କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଆଜି ପୂର୍ବତନ କୋଲକାତା କମିଶନର ରାଜୀବ କୁମାରଙ୍କୁ ସମନ ଜାରି କରାଯାଇଛି। ଗତକାଲି କୋଲକାତାର ପୂର୍ବତନ କମିଶନରଙ୍କ ନାମରେ ସିବିଆଇ ପକ୍ଷରୁ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଥିବା ବେଳେ ଆଜି ସମନ ଜାରି କରାଯାଇଛି। ୧୯୮୯ ବ୍ୟାଚ୍ର ଆଇପିଏସ୍ ଅଫିସର ରାଜୀବ କୁମାର ୨୫୦୦ କୋଟି ଟଙ୍କାର ଶାରଦା ଚିଟ୍ଫଣ୍ଡ ମାମଲାରେ ସମ୍ପୃକ୍ତ ଥିବାର ଅଭିଯୋଗ ଉଠିଥିଲା। ଏହି ମାମଲାକୁ ନେଇ ସୋମବାର କୋଲକାତାର ସିବିଆଇ ମୁଖ୍ୟାଳୟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଲୁଡୋନ୍ ଷ୍ଟ୍ରିଟ୍ରେ କୁମାରଙ୍କ ବାସଭବନରେ ସେ ନଥିବାରୁ ଏହି ସମନ ଜାରି କରାଯାଇଛି। ପୂର୍ବରୁ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଏହି ମାମଲାର ତଦନ୍ତ କରିଥିବା ବେଳେ ବର୍ତ୍ତମାନ ମାମଲ ସିବିଆଇ ନିକଟରେ ରହିଛି। ପୂର୍ବରୁ ସୁପ୍ରିମକୋର୍ଟ ରାଜୀବ କୁମାରଙ୍କ ଗିରଫଦାରୀ ଉପରେ ଅଙ୍କୁଶ ଲଗାଇଥିଲେ ମାତ୍ର ଏହି ସୁରକ୍ଷା ଉଠାଇନେବା ପରେ ଗିରଫଦାରୀର ଆଶଙ୍କା ଉପୁଜିଥିଲା। ମାମଲାକୁ ନେଇ ରାଜୀବ କୁମାର ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା।