ଟ୍ବିନ୍‌ସିଟିର କୋଚିଂ ସେଣ୍ଟରଗୁଡ଼ିକ ଉପରେ ଅଗ୍ନିଶମ ବିଭାଗର ଚଢାଉ, ଅଗ୍ନି ସୁରକ୍ଷା ନେଇ ଯାଞ୍ଚ

Published: May 27, 2019, 11:49 am IST

ଗୁଜୁରାଟର ସୁରଟ ଅଗ୍ନିକାଣ୍ଡ ପରେ ରାଜ୍ୟ ଅଗ୍ନିଶମ ବିଭାଗର ତତ୍ପରତା ପ୍ରକାଶ ପାଇଛି। ଓଡ଼ିଶାରେ ଯେମିତି ଏଭଳି ଅଘଟଣ ନ ଘଟେ ସେଥିପାଇଁ ଆଜି ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ଥିବା ବିଭିନ୍ନ କୋଚିଂ ସେଣ୍ଟର୍‌ରେ ଚଢ଼ାଉ କରାଯାଇଛି। କୋଚିଂ ସେଣ୍ଟର୍‌ରେ ଅଗ୍ନି ସୁରକ୍ଷା ନେଇ ଯାଞ୍ଚ କରାଯାଉଥିବା ଅଗ୍ନିଶମ ବିଭାଗ ଡିଜି ବି. କେ ଶର୍ମା ସୂଚନା ଦେଇଛନ୍ତି। କଟକ ଓ ଭୁବନେଶ୍ୱରରେ ପ୍ରାୟ ୨୨ଟି କୋଚିଂ ସେଣ୍ଟର୍‌ରେ ଚଢ଼ାଉ କରାଯାଇଛି। କୋଚିଂ ସେଣ୍ଟର୍‌ରେ ଅଗ୍ନିକାଣ୍ଡ ମୁକାବିଲା ପାଇଁ କ’ଣ ବ୍ୟବସ୍ଥା ରହିଛି ଓ ଏହା ସୁରକ୍ଷିତ କି ନୁହେଁ ସେ ନେଇ ଯାଞ୍ଚ କରାଯାଉଛି। ଏହା ସହିତ ଅଗ୍ନିକାଣ୍ଡ ବେଳେ ନିଜେ କେମିତି ସୁରକ୍ଷିତ ରହି ପାରିବେ ଓ ଅନ୍ୟକୁ ବଞ୍ଚାଇ ପାରିବେ ସେ ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ତାଲିମ ଦିଆଯାଉଛି। ଶୁକ୍ରବାର ଦିନ ସୁରଟର ସରଥଣା ଏକ କୋଚିଂ ସେଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୨୨ଜଣ ଛାତ୍ରୀଛାତ୍ରୀଙ୍କ ମୃତ୍ୟୁ ହୋଇଛି।

Related posts