BREAKING NEWS: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବଙ୍କ ପରଲୋକ

Published: Jan 12, 2023, 11:46 pm IST
Sharad Yadav

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ଜନତା ଦଳ (ୟୁନାଇଟେଡ୍) ସଭାପତି ଶରଦ ଯାଦବଙ୍କର ଆଜି ରାତିରେ ୭୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି।  ଗୁରୁଗ୍ରାମର ଫୋର୍ଟିସ୍ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ଖବରକୁ ତାଙ୍କ ଝିଅ ସୁଭାଷିନୀ ଶରଦ ଯାଦବ ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ନିଶ୍ଚିତ କରିଛନ୍ତି।

ନିକଟରେ ସେ ଲୋକତାନ୍ତ୍ରିକ ଜନତା ଦଳ ଗଠନ କରିଥିଲେ ଯାହା ଲାଲୁ ଯାଦବଙ୍କ ଆରଜେଡିରେ ମିଶ୍ରଣ ହୋଇଥିଲା। ପୂର୍ବରୁ ସେ ଜନତା ଦଳ ୟୁନାଇଟେଡ ନାମିତ ପାର୍ଟି ଗଠନ କରିଥିଲେ। ୧୯୭୪ ମସିହାରେ ଜୟପ୍ରକାଶ ନାରାୟଣ ଜବଲପୁର ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଶରଦ ଯାଦବଙ୍କୁ ମନୋନିତ କରିଥିଲେ। ସେତେବେଳେ ମାତ୍ର ୨୭ ବର୍ଷ ବୟସରେ ସେ ବିଜୟ ଲାଭ କରିଥିଲେ।

Related posts