Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳା ଉତ୍ସବ ୨୦୨୨ ର ଉଦ୍‌ଯାପନୀ ସମାରୋହ
ଆଜିର ଖବର

କଳା ଉତ୍ସବ ୨୦୨୨ ର ଉଦ୍‌ଯାପନୀ ସମାରୋହ

January 8, 2023No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ୨୦୧୫ ମସିହାରେ ଜାତୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ ଏବଂ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାତୀୟ କଳା ଉତ୍ସବ ଆରମ୍ଭ କରା ଯାଇଥିଲା। କଳା ଉତ୍ସବରେ ଦେଶର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମେ ଜିଲ୍ଲା ସ୍ତରରେ, ପରେ ରାଜ୍ୟ ସ୍ତରରେ ଏବଂ ଶେଷରେ ଜାତୀୟ ସ୍ତରରେ ବିଭିନ୍ନ କଳା ବିଭାଗର ସଦସ୍ୟ ମାନଙ୍କୁ ନେଇ ଗଠିତ ଏକ ସମ୍ମାନିତ ଜୁରି ଯେଉଁ ମାନେ ପ୍ରତ୍ୟେକ ନିଜ ନିଜ କ୍ଷେତ୍ରରେ ଜଣେ ବିଶେଷଜ୍ଞଙ୍କ ସମ୍ମୁଖରେ ସେମାନଙ୍କର ବିଭିନ୍ନ ବର୍ଗରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ଆମନ୍ତ୍ରିତ କରାଯାଇଥିଲା।

କଳା ଉତ୍ସବ ୨୦୨୨ ଜାନୁୟାରୀ  ୩ , ୨୦୨୩ ରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଏବଂ ନବୋଦୟ ବିଦ୍ୟାଳୟ ସମିତି ବିଦ୍ୟାଳୟରୁ କଳା ଉତ୍ସବ ୨୦୨୧ ରେ ମୋଟ ୩୭ଟି ଦଳ ଅଂଶଗ୍ରହଣ କରିଥିଲେ,  ଯେଉଁଥିରେ ୭୦୩ ଜଣ ଛାତ୍ରଛାତ୍ରୀ ନିଜର କଳା ପ୍ରତିଭା ପ୍ରଦର୍ଶନ କରିଥିଲେ। ଏଥି ମଧ୍ୟରୁ, ୩୫୩ ଜଣ ବାଳିକା ଏବଂ ୩୫୦ ଜଣ ବାଳକ କଳା ଉତ୍ସବ ୨୦୨୨ ରେ ଅଂଶଗ୍ରହଣ କରିଥିଲେ,  ସେମାନଙ୍କ ମଧ୍ୟରୁ ୭ ଦିବ୍ୟାଙ୍ଗ ଅଂଶଗ୍ରହଣକାରୀ ଥିଲେ। ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ (ଭାରତ ସରକାର) ଏବଂ ଜାତୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ କଳା ଉତ୍ସବ ୨୦୨୨  ସଫଳ ହୋଇଛି।

୩ ରୁ ୫ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା କଳା ଉତ୍ସବ ୨୦୨୨  ପ୍ରତିଯୋଗିତାରେ ମୋଟ ୧୦ ଟି କଳା, ଯଥା – ଗାୟନ ଶାସ୍ତ୍ରୀୟ ସଙ୍ଗୀତ, ପାରମ୍ପରିକ ଲୋକ ଗାୟନ, ତାଳ ବାଦ୍ୟ ସଙ୍ଗୀତ, ମଧୁର ବାଦ୍ୟ ସଙ୍ଗୀତ,  ଶାସ୍ତ୍ରୀୟ ଲୋକ ନୃତ୍ୟ, ଏକକ ଅଭିନୟ ଏବଂ ୨ – ଡି ଏବଂ ୩ – ଡି ଭିଜୁଆଲ୍ ଆର୍ଟ ପ୍ରତିଯୋଗିତା ଏବଂ ସ୍ୱଦେଶୀ ଖେଳନା ଏବଂ ଖେଳ  ଆୟୋଜିତ ହୋଇଥିଲା।

