା ବେଳେ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳକୁ ନୂଆ ରୂପ ଦେବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ବାଣପୁର ଗସ୍ତ ଜାରି ରହିଛି।

ଏହି ପରିପ୍ରେକ୍ଷୀରେ ଆଜି ପୂର୍ତ୍ତ ସଚିବ ଆଇଏଏସ୍ ବୀର ବିକ୍ରମ ଯାଦବ ମନ୍ଦିର ପହଞ୍ଚି ସ୍ଥିତି ପରଖିଛନ୍ତି। ଶ୍ରୀ ଯାଦବ ମନ୍ଦିର ଭିତର ଏବଂ ବାହାର ପାର୍ଶ୍ୱ ପରିଦର୍ଶନ କରି ପୁର୍ବରୁ ଦିଆଯାଇଥିବା ବ୍ଲୁ ପ୍ରିଣ୍ଟ କୁ ପରଖିଛନ୍ତି। ତତସହିତ ବସ ଷ୍ଟାଣ୍ଡ, ପାର୍କିଂ ସ୍ଥଳ ଏବଂ ନୂତନ ପ୍ରସ୍ତାବିତ ରିଙ୍ଗ ରୋଡ ପାଇଁ ବିଭିନ୍ନ ଅଞ୍ଚଳ ବୁଲି ତାହାର ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସମସ୍ତ ପ୍ରକଳ୍ପ ନକ୍ସା ଚୁଡାନ୍ତ ହେବାପରେ ତାହା ୫-ଟି ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯିବ ଏବଂ ଏହାପରେ ଉନ୍ନୟନ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି।

ପୂର୍ତ୍ତ ସଚିବଙ୍କ ଗସ୍ତ ସମୟରେ ଓବିସିସି, ଗ୍ରାମ୍ୟ ଉନ୍ନୟନ ଏବଂ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, ଏସଡ଼ିଓ, ସ୍ଥାନୀୟ ତହସିଲଦାର, ଏନଏସି ନଗରପାଳ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଦି ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ହାତୀ ଆକ୍ରମଣରେ ବୃଦ୍ଧା ମୃତ୍ୟୁ

April 22, 2026

ଆଜି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ: ୧୨ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର

April 22, 2026

ବଢିଲା ଆମେରିକା – ଇରାନ ଅସ୍ତ୍ରବିରତି

April 22, 2026

କେତେ ସମୟ ଚାଲିବା ଭଲ, ଜାଣନ୍ତୁ ଶରୀର ଉପରେ ଚାଲିବା ସମୟ କିପରି ପ୍ରଭାବ ପକାଏ ?

April 22, 2026
Latest News

ହାତୀ ଆକ୍ରମଣରେ ବୃଦ୍ଧା ମୃତ୍ୟୁ

April 22, 2026

ଆଜି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ: ୧୨ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର

April 22, 2026

ବଢିଲା ଆମେରିକା – ଇରାନ ଅସ୍ତ୍ରବିରତି

April 22, 2026

କେତେ ସମୟ ଚାଲିବା ଭଲ, ଜାଣନ୍ତୁ ଶରୀର ଉପରେ ଚାଲିବା ସମୟ କିପରି ପ୍ରଭାବ ପକାଏ ?

April 22, 2026

ସକାଳୁ ସକାଳୁ ଗୋଇଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? ଅଣଦେଖା କରନ୍ତୁ ନାହିଁ , ହୋଇପାରେ ବଡ ସମସ୍ୟା

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.