Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତା ୧୩ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବ ବିଶ୍ୱର ସର୍ବବୃହତ୍ ରିଭର କ୍ରୁଜ ‘ଗଙ୍ଗା ବିଳାସ’
ଆଜିର ଖବର

ଆସନ୍ତା ୧୩ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବ ବିଶ୍ୱର ସର୍ବବୃହତ୍ ରିଭର କ୍ରୁଜ ‘ଗଙ୍ଗା ବିଳାସ’

January 9, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚଳିତ ମାସ ୧୩ତାରିଖ (୧୩ ଜାନୁୟାରୀ-୨୦୨୩)ରେ ଉତ୍ତର ପ୍ରଦେଶର ବାରାଣସୀଠାରେ ଗଙ୍ଗାନଦୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସର୍ବବୃହତ୍ ରିଭରକ୍ରୁଜ ଅଭିଯାନର ଶୁଭାରମ୍ଭ କରିବେ। ଏମ୍ଭି ଗଙ୍ଗା ବିଳାସ ଏହି ଅବସରରେ ବିଶ୍ୱର ସର୍ବବୃହତ ରିଭର କ୍ରୁଜ ଅଭିଯାନରେ ସେଦିନ ତାହାର ଯାତ୍ରା ଆରମ୍ଭ କରିବ। ଏଥି ସହିତ ଭାରତରେ ରିଭର କ୍ରୁଜ ପର୍ଯ୍ୟଟନର ନୂଆ ଯୁଗ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ। ଏହି ବିଳାସପୂର୍ଣ୍ଣ କ୍ରୁଜ ଭାରତର ପାଞ୍ଚଟି ରାଜ୍ୟ ଓ ବାଂଲାଦେଶର ବିଭିନ୍ନ ୨୭ଟି ନଦୀ ବ୍ୟବସ୍ଥାରେ ୩୨୦୦ କି.ମି.ରୁ ଅଧିକ ପଥ ଅତିକ୍ରମ କରି ଆସାମର ଦିବ୍ରୁଗଡରେ ପହଞ୍ଚିବେ। ଭାରତର ନଦୀ କ୍ରୁଜ ପର୍ଯ୍ୟଟନର ଯେଉଁ ଅପାର ସମ୍ଭାବନା ରହିଛି ତାହାକୁ ରୂପାୟିତ କରିବା ପାଇଁ ଏହି କ୍ରୁଜ ଅଭିଯାନ ବାଟ ଦେଖାଇବ। ଏହି କ୍ରୁଜ ସେବା ବାସ୍ତବରେ ଭାରତର ରିଭର କ୍ରୁଜ ସମ୍ଭାବନାର ଚାବି ଖୋଲିବ ବୋଲି ଶ୍ରୀ ସୋନୋୱାଲ କହିଛନ୍ତି।

ଏହି ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ସୋନୋୱାଲ କହିଛନ୍ତି ଯେ “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଗତିଶୀଳ ନେତୃତ୍ୱରେ ଆମେ ଆମ ନଦୀ ବ୍ୟବସ୍ଥା ଦେଇଥିବା ପ୍ରଚୁର ସମ୍ପଦର ଉପଯୋଗର ବାଟ ଖୋଲୁଛୁ। ଆଭ୍ୟନ୍ତରୀଣ ଜଳପଥ ମାଧ୍ୟମରେ ଆମେ ନିରନ୍ତର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଉଦ୍ୟମରତ। ନଦୀପଥର ଉପଯୋଗ କରି ଉଭୟ ପଣ୍ୟ ଓ ଯାତ୍ରୀ ପରିବହନ ବଢାଇବାକୁ ଆମେ ଯେଉଁ ଉଦ୍ୟମ କରୁଛୁ ତାହା ଖୁବ୍ ସଫଳତା ପାଇଛି। ଏଥିରେ ଆମେ ନଦୀ ପର୍ଯ୍ୟଟନକୁ ଯୋଡି ଏହାକୁ ଅଧିକରୁ ଅଧିକ ଲୋକପ୍ରିୟ କରିବାକୁ ଚେଷ୍ଟା କରୁଛୁ। ଗଙ୍ଗା ବିଳାସ କ୍ରୁଜ ଅଭିଯାନ ତାହାର ଏକ ଅଂଶବିଶେଷ। ଏହା ଦ୍ୱାରା ପର୍ଯ୍ୟଟକମାନେ ନୂଆ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଶୈକ୍ଷିକ ଅଭିଜ୍ଞତା ଅର୍ଜନ କରିବା ସହିତ ଭାରତର ଜୈବ ବିବିଧତା ସମ୍ପର୍କରେ ଅନେକ କଥ।। ଜାଣିବେ। ଏହା ମଧ୍ୟ ଆମ ନଦୀ ପର୍ଯ୍ୟଟନକୁ ବିଶ୍ୱସ୍ତରରେ ପହଞ୍ଚାଇବ ବୋଲି ସେ କହିଛନ୍ତି।”

