Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୋଶୀ ମଠ ପରିସ୍ଥିତି ଉପରେ ଉଚ୍ଚ ସ୍ତରୀୟ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଶାସନ ସଚିବ
ଆଜିର ଖବର

ଯୋଶୀ ମଠ ପରିସ୍ଥିତି ଉପରେ ଉଚ୍ଚ ସ୍ତରୀୟ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଶାସନ ସଚିବ

January 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଶାସନ ସଚିବ ଡଃ. ପି କେ ମିଶ୍ର ଆଜି ୮ ଜାନୁୟାରୀ ୨୦୨୩ ରେ ଯୋଶୀମଠରେ ଘର ଗୁଡିକର ଯେଉଁ କ୍ଷୟକ୍ଷତି ହୋଇଛି ଏବଂ ଏବଂ ଜମିରେ ଯେଉଁ ଫାଟ ସୃଷ୍ଟି ହୋଇଛି, ତାହା ଉପରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା କରିଥିଲେ। କ୍ୟାବିନେଟ ସଚିବ, ଗୃହ ସଚିବ, ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ, ଉତ୍ତରାଖଣ୍ଡ ରାଜ୍ୟର ମୁଖ୍ୟ ସଚିବ ତଥା ଡିଜିପି, ଯୋଶୀ ମଠର ଡିଏମ୍ ଏବଂ ଅଧିକାରୀ, ଉତ୍ତରାଖଣ୍ଡର ବରିଷ୍ଠ ଅଧିକାରୀ, ଆଇଆଇଟି ରୁରକି, ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା, ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ, ୱାଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ହିମାଳୟାନ୍ ଜିଓଲୋଜିର ବିଶେଷଜ୍ଞମାନେ ମଧ୍ୟ ଭିସି ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଶୀ ମଠକୁ ନେଇ ଚିନ୍ତିତ ଅଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ପରିସ୍ଥିତିର ସମୀକ୍ଷା କରିଛନ୍ତି।

ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ଯେ କେନ୍ଦ୍ରୀୟ ବିଶେଷଜ୍ଞ ମାନଙ୍କ ସହଯୋଗରେ ରାଜ୍ୟ ତଥା ଜିଲ୍ଲା ଅଧିକାରୀମାନେ ସ୍ଥିତିର ମୂଲ୍ୟାଙ୍କନ କରିଛନ୍ତି। ପ୍ରାୟ ୩୫୦ ମିଟର ଚଉଡାରେ ଏକ ଷ୍ଟ୍ରିପ୍ ପ୍ରଭାବିତ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି। ଏନ୍ଡିଆର୍ଏଫ୍ର ଗୋଟିଏ ଦଳ ଏବଂ ଏସ୍ଡିଆର୍ଏଫ୍ର ଚାରିଟି ଦଳ ଯୋଶୀ ମଠରେ ପହଞ୍ଚି ସାରିଛନ୍ତି। ଜିଲ୍ଲା ପ୍ରଶାସନ ପ୍ରଭାବିତ ପରିବାର ମାନଙ୍କ ପାଇଁ ଖାଦ୍ୟ, ଆଶ୍ରୟ ଏବଂ ନିରାପତ୍ତା ନିମନ୍ତେ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ସହିତ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନେଇ କାର୍ଯ୍ୟ କରୁଛନ୍ତି। ଏସ୍ପି ଏବଂ ଏସ୍ଡିଆର୍ଏଫ୍ର କମାଣ୍ଡାଂଟ ଘଟଣାସ୍ଥଳରେ ଉପସ୍ଥିିତ ଅଛନ୍ତି। ଯୋଶୀ ମଠ ବାସିନ୍ଦାଙ୍କୁ ଘଟଣାକ୍ରମ ବିଷୟରେ ଅବଗତ କରାଯାଉଛି ଏବଂ ସେମାନଙ୍କର ସହଯୋଗ ଲୋଡା ଯାଇଛି। ସ୍ୱଳ୍ପ – ମଧ୍ୟମ – ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ବିଶେଷଜ୍ଞ ମାନଙ୍କ ପରାମର୍ଶ ନିଆଯାଉଛି।

