
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡୋ ଯାତ୍ରା ସମୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପଞ୍ଜାବର ଜଲନ୍ଦରରୁ ସାଂସଦ ସନ୍ତୋଖ ସିଂଙ୍କ ଦେହାନ୍ତ ହୋଇଛି। ସେ ରାହୁଲ ଗାନ୍ଧୀଙ୍କ ସହ ଯାତ୍ରାରେ ଚାଲୁଥିଲେ।
ଏହାପୂର୍ବରୁ ସନ୍ତୋଖ ସିଂ ଚୌଧୁରୀଙ୍କୁ ଭାରତ ଯୋଡା ଯାତ୍ରା ସମୟରେ ଲୁଧିଆନାର ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।