ମନ୍ତ୍ରୀ ଶ୍ରୀ ସୋନୋୱାଲ ଆହୁରି କହିଛନ୍ତି ଯେ, “କାଶୀରୁ ସାରନାଥ, ମଜୁଲିରୁ ମେୟଙ୍ଗ, ସୁନ୍ଦରବନରୁ କାଜିରଙ୍ଗା ଆଦି ସ୍ଥାନକୁ ରିଭର କ୍ରୁଜରେ ଯାତ୍ରା କରିବା ଏକ ଜୀବନବ୍ୟାପୀ ଅଭିଜ୍ଞତା। ମୋର ବିଶ୍ୱାସ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଦିଗ୍ ଦର୍ଶନରେ ଏହି ଚମତ୍କାର ଉଦ୍ୟମ ଭାରତରେ ରିଭର କ୍ରୁଜ ପର୍ଯ୍ୟଟନର ଏକ ନୂଆ ଯୁଗ ଆରମ୍ଭ କରିବ। ଏହା ମଧ୍ୟ ଭାରତ ସରକାରଙ୍କ ଆକ୍ଟ ଇଷ୍ଟ ବା ପ୍ରାଚ୍ୟ ନୀତିକୁ କାର୍ଯ୍ୟକାରୀ କରିବାର ସଂକଳ୍ପକୁ ସାକାର କରିବାରେ ଉଭୟ ନୀତିଗତ ଓ ବାସ୍ତବତା ଦୃଷ୍ଟିରୁ ସହାୟକ ହେବ।”

ଭାରତର ଶ୍ରେଷ୍ଠତମ ନଦୀ ପର୍ଯ୍ୟଟନ ଓ ପ୍ରାକୃତିକ ସମ୍ବଳକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବାକୁ ଏହିି ଗଙ୍ଗା ବିଳାସ କ୍ରୁଜ୍ ପ୍ରସ୍ତୁତ ହୋଇଛି। ଏହି କ୍ରୁଜର ନଦୀ ପରିକ୍ରମା କାର୍ଯ୍ୟକ୍ରମ ୫୧ଦିନ ପାଇଁ ଚାଲିବ । ଏଥିରେ ପର୍ଯ୍ୟଟକମାନଙ୍କୁ ବିଶ୍ୱ ଐତିହ୍ୟ ସ୍ଥଳ, ଜାତୀୟ ଉଦ୍ୟାନ, ନଦୀଘାଟ, ପ୍ରାଚୀନ ସହର ସମେତ ୫୦ଟି ପର୍ଯ୍ୟଟନସ୍ଥଳୀ ପରିଦର୍ଶନର ସୁଯୋଗ ମିଳିବ। ଏହି ପର୍ଯ୍ୟଟକ ବିହାରର ପାଟନା, ଝାଡଖଣ୍ଡର ସାହେବଗଞ୍ଜ, ପଶ୍ଚିମବଙ୍ଗର କଲିକତା, ଆସାମର ଗୁଆହାଟି ଓ ବାଂଲାଦେଶର ଢାକା ଆଦି ବୁଲି ଦେଖିପାରିବେ। ବାଂଲାଦେଶ ସହିତ ଥିବା ନଦୀ ଚୁକ୍ତି ଅନୁସାରେ ଭାରତୀୟ ଜାହାଜସବୁ ଗଙ୍ଗାରେ ବାଂଲାଦେଶ ଯାଇ ସେଠାରେ ବ୍ରହ୍ମପୁତ୍ର ଦେଇ ଆସାମ ପର୍ଯ୍ୟନ୍ତ ଯିବେ।

ଏମ୍.ଭି. ଗଙ୍ଗା ବିଳାସ ଜାହାଜର ଲମ୍ବ ୬୨ମିଟର ଓ ପ୍ରସ୍ଥ ୧୨ ମିଟର । ଏହା ୧.୪ ମିଟର ଗଭୀର ଜଳରେ ମଧ୍ୟ ସହଜରେ ଯାତ୍ରା କରିବାକୁ ସମର୍ଥ। ଏହାର ତିନିଟି ଡେକ୍ ଏବଂ ୧୮ଟି ସୁଟ୍ ରହିଛି। ଏହି ସୁଟ୍ରେ ୩୬ ପର୍ଯ୍ୟଟକଙ୍କୁ ଆତିଥ୍ୟ ଦେବାର ସୁବିଧା ରହିଛି। ଯାତ୍ରୀମାନଙ୍କୁ ସ୍ମରଣୀୟ ଓ ବିଳାସପୂର୍ଣ୍ଣ ଅନୁଭବ ଦେବାକୁ ଜାହାଜରେ ସବୁପ୍ରକାର ବ୍ୟବସ୍ଥା ଉପଲବ୍ଧ। ଜାହାଜଟି ପ୍ରଦୂଷଣମୁକ୍ତ ଏବଂ ଏଥିରେ ଶବ୍ଦ ନିୟନ୍ତ୍ରଣ ବ୍ୟବସ୍ଥା ରହିଛି। ସବୁ ପ୍ରକାର ନିରାପଦ ଓ ସୁରକ୍ଷା ନୀତି ଏହି କ୍ରୁଜ(ଜାହାଜ) ଅନୁସରଣ କରୁଛି।