ଆଜି ଅର୍ଥାତ୍ ୭ ଜାନୁଆରୀ ୨୦୨୩ ରେ, ଭୁବନେଶ୍ୱରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍‌ଆଇଇ) ରେ କଳା ଉତ୍ସବ ୨୦୨୨ ର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା। କଳା ଉତ୍ସବରେ ଅଂଶଗ୍ରହଣ କରିଥିବା ଦଳ ମାନଙ୍କୁ ସମ୍ବୋଧିତ କରି ମୁଖ୍ୟ ଅତିଥି, ମାନନୀୟ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ଯେ କଳା ଉତ୍ସବ ଏକ ଭାରତ ଶ୍ରେଷ୍ଠ ଭାରତର ଦର୍ଶନକୁ ସଠିକ୍ ଦିଗ ଏବଂ ରୂପ ପ୍ରଦାନ କରି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସାକାର କରିଛି। ଏହିପରି ଭାବେ ସମସ୍ତ ଆକର୍ଷଣୀୟ ପ୍ରଦର୍ଶନ ପାଇଁ  ସେ ସମସ୍ତ ଅଂଶଗ୍ରହଣକାରୀ ଏବଂ ଆୟୋଜକ ମାନଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ।

ମାନନୀୟ ମନ୍ତ୍ରୀ ଖୁସି ବ୍ୟକ୍ତ କରି କହିଥିଲେ ଯେ, ଅତୁଳନୀୟ ଉତ୍ସାହ ସହିତ ସମସ୍ତ ରାଜ୍ୟ ଏଥିରେ ଅଂଶଗ୍ରହଣ କରିବା, ପୁଣି ଥରେ ଏହା ପ୍ରମାଣିତ କରିଛି ଯେ ଭାରତ ହେଉଛି ବିବିଧତା ମଧ୍ୟରେ ଏକତାର ଏକ ଉଦାହରଣ,  ଯାହା ମଧ୍ୟ ଏହାର ଏକ ବିଶେଷତ୍ୱ ଏବଂ ଶକ୍ତିର ଉତ୍ସ ଅଟେ। ମାନନୀୟ ମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଭାରତ ସମେତ ସମଗ୍ର ବିଶ୍ୱ ମହାମାରୀ ସହ ସଂଗ୍ରାମ କରୁଥିବାବେଳେ ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛି, ସେଗୁଡିକ ମଧ୍ୟରୁ ଜାତୀୟ ଶିକ୍ଷା ନୀତି ୨୦୨୦ ଅନ୍ୟତମ। ଜାତୀୟ ଶିକ୍ଷା ନୀତି ୨୦୨୦ ଶିକ୍ଷା ମାଧ୍ୟମରେ କଳା ଏବଂ ସଂସ୍କୃତିର ପ୍ରଚାରକୁ ଗୁରୁତ୍ୱ ଦେଇଥାଏ। କଳା ଉତ୍ସବ ୨୦୨୨ରେ ମଧ୍ୟ ଜାତୀୟ ଶିକ୍ଷା ନୀତି ୨୦୨୦ ର ପରାମର୍ଶ ଗୁଡିକୁ ଅନ୍ତର୍ଭୁକ୍ତ କରିଛି।

