Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଥର ସମ୍ବଲପୁର, ଜୟପୁର, ବ୍ରହ୍ମପୁର ଓ ବାରିପଦାରେ ହେବ ଆଞ୍ଚଳିକ କୃଷି ମେଳା
ଆଜିର ଖବର

ଏଥର ସମ୍ବଲପୁର, ଜୟପୁର, ବ୍ରହ୍ମପୁର ଓ ବାରିପଦାରେ ହେବ ଆଞ୍ଚଳିକ କୃଷି ମେଳା

January 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
KrusiMela1
ଏଥର ସମ୍ବଲପୁର, ଜୟପୁର, ବ୍ରହ୍ମପୁର ଓ ବାରିପଦାରେ ହେବ ଆଞ୍ଚଳିକ କୃଷି ମେଳା

ଭୁବନେଶ୍ୱର: ପ୍ରତିବର୍ଷ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା’ ଭୁବନେଶ୍ୱରଠାରେ ଆୟୋଜିତ ହେଉଥିବାବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଚାଷୀମାନେ ସହଜରେ ଯେପରି କୃଷି ମେଳାରେ ଭାଗନେଇ ଉପକୃତ ହୋଇପାରିବେ, ସେଥି ନିମନ୍ତେ ଚଳିତ ବର୍ଷ ଆଞ୍ଚଳିକ ସ୍ତରରେ ଆଉ ଚାରିଟି କୃଷି ମେଳାର ଆୟୋଜନ କରାଯିବ।

କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପରାମର୍ଶ କ୍ରମେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସମ୍ବଲପୁର, କୋରାପୁଟ, ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାରେ ଆଞ୍ଚଳିକ କୃଷି ମେଳାର ଆୟୋଜନ କରିବା ପାଇଁ ସ୍ଥିର କରାଯାଇଛି।

ସମ୍ବଲପୁରଠାରେ ଚଳିତ ଜାନୁଆରୀୁ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ କୃଷି ମେଳା ଆୟୋଜନ କରାଯିବ। ସେହିପରି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରଠାରେ କୃଷି ମେଳା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଜାନୁଆରୀ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଏବଂ କୋରାପୁଟ ଜିଲ୍ଲା ଜୟପୁରଠାରେ କୃଷି ମେଳା ଫେବୃଆରୀ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଓ ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ ଆଞ୍ଚଳିକ କୃଷି ମେଳା ଫେବୃଆରୀ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି।

ଆଞ୍ଚଳିକ କୃଷି ମେଳାର ଆୟୋଜନ ଦ୍ୱାରା ରାଜ୍ୟର କୋଣ-ଅନୁକୋଣର ଲକ୍ଷ ଲକ୍ଷ ଚାଷୀ ସହଜରେ ଓ ସୁବିଧାରେ କୃଷି ମେଳାରେ ଯୋଗଦେଇ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ହୋଇଥିବା ବିକାଶ ଏବଂ ଉପଯୋଗ ହେଉଥିବା ଆଧୁନିକ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟା ସହ କୃଷି ଯନ୍ତ୍ରପାତିଗୁଡ଼ିକର ବ୍ୟବହାର ସଂପର୍କରେ ଜାଣିବାର ସୁବିଧା ପାଇବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

କୃଷି ମେଳାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ କୃଷି ଓ ଖାଦ୍ୟ ଉତ୍ପାଦନ, ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ସମେତ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲ ଖୋଲାଯିବ। ଏଥି ସହିତ ବିଭିନ୍ନ ଦିବସରେ ଆଲୋଚନା ଚକ୍ର ସମେତ କୃଷି ବିଶେଷଜ୍ଞ ଓ ଚାଷୀମାନଙ୍କ ସହିତ ଭାବବିନିମୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ମେଳା ଅବସରରେ ଅଗ୍ରଣୀ ଚାଷୀ ଭାଇ ଭଉଣୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି।

କୃଷି ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026
Latest News

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.