ମୋଟର ଚାଳିତ ପୋତ ବା ଏମ୍ଭି ଗଙ୍ଗା ବିଳାସର ଏହି ପ୍ରଥମ ଯାତ୍ରାରେ ସୁଇଜରଲାଣ୍ଡର ୩୨ ପର୍ଯ୍ୟଟକ ଅଛନ୍ତି। ସେମାନେ ବାରାଣସୀରୁ ଦ୍ରିବୁଗଡ ଯାଏଁ ଟିକେଟ କରିଛନ୍ତି। ଗଙ୍ଗା ବିଳାସ ୧ମାର୍ଚ୍ଚ ୨୦୨୩ରେ ଦିବ୍ରୁଗଡରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହି ଯାତ୍ରା କାଳରେ ପର୍ଯ୍ୟଟକମାନେ ଭାରତର ସାଂସ୍କୃତିକ, ଆଧ୍ୟାତ୍ମିକ, ଧାର୍ମିକ ଓ ଐତିହାସିକ ସ୍ଥଳ ବୁଲି ଦେଖିବାର ସୁଯୋଗ ପାଇବେ। ସେମାନଙ୍କୁ ବାରାଣସୀର ପ୍ରଖ୍ୟାତ ଗଙ୍ଗା ଆରତି ଦେଖିବାକୁ ସୁଯୋଗ ମିଳିବ। ଏହା ପରେ ସେମାନେ ସାରନାଥ ବୁଲି ଦେଖିବେ ଯାହା ବୌଦ୍ଧଧର୍ମର ଏକ ପ୍ରମୁଖ ପବିତ୍ର ପୀଠ। ଏହାଛଡା ଏହାର ସବୁ ପର୍ଯ୍ୟଟକ ପ୍ରଖ୍ୟାତ ତନ୍ତ୍ରସ୍ଥଳ ମେୟଙ୍ଗ, ସର୍ବବୃହତ ନଦୀ ଦ୍ୱୀପ ତଥା ବୈଷ୍ଣବ ସମ୍ପ୍ରଦାୟର ଏକ ପ୍ରମୁଖ ସାଂସ୍କୃତିକ କେନ୍ଦ୍ର ମଜୁଲି ଦେଖିବାର ସୁଯୋଗ ପାଇବେ। ଆହୁରି ସେମାନେ ମଧ୍ୟ ବିହାର ଯୋଗ ସ୍କୁଲ, ବିକ୍ରମଶିଳା ବିଶ୍ୱ ବିଦ୍ୟାଳୟ ବୁଲି ଦେଖି ଭାରତୀୟ ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ପ୍ରତ୍ୟକ୍ଷ ଅଭିଜ୍ଞତା ଅର୍ଜନ କରିବେ।

ଏହି କ୍ରୁଜ ମଧ୍ୟ ପ୍ରଖ୍ୟାତ ଜୈବ ବିବିଧତାରେ ସମୃଦ୍ଧ ବିଶ୍ୱ ଐତିହ୍ୟସ୍ଥଳୀ ସୁନ୍ଦରବନ ପରିକ୍ରମା କରିବ। ବଙ୍ଗୋପସାଗରର ଏହି ତ୍ରିକୋଣ ଭୂମି ଅଞ୍ଚଳ ସୁନ୍ଦରବନ ମହାବଳ ବାଘଙ୍କ ପାଇଁ ପ୍ରସିଦ୍ଧ। ଏହାଛଡା କ୍ରୁଜରେ ଯାତ୍ରୀମାନେ ଆସାମର ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନ ପରିଦର୍ଶନର ସୁଯୋଗ ପାଇବେ। ଏହି ଜାତୀୟ ଉଦ୍ୟାନଟି ଏକ ଶିଙ୍ଗା ଗଣ୍ଡାଙ୍କ ପାଇଁ ପ୍ରସିଦ୍ଧି ଲାଭ କରିଛି।