ଭାରତ ସରକାରଙ୍କ ମାନ୍ୟବର ଶିକ୍ଷା ମନ୍ତ୍ରୀ ଡକ୍ଟର ରାଜକୁମାର ରଂଜନ ସିଂହ କହିଥିଲେ ଯେ ଦୁଇ ବର୍ଷର ପ୍ରତିକୂଳ ପରିସ୍ଥିତି ପରେ ଏନସିଇଆରଟି କଳା ଉତ୍ସବ ୨୦୨୨କୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ସଫଳତାର ସହ ପରିଚାଳନା କରିବାରେ ସଫଳ ହୋଇଛି। ସେ ଆହୁରି ମଧ୍ୟ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଯେତେବେଳେ କୌଣସି ପ୍ରକାରର କଳା ସହିତ ଜଡିତ ହୁଅନ୍ତି, ସେତେବେଳେ ସେମାନେ ନିଜର କଳ୍ପନାକୁ ବ୍ୟବହାର କରନ୍ତି ଏବଂ ଏହାକୁ ହୃଦୟଙ୍ଗମ କରିବାକୁ ଚେଷ୍ଟା କରନ୍ତି ଏବଂ ଏହାକୁ ଜୀବନ୍ତ ରୂପ ପ୍ରଦାନ କରିଥାନ୍ତି ଏବଂ ବାସ୍ତବିକତାରେ ପରିଣତ କରନ୍ତି। ଏହି ପ୍ରକ୍ରିୟା ପାଇଁ କଳା ଉତ୍ସବ ଏକ ସୁଯୋଗ ପ୍ରଦାନ କରିଥାଏ। ଏହିପରି ସୁଯୋଗ ଛାତ୍ରଛାତ୍ରୀ ମାନଙ୍କର ତର୍କ, ବୁଝାମଣା, ସମସ୍ୟାର ସମାଧାନ, ଜ୍ଞାନଗତ ଏବଂ ନିଷ୍ପତ୍ତି ନେବା କ୍ଷମତାକୁ ବୃଦ୍ଧି କରିଥାଏ, ଯାହା ଛାତ୍ରଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇଥାଏ। ବିଜେତା ପ୍ରଦର୍ଶନ ଗୁଡିକର ସରକାରୀ ଭ୍ରମଣର ଆୟୋଜନ ପାଇଁ ମାନ୍ୟବର ମନ୍ତ୍ରୀ ଏନ୍‌ସିଇଆରଟିର ନିର୍ଦ୍ଦେଶକଙ୍କୁ କୃତଜ୍ଞତା ଜଣାଇଥିଲେ। କଳାକୃତିର ପ୍ରସ୍ତୁତି ପାଇଁ ସ୍ଥାନୀୟ ଜିନିଷ ଏବଂ ସାମଗ୍ରୀର ବ୍ୟବହାରରେ ସେ ପ୍ରଭାବିତ ହୋଇଥିଲେ ଏବଂ ସେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ “ଗୋବର୍ଦ୍ଧନ” (ଗାଈ ଗୋବରରୁ ଧନ ସୃଷ୍ଟି କରିବା) ଉଦ୍ଦେଶ୍ୟର ଉଦାହରଣ ଦେଇଥିଲେ। ଡକ୍ଟର ସିଂହ ମଧ୍ୟ ଅଂଶଗ୍ରହଣକାରୀ ମାନଙ୍କୁ ସେମାନଙ୍କର ନିଜ ନିଜ ରାଜ୍ୟ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନୀୟ କଳାକୃତି ପ୍ରଦର୍ଶନ କରିଥିବାରୁ ପ୍ରଶଂସା କରିଥିଲେ।

ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ସୁଭାଷ ସରକାର କହିଥିଲେ ଯେ ଜାତୀୟ ଶିକ୍ଷା ନୀତି ୨୦୨୦ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ସୃଜନଶୀଳ ଦକ୍ଷତା ଉପରେ ଗୁରୁତ୍ୱ ଦେଇଥାଏ। କୌଣସି ରାଷ୍ଟ୍ରର ବିକାଶ କ୍ଷେତ୍ରରେ ସଂସ୍କୃତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏହା ଭାଗୀଦାରୀ  ମନୋଭାବ, ମୂଲ୍ୟବୋଧ, ଲକ୍ଷ୍ୟ ଏବଂ ପ୍ରଥା ଗୁଡ଼ିକର ଏକ ସମୂହକୁ ପ୍ରତିନିଧିତ୍ୱ କରେ। ଭାରତ ପରି ବିବିଧତାରେ ପରିପୂର୍ଣ୍ଣ ଦେଶ ଏହାର ସଂସ୍କୃତିର ବହୁଳତାର ପ୍ରତୀକ ଅଟେ। ଆଜାଦୀର ଅମୃତ ମହୋତ୍ସବର ଏକ ଅଂଶ ଭାବରେ ଶିକ୍ଷା ମନ୍ତ୍ରଣାଳୟ ଏକ ଭାରତ ଶ୍ରେଷ୍ଠ ଭାରତ ଅଧୀନରେ ଦେଶବ୍ୟାପୀ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଆରମ୍ଭ କରିଛି।

ମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ କଳା ଉତ୍ସବ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି  “ଭୋକାଲ୍ ଫର୍ ଲୋକାଲ୍‌’ ଦୃଷ୍ଟିକୋଣକୁ ବିଶ୍ୱ ସ୍ତରରେ ପହଂଚାଇବା ପାଇଁ ପ୍ରୋତ୍ସାହିତ କରୁଛି । ସ୍ଥାନୀୟ କିମ୍ବା ପାରମ୍ପରିକ ଖେଳ ଏବଂ ଖେଳନା ଉତ୍ପାଦନ ମାଧ୍ୟମରେ ଏହି ଧାରା ଗୁଡ଼ିକରେ ବ୍ୟବସାୟିକ ସୁଯୋଗ ଅନୁସନ୍ଧାନ କରି ଏହା ସେମାନଙ୍କୁ ବ୍ୟବସାୟର ଏକ ମାଧ୍ୟମ ହେବାକୁ ଏକ ସୁଯୋଗ ପ୍ରଦାନ କରିଥାଏ।  “ଭୋକାଲ୍ ଫର୍ ଲୋକାଲ୍‌’  ମଧ୍ୟ ଏକ ବିଶ୍ୱ ସ୍ତରୀୟ ପରିଚୟ ସୃଷ୍ଟି କରିବାକୁ ସ୍ୱଦେଶୀ କଳାକୁ ପ୍ରେରଣା ଯୋଗାଇଥାଏ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ସ୍ତରରେ ସ୍ଥାନୀୟ କିମ୍ବା ପାରମ୍ପରିକ କଳାର ବିଭିନ୍ନ ପ୍ରକାର ଗୁଡିକୁ ଉପସ୍ଥାପନ କରିବାର ସୁଯୋଗ ପ୍ରଦାନ କରିଥାଏ । ସ୍ଥାନୀୟ କିମ୍ବା ପାରମ୍ପରିକ କଳାର ବିଭିନ୍ନ ପ୍ରକାର ଗୁଡିକ ପାଇଁ ଆଗ୍ରହୀ ହେବା ଅର୍ଥ ହେଉଛି ସେହି କଳା ଫର୍ମଗୁଡିକ ଜାତୀୟ ମଂଚରେ ସ୍ଥାପିତ ହେବାର ସୁଯୋଗ ପ୍ରଦାନ କରେ । ଏହି ପର୍ବ ଛାତ୍ରଛାତ୍ରୀ ମାନଙ୍କୁ ଆତ୍ମନିର୍ଭରଶୀଳ କରିଥାଏ । ଏହି ଆତ୍ମନିର୍ଭରଶୀଳତା ବିଭିନ୍ନ ପରୀକ୍ଷଣ ଏବଂ କଳା ଶାସ୍ତ୍ରରେ ସୁଯୋଗ ଦ୍ୱାରା ବୃଦ୍ଧି ପାଇଥାଏ । କଳା ଉତ୍ସବ ୨୦୨୨ରେ ସାମିଲ୍ ହୋଇଥିବା କଳାର ବିଭିନ୍ନ ପ୍ରକାର ଗୁଡିକ ଆତ୍ମନିର୍ଭର ଭାରତ ଅଭିଯାନକୁ ଦୃଢ଼ ଭାବରେ ସମର୍ଥନ କରିଥାଏ, ଯେଉଁଠାରେ ଛାତ୍ରମାନେ ସେମାନଙ୍କର ସ୍ଥାନୀୟ ତଥା ପାରମ୍ପରିକ ସଂସ୍କୃତି ଗୁଡିକୁ ଅଭ୍ୟାସ କରିଥିଲେ, ଯାହା ସେମାନଙ୍କୁ ଭବିଷ୍ୟତରେ ଏକ ବ୍ୟବସାୟ ବାଛିବାର ସୁଯୋଗ ମଧ୍ୟ ଦେଇପାରେ ।

ଏନ୍‌ସିଇଆର୍‌ଟିର ନିର୍ଦ୍ଦେଶକ ପ୍ରଫେସର ଦୀନେଶ ପ୍ରସାଦ ସାକଲାନି ସମ୍ମାନିତ ଅତିଥି ମାନଙ୍କୁ ଏବଂ ପରିଷଦର ସମସ୍ତ ଅଧିକାରୀ, ଶିକ୍ଷା ମନ୍ତ୍ରଣାଳୟ ଏବଂ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ, କେବିଏସ୍ ଏବଂ ଏନ୍‌ବିଏସ୍‌ର ଅଧିକାରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରତ୍ୟେକ ପ୍ରଦର୍ଶନକୁ ମୂଲ୍ୟାଙ୍କନ କରିବା ପାଇଁ ସେମାନଙ୍କର ନିରନ୍ତର ଏବଂ ଆନ୍ତରିକ ଉଦ୍ୟମ ପାଇଁ ସେ ବିଭିନ୍ନ କଳା ଫର୍ମର ବିଦ୍ୱାନ ଜୁରି ସଦସ୍ୟ ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ କଳା ଉତ୍ସବ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା ଏବଂ ସେମାନଙ୍କର କଳା ଅଭିବ୍ୟକ୍ତିକୁ ଆହୁରି ସ୍ୱଚ୍ଛ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରିଥାଏ ।

କଳା ଉତ୍ସବ ୨୦୨୨ର ଜାତୀୟ ସଂଯୋଜକ ପ୍ରଫେସର ପୱନ ସୁଧୀର ଏହି ପ୍ରତିଯୋଗିତାରେ ମନୋନୀତ ହୋଇ ଥିବାରୁ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ କଳା ସଂରକ୍ଷଣ ତଥା ପ୍ରୋତ୍ସାହନକୁ ଉତ୍ସାହିତ କରିଥାଏ ଏବଂ ସେମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଥାଏ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦିଓ କୌଣସି ପ୍ରତିଯୋଗିତାର ମାନଦଣ୍ଡ ଅନୁଯାୟୀ ବିଜେତା ମାନଙ୍କୁ ଘୋଷିତ କରା ଯାଇଥାଏ, ତଥାପି ମଧ୍ୟ ସେ ଅନୁଭବ କରିଥିଲେ ଯେ ପ୍ରତ୍ୟେକ ଅଂଶଗ୍ରହଣକାରୀ ନିଜେ ଜଣେ ବିଜେତା ଥିଲେ । କାରଣ ଏକ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଏବଂ ସେମାନଙ୍କ ଆତ୍ମବିଶ୍ୱାସ ଏବଂ ପ୍ରଦର୍ଶନ କରିବାକୁ ଉତ୍ସାହ ବିଷୟରେ କହିଥାଏ । ସେ କଳା ଉତ୍ସବର  ବୈଶିଷ୍ଟ୍ୟ ଉପରେ ମଧ୍ୟ ଆଲୋକପାତ କରିଥିଲେ ।

ପ୍ରତିଯୋଗିତାର ଝଲକକୁ ଆଲୋକିତ କରିବା ପାଇଁ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରା ଯାଇଥିଲା ।

କଳା ଉତ୍ସବ 2022 ଜାତୀୟ ଶିକ୍ଷା ନୀତି ଶିକ୍ଷା ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.