ବିହାର ଓ ଝାଡଖଣ୍ଡରେ ରବିବାର ମଧ୍ୟାହ୍ନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ଅନୁଭୂତ ହେବା ପରେ ଲୋକମାନେ ଘର ଛାଡି ବାହାରକୁ ପଳାଇଯାଇଥିଲେ। ଏଥିରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ। ମିଳିଥିବା ସୂଚନା ଅନୁଯାୟୀ, ବିହାରର ବାଙ୍କା ଜିଲାର କିଛି ସ୍ଥାନରେ ୨ରୁ ୩ ମିନିଟ୍ ମଧ୍ୟରେ ଭୂକମ୍ପ ଅନୁଭୂତ ହୋଇଥିଲା। ସେହିପରି ଝାଡଖଣ୍ଡର ଧାନବାଦ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ୪.୪ ଥିଲା। ଏହା ବ୍ୟତୀତ ଆାଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ରବିବାର ସକାଳ ୭ଟା ୪୯ ମିନିଟରେ ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୪.୫ ଥିଲା।