ରାହୁଲ ଗାନ୍ଧୀଙ୍କୁ ଭେଟିଲେ କୃଷକ ନେତା ରାକେଶ ଟିକାୟେତ: ଏହି ପ୍ରସଙ୍ଗରେ ହେଲା ଆଲୋଚନା

Published: Jan 9, 2023, 6:25 pm IST

ନୂଆଦିଲ୍ଲୀ: ଭାରତୀୟ କିଷାନ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାୟେତ ଆଜି ହରିୟାଣାର ଶାହବାଦରେ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ଟିକାୟେତଙ୍କ ସହ କୃଷକ ନେତାଙ୍କ ପ୍ରତିନିଧୀ ମଧ୍ୟ କଂଗ୍ରେସ ସାଂସଦଙ୍କୁ ଭେଟି କୃଷକଙ୍କ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହାପୂର୍ବରୁ ଯେତେବେଳେ ଭାରତ ଯୋଡୋ ଯାତ୍ରା ଉତ୍ତରପ୍ରଦେଶ ଦେଇ ଯାଉଥିଲା, ସେତେବେଳେ ରାକେଶ ଟିକାୟେତଙ୍କୁ ଏହି ଯାତ୍ରାରେ ଯୋଗଦେବାକୁ କଂଗ୍ରେସ ନିମନ୍ତ୍ରଣ କରିଥିଲା। ତେବେ ରାକେଶ ଟିକାୟେତ ଏହି ଯାତ୍ରାରେ ଯୋଗଦେବାକୁ ମନା କରିଦେଇଥିଲେ।

ଯେତେବେଳେ ଏହି ଯାତ୍ରା ବିଷୟରେ ପଚରାଗଲା, ଟିକାଇଟ କହିଥିଲେ ଯେ ମୁଁ ଭାରତ ଯୋତ୍ରାରେ ଭାଗ ନେବାକୁ ଯାଉ ନାହିଁ, କିନ୍ତୁ ଆମେ ଏଥିରେ ଭାଗ ନେବାକୁ କାହାକୁ ବି ଅଟକାଉ ନାହୁଁ। ଏହି ଯାତ୍ରାରେ ଭାଗ ନେବାକୁ ଚାହୁଁଥିବା ବି.କେ.ୟୁ କର୍ମୀମାନେ ଏଥିପାଇଁ ସ୍ଵାଧୀନ। ତେବେ ଜିଲ୍ଲାଧ୍ୟକ୍ଷ ସ୍ତରରୁ ଉପର ପଦାଧିକାରୀମାନେ ଏହି ଯାତ୍ରାରେ ଅଂଶଗ୍ରହଣ କରିବେ ନାହିଁ। ଆମର ଏକ ରାଜନୈତିକ ସଂଗଠନ ଅଛି। ଆମ ସଂଗଠନରେ ବିଭିନ୍ନ ବିଚାରଧାରାର ଲୋକ ଅଛନ୍ତି।

ଭାରତୀୟ କିସାନ ୟୁନିଅନର ମୁଖ୍ୟ ନରେଶ ଟିକାୟେତ ମଧ୍ୟ ରାହୁଲ ଗାନ୍ଧୀଙ୍କ ସମର୍ଥନରେ ଏକ ଚିଠି ଲେଖି ଏହି ଯାତ୍ରା ପାଇଁ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି ଯେ, ଏହି ଯାତ୍ରାର ୧୦୦ ଦିନ “ବୈଚାରିକ କ୍ରାନ୍ତି” ଆଣିଛି। ସେ ଏହି ଯାତ୍ରାକୁ ପ୍ରେରଣାଦାୟକ ବୋଲି ମଧ୍ୟ କହିଛନ୍ତି। ସେ କହିଥିଲେ ଯେ, ଏହି ଯାତ୍ରା କୃଷକଙ୍କ ସମସ୍ୟାକୁ ମଧ୍ୟ ଆଲୋକିତ କରିଛି, ଏହା ସ୍ଵାଧୀନ ଭାରତ ପାଇଁ ପ୍ରେରଣାଦାୟକ ଯାତ୍ରା ହେବ, ଯେପରି ମହାତ୍ମା ଗାନ୍ଧୀଙ୍କ “ଦାଣ୍ଡି ମାର୍ଚ୍ଚ” ସ୍ଵାଧୀନତା ପୂର୍ବ ଦେଶକୁ ପ୍ରେରଣା ଦେଇଥିଲା।

Related posts