Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀଙ୍କ ପୀଠରେ ଲାଗି ହେଲା ନବାନ୍ନ
ଆଜିର ଖବର

ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀଙ୍କ ପୀଠରେ ଲାଗି ହେଲା ନବାନ୍ନ

January 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଧନୁମାସ ୨୮ ଦିନ, ଗୁରୁବାର, ମାଘ କୃଷ୍ଣପକ୍ଷ ପଞ୍ଚମୀ ତିଥି। ମନ୍ଦିର ପାଞ୍ଜିଗଣକ ଶରତ ଚନ୍ଦ୍ର ଦାଶ ମା’ଙ୍କ ନବାନ୍ନ ଲାଗି ପାଇଁ ଲଗ୍ନ ସ୍ଥିର କରିଥିଲେ। ବଡ଼ ରୟତ ଅଶୋକ ସ୍ୱାଇଁ, ଉପି ପ୍ରଧାନ ମା’ଙ୍କ ଜମିରୁ ଅମଳ ନୂଆ ଧାନ ନୂଆ ବିରି ଆଣି ଖମାର ଭରି କରିଥିଲେ। ଶୁଦ୍ଧପୁତ ଭାବରେ ନୂଆ ଧାନରୁ ଚାଉଳ, ଲିଆ, ଚୁଡ଼ା ପ୍ରସ୍ତୁତ ହୋଇଥିଲା।

ପୂର୍ବ ଦିନରୁ ମନ୍ଦିରଶୋଧ କରାଯାଇ ରୋଷଘର ଲିପାପୋଛା ହୋଇ କୁମ୍ଭକାର ସେ ବାୟତଙ୍କ ଘରୁ ନୂଆ ଅଥର ହାଣ୍ଡି ଆଣି ରଖାଯାଇଥିଲା। ରଜକ ସେବାୟତ ନୂଆ ଅଥରକନା ଆଣିଦେଇଥିଲେ। ମଧୁ ବୈଶ୍ୟ ସେ ବାୟତ, ନୂଆ ଲିଆ ନୂଆଚୁଡାରେ ଗୁଡ଼ ନଡ଼ିଆ ମସଲା ଦେଇ ଦୁଇଟି ଲେଖାଏଁ ଲମ୍ବା ମୁଆଁ ଦୁଇଟି ଲେଖାଏଁ ଗୋଲମୁଆଁ ପ୍ରସ୍ତୁତ କରିଥିଲେ। ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା, ମହାପ୍ରସାଦ ଅର୍ପଣ ପରେ ବେଶ କରାଯାଇଥିଲା।

ସବୁଦିନ ପରି ବଲ୍ଲଭ ଆଳତି ନ ହୋଇ ନୀତି ଅନୁସାରେ ନବାନ୍ନ ଲାଗି ପର୍ଯ୍ୟନ୍ତ ସର୍ବ ସାଧାରଣଙ୍କ ନୈବେଦ୍ୟ ଅର୍ପଣ ମଧ୍ୟ ହୋଇନଥିଲା। ସମସ୍ତ ନିଯୋଗୀ ସେବାୟତ, ମନ୍ଦିର କାର୍ଯ୍ୟାଳୟର କର୍ମଚାରୀ ଶୁଦ୍ଧପୂତ ହୋଇ କୌଣସି ଖାଦ୍ୟଗ୍ରହଣ ନକରି ସେହି ଶୁଭଲଗ୍ନକୁ ଅପେକ୍ଷା କରିଥିଲେ।

ସକାଳ ୮ ଘଟିକାରେ ନିଯୋଗୀ ଦଣ୍ଡସେଣା ଶୁଦ୍ଧପୂତ ହୋଇ କାର୍ଯ୍ୟାଳୟ ଭଣ୍ଡାର ଘରୁ ନୂଆ ଚାଉଳ, ନୂଆ ବିରି, ଡାଲି, ଅଟା,ଗୁଡ଼, ନଡ଼ିଆ, ଘିଅ, ମସଲା, ପରିବା, ଶାଗ ଆଣି କଟାବଟା ଘରେ ପହଞ୍ଚାଇ କଟାବଟା କରି ଯୋଗାଇଥିଲେ। ସୁଆର ସେବକ ମା’ଙ୍କ ପାଖରେ ସମର୍ପିତ ହୋଇ ସମସ୍ତ ପ୍ରକାର ନୈବେଦ୍ୟ ପ୍ରସ୍ତୁତ କରିଥିଲେ। ଦିବା ୧ ଘଟିକା ୨୦ ମିନିଟ ସମୟରେ ଧୂପକାହାଳି ବାଜିଥିଲା। ପରେ ପରେ ଘଣ୍ଟା ଘଣ୍ଟ, ବାଦ୍ୟ ବାଜି ଉଠି ମା’ଙ୍କ ପିଣ୍ଡିରେ ନୂଆଖଇ ଓ ନୂଆଁ ଚୁଡାର ବଲ୍ଲଭ ମୁଆଁ ସହିତ ସୁପକାର ସେବାୟତ ମୁହଁରେ ତୁଣ୍ଡି ବାନ୍ଧି ଶୁଦ୍ଧପୂତ ଭାବରେ ପ୍ରସ୍ତୁତ ନବାନ୍ନ ଖେଚଡ଼ି, ଡାଲି, ମହୁର, ଆମ୍ବିଳ, ଶାଗମୁଗ, ନୂଆ ଏଣ୍ଡୁରି ପରି ସମସ୍ତ ପ୍ରକାର ନୈବେଦ୍ୟ ଏକାଥରେ ଆଣି ଠା କରିଥିଲେ।