ମନ୍ତ୍ରୀ ଶ୍ରୀ ସୋନୋୱାଲ ରିଭର କ୍ରୁଜ ବିକାଶର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ୱ ଆରୋପ କରିଥିଲେ। ସେ କହିଥିଲେ ଯେ ଏହି କ୍ଷେତ୍ରର ବିକାଶ ଘଟିଲେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ରୋଜଗାର ବଢିବ। ରିଭର କ୍ରୁଜ ଓ ନଦୀ ପର୍ଯ୍ୟଟନର ବିକାଶ ପାଇଁ ସରକାର ଅର୍ଥ ବିନିଯୋଗ କରି ଭିତ୍ତିଭୂମିର ବିକାଶ କରୁଛନ୍ତି। ନଦୀ ପର୍ଯ୍ୟଟନ ସର୍କିଟକୁ ବିକଶିତ କରାଇ ବର୍ତ୍ତମାନର ପର୍ଯ୍ୟଟନ ସର୍କିଟ ସହିତ ସମନ୍ୱିତ କରାଯିବ। ଏହା ଫଳରେ ଏହି କ୍ଷେତ୍ର ସର୍ବାଧିକ ଭାବେ ଲୋକଲୋଚନକୁ ଆସିବା ସହିତ ବିକଶିତ ହେବ ବୋଲି ସେ କହିଛନ୍ତି ।
ଏମ୍ଭି ଗଙ୍ଗା ବିଳାସ କ୍ରୁଜ ସେବା ପ୍ରଦାନ କରିବାରେ ଏଭଳି ପ୍ରଥମ ଜାହାଜ। ଏଥିପାଇଁ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ(ଏଡବ୍ଲୁଏଆଇ), ଜାହାଜ ଚଳାଚଳ ମନ୍ତ୍ରଣାଳୟ, ବନ୍ଦର ଓ ଜଳପଥ ମନ୍ତ୍ରଣାଳୟ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେଇଛନ୍ତି। ଏହାର ସଫଳତା ଆଧାରରେ ଦେଶର ଅନ୍ୟ ଭାଗରେ ରିଭର କ୍ରୁଜ, ବ୍ୟବସ୍ଥା ଆରମ୍ଭ କରିବାକୁ ଆଗ୍ରହୀ ପକ୍ଷ ଆଗେଇ ଆସିବେ ବୋଲି ସରକାର ଆଶାବାଦୀ।

ବିଶ୍ୱର କ୍ରୁଜ ମାର୍କେଟ ବିଗତ କେତେ ବର୍ଷ ଧରି ୫% ହାରରେ ବଢୁଛି। ୨୦୨୭ ସୁଦ୍ଧା ଏହା ୩୭%ରେ ପହଚିଂବ ବୋଲି ଆଶା କରାଯାଉଛି। ତେବେ ୬୦% ବଜାର ସହ ୟୁରୋପ ଏ କ୍ଷେତ୍ରରେ ଆଗରେ ରହିଛି। ଭାରତର ଆଠଟି କ୍ରୁଜ ଜାହାଜ କଲିକତା ଓ ବାରାଣସୀ ମଧ୍ୟରେ ଚଳାଚଳ କରୁଛି। ସେହିଭଳି ବ୍ରହ୍ମପୁତ୍ର (ଜାତୀୟ ଜଳପଥ-୨) ରେ କ୍ରୁଜ ସିପ୍ ଚାଲୁଛି। ଅବଶ୍ୟ ନଦୀରେ କ୍ରୀଡା ଓ ପର୍ଯ୍ୟଟନରେ ଅଂଶ ସ୍ୱରୂପ ଭାରତର ଗଙ୍ଗା, ବ୍ରହ୍ମପୁତ୍ର ସମେତ ବିଭିନ୍ନ ନଦୀର ରାପ୍ଟିଂ,କ୍ୟାମ୍ପିଂ, ସାଇଟି ସିଂ ଓ କାୟାକିଙ୍ଗ ଆଦି ଅନୁଷ୍ଠିତ ହେଉଛି। ଜାତୀୟ ଜଳପଥ-୨ରେ ଏବେ ଯେଉଁ ୧୦ଟି ପାସେଞ୍ଜର ଟର୍ମିନାଲ ନିର୍ମାଣ ଚାଲିଛି ତାହା କ୍ରୁଜ ସେବାକୁ ପ୍ରୋତ୍ସାହିତ କରିବ।

‘ଗଙ୍ଗା ବିଳାସ’ କାର୍ଯ୍ୟକ୍ରମ ବଙ୍ଗୋପସାଗର ରିଭର କ୍ରୁଜ ଶୁଭାରମ୍ଭ ସର୍ବାନନ୍ଦ ସୋନୋୱାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.