Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀ ସମୁଦ୍ର କୂଳରେ ହେବ ମହୋଦଧି ଆରତୀ, ଜାଣନ୍ତୁ କେବେ
ଆଜିର ଖବର

ପୁରୀ ସମୁଦ୍ର କୂଳରେ ହେବ ମହୋଦଧି ଆରତୀ, ଜାଣନ୍ତୁ କେବେ

January 4, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
Mahodadhi Arati
ପୁରୀ ସମୁଦ୍ର କୂଳରେ ହେବ ମହୋଦଧି ଆରତୀ, ଜାଣନ୍ତୁ କେବେ

ପୁରୀ: ଚଳିତ ମାସ ୬ ତାରିଖ ଅପରାହ୍ନରେ ସ୍ୱର୍ଗଦ୍ଵାର ସମ୍ମୁଖ ସମୁଦ୍ର କୂଳରେ ମହୋଦଧି ଆରତୀ ଉତ୍ସବ ପାଳନ କରାଯିବ। ଏଥି ନିମନ୍ତେ ଚୁଡାନ୍ତ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମର୍ଥ ବର୍ମା ଏହି କାର୍ଯ୍ୟକ୍ରମକୁ ଭବ୍ୟ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ସହ ପ୍ରତ୍ୟେକ ବିଭାଗ ସେମାନଙ୍କ ଦାୟିତ୍ୱ କୁ ସଠିକ ଭାବେ ନିର୍ବାହ ପାଇଁ ପରାମର୍ଶ ଦେଇଥିଲେ।

ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ପ୍ରାରମ୍ଭିକ ସୂଚନା ଦେବା ସହ ପୂର୍ବ ପ୍ରସ୍ତୁତି ଅନୁସାରେ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରି ସହଯୋଗର ସହ ଏହାକୁ ସଫଳ କରିବାକୁ ମତ ଦେଇଥିଲେ। ତୀର୍ଥରାଜ ଶ୍ରୀ ମହୋଦଧି ଆରତୀ ପରିଚାଳନା ସମିତିର ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ଏଥିରେ ପୂଜ୍ୟପାଦ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଜୀ ମହାରାଜ,ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ସାଧୁ ସନ୍ଥ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କହିଥିଲେ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) କୈଳାସ ଚନ୍ଦ୍ର ନାୟକ,ଅତିରିକ୍ତ ଏସ ପି ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ,ଉପ ଜିଲ୍ଲାପାଳ ଭବତାରଣ ସାହୁ, ପୌରନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅଜିତ କୁମାର ମହାପାତ୍ର, ଡେପୁଟି କଲେକ୍ଟର ଶ୍ରୀ ରାକେଶ କୁମାର ପଣ୍ଡା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ, ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ରାଉତ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଜାମ୍ମୁ-କାଶ୍ମୀର ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ଗୃହମନ୍ତ୍ରୀ ଅମିତ ଶାହ, ନେଲେ ଏହି ନିଷ୍ପତି

September 2, 2025

ଓଡ଼ିଶାର ୨ଟି ମେଡିକାଲ କଲେଜରେ ଏମବିବିଏସ ପାଇଁ ନାମଲେଖା, ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର

September 2, 2025

ଓଡିଶାର ଦୁଇଟି ସରକାରୀ ମେଡିକାଲ କଲେଜକୁ ଏମବିବିଏସ ପାଇଁ ୧୦୦ ଲେଖାଏଁ ଆସନ ଅନୁମୋଦିତ

September 2, 2025

ଯାତ୍ରୀମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି କଲା ପୂର୍ବତଟ ରେଳପଥ

September 2, 2025
Latest News

ସାର୍ ଯଦୁନାଥ ସରକାର ଫେଲୋସିପର ପ୍ରଥମ ବ୍ୟାଚ ଦୀକ୍ଷାନ୍ତ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

September 2, 2025

ଜାମ୍ମୁ-କାଶ୍ମୀର ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ଗୃହମନ୍ତ୍ରୀ ଅମିତ ଶାହ, ନେଲେ ଏହି ନିଷ୍ପତି

September 2, 2025

ଓଡ଼ିଶାର ୨ଟି ମେଡିକାଲ କଲେଜରେ ଏମବିବିଏସ ପାଇଁ ନାମଲେଖା, ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର

September 2, 2025

ଓଡିଶାର ଦୁଇଟି ସରକାରୀ ମେଡିକାଲ କଲେଜକୁ ଏମବିବିଏସ ପାଇଁ ୧୦୦ ଲେଖାଏଁ ଆସନ ଅନୁମୋଦିତ

September 2, 2025

ଯାତ୍ରୀମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି କଲା ପୂର୍ବତଟ ରେଳପଥ

September 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.