ମୁଖ୍ୟ ପୂଜକ ପରିଛା ସାଆନ୍ତ, ପାଳିଆ ମାଳି ରହି ଧୂପ ବଢିମା’ଙ୍କୁ ଆଳତୀ କରାଇଥିଲେ।ପରେ ବେଢାରେ ଥିବା ସମସ୍ତ ପାର୍ଶ୍ଵଦେବାଦେବୀଙ୍କ ପାଖରେ ଗୁଣ୍ଡା ଭୋଗ ଲାଗି ହୋଇ
ଥିଲା। ନିଯୋଗୀ ସେବାୟତ, ମନ୍ଦିର କର୍ମଚାରୀ ପ୍ରଥମେ ମା’ଙ୍କ ପାଖରେ ସମର୍ପିତ ହୋଇ ମଙ୍ଗଳ କାମନା କରି ନବାନ୍ନ ପ୍ରସାଦ ଗ୍ରହଣ କରିବା ପରେ ସର୍ବସାଧାରଣଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।

ଶ୍ରୀ ଶ୍ରୀଦକ୍ଷେଶ୍ଵର ଦେବଙ୍କ ପୀଠରେ ମଧ୍ୟ ଅନୁରୂପ ଭାବରେ ବିଧି ବିଧାନର ସହିତ ନବାନ୍ନ ଲାଗି କରାଯାଇଥିବା କଥା କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ସୂଚନାପ୍ରଦାନ କରିଛନ୍ତି।

ପଞ୍ଚମୀ ତିଥି
Share. Facebook Twitter LinkedIn Email WhatsApp Copy Link

Related Posts

Vaishno Devi Yatra: ପୁଣି ଥରେ ବନ୍ଦ ହେଲା ବୈଷ୍ଣୋ ଦେବୀ ଯାତ୍ରା

September 2, 2025

Semicon India 2025: ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ମେଡ୍-ଇନ୍-ଇଣ୍ଡିଆ ଚିପ୍ ପ୍ରଦାନ କଲେ ମନ୍ତ୍ରୀ ବୈଷ୍ଣବ

September 2, 2025

ରାତିରେ ନବୀନ ପଟ୍ଟନାୟକଙ୍କୁ କାହିଁକି ସାକ୍ଷାତ କଲେ ବିଜେଡି ନେତାଗଣ ?

September 2, 2025

ସେପ୍ଟେମ୍ବର ୧୮ ରେ ବିଧାନସଭା ଘେରିବ ମିଳିତ ସରକାରୀ ମାଧ୍ୟମିକ ଏନପିଏସ ଶିକ୍ଷକ ସଙ୍ଘ

September 2, 2025
Latest News

Vaishno Devi Yatra: ପୁଣି ଥରେ ବନ୍ଦ ହେଲା ବୈଷ୍ଣୋ ଦେବୀ ଯାତ୍ରା

September 2, 2025

Semicon India 2025: ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ମେଡ୍-ଇନ୍-ଇଣ୍ଡିଆ ଚିପ୍ ପ୍ରଦାନ କଲେ ମନ୍ତ୍ରୀ ବୈଷ୍ଣବ

September 2, 2025

ରାତିରେ ନବୀନ ପଟ୍ଟନାୟକଙ୍କୁ କାହିଁକି ସାକ୍ଷାତ କଲେ ବିଜେଡି ନେତାଗଣ ?

September 2, 2025

ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାକୁ ନେଇ ମୋଦି କଣ କହିଲେ ଜାଣନ୍ତି

September 2, 2025

ସେପ୍ଟେମ୍ବର ୧୮ ରେ ବିଧାନସଭା ଘେରିବ ମିଳିତ ସରକାରୀ ମାଧ୍ୟମିକ ଏନପିଏସ ଶିକ୍ଷକ ସଙ୍ଘ

September 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.