Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ଗାଇଡଲାଇନ: ପୂର୍ବାହ୍ନ ୧୧ ଟାରୁ ୩ ଯାଏଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ
ଆଜିର ଖବର

ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ଗାଇଡଲାଇନ: ପୂର୍ବାହ୍ନ ୧୧ ଟାରୁ ୩ ଯାଏଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

March 23, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶ୍ରମ ବିଭାଗ
ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ଗାଇଡଲାଇନ: ପୂର୍ବାହ୍ନ ୧୧ ଟାରୁ ୩ ଯାଏଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ୱର: ଚଳିତ ବର୍ଷ ଏପ୍ରିଲ ମାସରେ ରୌଦ୍ରତାପ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ଅଂଶୁଘାତ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ଏଣୁ ପ୍ରଚଣ୍ଡ ଖରାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଚଳିତ ବର୍ଷ ଏପ୍ରିଲ ମାସ ୧ ତାରିଖରୁ ଜୁନ ମାସ ୧୫ ତାରିଖ (ତା. ୧୫.୦୬.୨୦୨୬) ପର୍ଯ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ନ ୧୧:୦୦ ଘଣ୍ଟାରୁ ଅପରାହ୍ନ ୩:୦୦ ଘଣ୍ଟା ମଧ୍ୟରେ ସୃଷ୍ଟ ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତରୁ ରକ୍ଷା କରିବା ପାଇଁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ବିହିତ ପଦକ୍ଷେପ ନେବା ନିମନ୍ତେ ସମସ୍ତ ରାଜସ୍ୱ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଅଛି।

ଏତଦ୍ୱାରା ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗ ତଥା ଓଡ଼ିଶାରେ ଥିବା ଭାରତ ସରକାରଙ୍କର ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଏବଂ ଠିକାଦାରମାନଙ୍କୁ ଅନୁରୋଧ କରାଯାଉଛି ଯେ, ସେମାନଙ୍କର ଅଧୀନରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଚଳିତ ଏପ୍ରିଲ ୧ ତାରିଖରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ନିମନ୍ତେ ପ୍ରତ୍ୟେହ ପୂର୍ବାହ୍ନ ୧୧:୦୦ ଘଣ୍ଟାରୁ ଅପରାହ୍ନ ୩:୦୦ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟରେ ନ ଲଗାଇବାକୁ ବିବଦ୍ଧ ବ୍ୟବସ୍ଥା ଗ୍ରହଣ କରିବେ ଓ ଆବଶ୍ୟକ ସ୍ଥଳେ କାର୍ଯ୍ୟନିର୍ଘଣ୍ଟର ସମୟ ପରିବର୍ତ୍ତନ କରିବେ।

ଯଦି କୌଣସି କାର୍ଯ୍ୟ ଜରୁରୀ ବୋଲି ମନେହୁଏ କିମ୍ବା ଅତ୍ୟାବଶ୍ୟକୀୟ ସେବା ସହ ଜଡ଼ିତ ଯେଉଁଥିରେ କି ଶ୍ରମିକମାନଙ୍କୁ ଉପରୋକ୍ତ ସମୟ ପାଇଁ ବିଶ୍ରାମ ଦିଆଯାଇପାରିବ ନାହିଁ, ତେବେ ଉପରୋକ୍ତ ନିଯୁକ୍ତିଦାତାମାନେ ଶ୍ରମିକମାନଙ୍କୁ ସମ୍ଭାବ୍ୟ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ପାଇଁ ସତର୍କମୂଳକ ପଦକ୍ଷେପ ଗ୍ରହଣ କରିବେ। ଏଥିରେ ବିଶେଷ କରି ଶୀତଳ ପାନୀୟ ଜଳର ସୁବ୍ୟବସ୍ଥା, ଛାୟା ପ୍ରଦାନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ପାଇଁ ଡାକ୍ତରୀ ଚିକିତ୍ସାର ବ୍ୟବସ୍ଥା ଏବଂ ପ୍ରତ୍ୟେକ ଶ୍ରମିକଙ୍କ ପାଇଁ ଓ.ଆର.ଏସ. ପ୍ୟାକେଟର ବ୍ୟବସ୍ଥା କରିବା ବାଧ୍ୟତାମୂଳକ ଅଟେ।

