ସହରାଂଚଳ ସ୍ବାସ୍ଥ୍ୟ ମିଶନରେ ସାମିଲ୍ ହେଲା ଆନନ୍ଦପୁର ପୈାର ପରିଷଦ 

Published: Jan 19, 2023, 7:39 pm IST

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲାସ୍ଥିତ ଆନନ୍ଦପୁର ପୈାର ପରିଷଦରେ ଜନସାଧାରଣଙ୍କ ସ୍ବାସ୍ଥ୍ୟ ଅବସ୍ଥାର ଦୃତ ବିକାଶ ନିମନ୍ତେ ଆଜି ରାଜ୍ୟ ସରକାର ଏହି ପୈାର ପରିଷଦକୁ ଜାତୀୟ ସହରାଂଚଳ ସ୍ବାସ୍ଥ୍ୟ ମିଶନରେ ସାମିଲ କରିଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଅଫିସ୍ ଆଦେଶନାମା ସଂଖ୍ୟା ୧୧୩୭ ଗତ ୧୬ ଜାନୁୟାରୀ ୨୦୨୩ ରିଖରେ ଏହା ବିଞାପିତ କରାଯାଇଛି ।

ଏହି ପୈାର ପରିଷଦକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାର ୫୦ ଟି ପୈାରାଂଚଳ ଜାତୀୟ ସହରାଂଚଳ ସ୍ବାସ୍ଥ୍ୟ ମିଶନରେ ସାମିଲ ହେବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି। ମୁଖ୍ୟତଃ ୫୦ ହଜାରରୁ ଉର୍ଦ୍ଧ୍ଵ ଜନସଂଖ୍ୟା ଥିବା ସହରାଂଚଳକୁ ଏହି ମିଶନରେ ସାମିଲ ନିମନ୍ତେ ବିଚାର କରାଯାଇଥାଏ। ମିଶନରେ ସାମିଲ ହେଲେ ଉକ୍ତ ଅଂଚଳରେ ସାର୍ବଜନୀନ ଟୀକା କରଣ ସହ ମହିଳା ଓ ଶିଶୁ ଯତ୍ନ ଆଦି ସେବା ଯୋଗାଣ ଅଧିକ ସରଳ ଓ ସୁଗମ ହୁଏ। ସହରାଂଚଳରେ ହେଲଥ୍ ଆଣ୍ଡ୍ ୱେଲନେସ୍ କେନ୍ଦ୍ର ଖୋଲାଯାଏ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବର୍ତ୍ତମାନ ପର୍ଯ୍ୟନ୍ତ ଜାତୀୟ ସହରାଂଚଳ ସ୍ବାସ୍ଥ୍ୟ ମିଶନରେ ସାମିଲ ହୋଇଥିବା ସହରମାନଙ୍କରେ ୫୫ ଟି ହେଲଥ୍ ଆଣ୍ଡ୍ ୱେଲନେସ୍ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ସମୁଦ୍ୟ ୧୨୨ ଟି ହେଲଥ୍ ଆଣ୍ଡ୍ ୱେଲନେସ୍ କେନ୍ଦ୍ର କାର୍ଯ୍ୟକ୍ଷମ କରିବା ପାଇଁ ଳକ୍ଷ୍ୟରଖି କ୍ଷେତ୍ରସ୍ତରିୟ କାର୍ଯ୍ୟାନ୍ବୟନ ତ୍ଵରାନ୍ବିତ କରାଯାଇଛି।

Related posts