ଆହୁରି ମଧ୍ୟ, ସୀମା ପରିଚାଳନା ସଚିବ ଏବଂ ଏନ୍ଡିଏଏମ୍ର ସମସ୍ତ ଚାରି ଜଣ ସଦସ୍ୟ ୯ ଜାନୁଆରୀରେ ଉତ୍ତରାଖଣ୍ଡ ଗସ୍ତ କରିବେ। ଯୋଶୀ ମଠରୁ ଏବେ ଫେରିଥିବା ବୈଷୟିକ ଦଳ (ଏନ୍ଡିଏମ୍ଏ, ଏନ୍ଆଇଡିଏମ୍, ଏନଡିଆରଏଫ୍, ଜିଏସ୍ଆଇ, ଏନ୍ଆଇଏଚ୍, ୱାଡିଆ ଇନଷ୍ଟିଚ୍ୟୁଟ୍, ଆଇଆଇଟି ରୁରକି) ଏହା ଉପରେ ଅନୁସନ୍ଧାନ କରି ଯାହା ସୂଚନା ଦେଇଛନ୍ତି, ତାହା ଉପରେ ଏକ ବିସ୍ତୃତ ମୂଲ୍ୟାଙ୍କନ କରିବେ ଏବଂ ରାଜ୍ୟ ସରକାରଙ୍କୁ ପରିସ୍ଥିତିର ସମାଧାନ ପାଇଁ ତୁରନ୍ତ, ସ୍ୱଳ୍ପ – ମଧ୍ୟମ – ଦୀର୍ଘକାଳୀନ କାର୍ଯ୍ୟ ଉପରେ ପରାମର୍ଶ ଦେବେ।

ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ କହିଛନ୍ତି ଯେ, ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷା ରାଜ୍ୟ ସରକାରଙ୍କ ପାଇଁ ତତ୍କାଳ ପ୍ରାଥମିକତା ହେବା ଉଚିତ। ପ୍ରଭାବିତ ଲୋକଙ୍କ ସହ ରାଜ୍ୟ ସରକାର ଏକ ସ୍ୱଚ୍ଛ ଏବଂ ନିରନ୍ତର ଯୋଗାଯୋଗ ଚ୍ୟାନେଲ ପ୍ରତିଷ୍ଠା କରିବା ଆବଶ୍ୟକ। ପରିସ୍ଥିତିର ଅବନତିକୁ ବ୍ୟବହାରିକ ପଦକ୍ଷେପ ମାଧ୍ୟମରେ ଯାହା ସମ୍ଭବପର ହୋଇପାରିବ, ତାହା ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ପ୍ରୟାସ ହେବା ଦରକାର। ପ୍ରଭାବିତ ଅଞ୍ଚଳର ଏକ ଆନ୍ତଃ ଅନୁଶାସନାତ୍ମକ ଯାଂଚ କରାଯିବା ଉଚିତ୍। ବିଭିନ୍ନ କେନ୍ଦ୍ରୀୟ ଅନୁଷ୍ଠାନର ବିଶେଷଜ୍ଞମାନେ – ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍ଡିଏମ୍ଏ), ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା (ଏନ୍ଆଇଡିଏମ୍), ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଜିଏସଆଇ), ଭାରତୀୟ ପ୍ରାଦ୍ୟୋଗିକୀ ସଂସ୍ଥା (ଆଇଆଇଟି) ରୁରକି, ୱାଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ହିମାଳୟାନ୍ ଜିଓଲୋଜି (ଡବ୍ଲ୍ୟୁଆଇଏଚ୍ଜି), ଜାତୀୟ ଜଳ ବିଜ୍ଞାନ ସଂସ୍ଥା (ଏନ୍ଆଇଏଚ୍) ଏବଂ ସେଂଟ୍ରାଲ୍ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିବିଆର୍ଆଇ)ର “ସମ୍ପୂର୍ଣ୍ଣ ସରକାର” ଆଭିମୁଖ୍ୟରେ ଉତ୍ତରାଖଣ୍ଡ ରାଜ୍ୟ ସହିତ ମିଳିତ ଭାବରେ କାର୍ଯ୍ୟ କରିବା ଉଚିତ୍।

ଏକ ସ୍ୱଚ୍ଛ ସମୟ ସୀମା ପୁନଃନିର୍ମାଣ ଯୋଜନା ପ୍ରସ୍ତୁତ ହେବା ଜରୁରୀ। କ୍ରମାଗତ ଭୂକମ୍ପର ନିରୀକ୍ଷଣ ହେବା ଜରୁରୀ। ଏହି ସୁଯୋଗକୁ ବ୍ୟବହାର କରି ଯୋଶୀ ମଠ ପାଇଁ ଏକ ବିପର୍ଯ୍ୟୟ ସମ୍ବେଦନଶୀଳ ସହରୀ ବିକାଶ ଯୋଜନା ମଧ୍ୟ ପ୍ରସ୍ତୁତ କରାଯିବା ଉଚିତ୍।

ଡଃ ପି. କେ. ମିଶ୍ର ମୁଖ୍ୟ ଶାସନ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026
Latest News

ଆଜି ମଇ ୧୫ ତାରିଖ ଶୁକ୍ରବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

May 15, 2026

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.