ହକି ଉଦଘାଟନ ସମାରୋହରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

Published: Jan 11, 2023, 1:29 pm IST

ନୂଆଦିଲ୍ଲୀ: ଆଜି କଟକରେ ଆୟୋଜିତ ହେଉଥିବା ହକି ବିଶ୍ବକପ ଉଦଘାଟନ ସମାରୋହରେ ଯୋଗଦେବା ପାଇଁ ଭୁବନେଶ୍ବର ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ଏ ନେଇ ତାଙ୍କର ଦିଲ୍ଲୀ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ଆଜି ଅନୁରାଗ ଅପରାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ କଟକ ଯିବେ।

ଆଜି କଟକ ବାରବାଟୀ ଷ୍ଟାଡିମରେ ହକି ବିଶ୍ବକପର ଉଦଘାଟନ ସମାରୋହର ଆୟୋଜନ କରାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସ୍ବତନ୍ତ୍ର ଅତିଥୀ ଭାବେ ଯୋଗ ଦେବେ।

Related posts