ଉପରୋକ୍ତ ପରିପ୍ରେକ୍ଷୀରେ ଜିଲ୍ଲାର ଚିକିତ୍ସାଧିକାରୀ (ସି.ଡ଼ି.ଏମ.ଓ.), ଉପମଣ୍ଡଳ ଚିକିତ୍ସାଧିକାରୀ (ଏସ.ଡ଼ି.ଏମ.ଓ.), ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପି.ଏଚ.ସି.), କମ୍ୟୁନିଟି ହେଲଥ ସେଣ୍ଟର (ସି.ଏଚ.ସି.) ଚିକିତ୍ସାଳୟ ଗୁଡ଼ିକର ଚିକିତ୍ସାଧିକାରୀ ତଥା କର୍ମଚାରୀ ରାଜ୍ୟ ବୀମା ଯୋଜନା ଅଧୀନରେ ଥିବା ଚିକିତ୍ସାଳୟମାନଙ୍କର ଚିକିତ୍ସାଧିକାରୀମାନଙ୍କୁ ପ୍ରଚଣ୍ଡ ରୌଦ୍ରତାପ ଜନିତ ପରିସ୍ଥିତିର ସମ୍ଭାବ୍ୟ ମୁକାବିଲା ସହ ରୋଗୀମାନଙ୍କର ତତ୍ ସମ୍ୱନ୍ଧୀୟ ରୋଗର ଚିକିତ୍ସା ପାଇଁ ସତର୍କ ରହିବାକୁ ଅନୁରୋଧ କରାଯାଉଛି।

ଅଂଶୁଘାତ ଗ୍ରୀଷ୍ମ ଋତୁ ରୌଦ୍ରତାପ ଶ୍ରମ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଅପହରଣ ପରେ ୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ନାବାଳିକା: ୫ ଗିରଫ

July 12, 2026

ଅତିରିକ୍ତ ସମୟରେ ଆର୍ଜେଣ୍ଟିନାର ଦମଦାର ବିଜୟ: ସେମିଫାଇନାଲରେ ପହଞ୍ଚିଲା ମେସିଙ୍କ ଦଳ 

July 12, 2026

ନେଇ ଯାଆ..ରେ ମେଘ ମୋତେ..ଗୀତର ଗାୟିକା ଏସ ଜାନକୀ ଆଉ ନାହାଁନ୍ତି, ୮୮ ବର୍ଷ ବୟସରେ ପରଲୋକ

July 12, 2026

ଶ୍ରେଷ୍ଠତା ସଂପର୍କରେ ଜାଣିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ବତାଇଛନ୍ତି ପାଞ୍ଚୋଟି ପ୍ରସଂଗ

July 12, 2026
Latest News

ଅପହରଣ ପରେ ୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ନାବାଳିକା: ୫ ଗିରଫ

July 12, 2026

ଅତିରିକ୍ତ ସମୟରେ ଆର୍ଜେଣ୍ଟିନାର ଦମଦାର ବିଜୟ: ସେମିଫାଇନାଲରେ ପହଞ୍ଚିଲା ମେସିଙ୍କ ଦଳ 

July 12, 2026

ନେଇ ଯାଆ..ରେ ମେଘ ମୋତେ..ଗୀତର ଗାୟିକା ଏସ ଜାନକୀ ଆଉ ନାହାଁନ୍ତି, ୮୮ ବର୍ଷ ବୟସରେ ପରଲୋକ

July 12, 2026

ଶ୍ରେଷ୍ଠତା ସଂପର୍କରେ ଜାଣିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ବତାଇଛନ୍ତି ପାଞ୍ଚୋଟି ପ୍ରସଂଗ

July 12, 2026

ସରକାରଙ୍କ ବିଭିନ୍ନ ସଫଳତାର ଗାଥାକୁ ନେଇ ପ୍ରକାଶିତ ଦୁଇଟି ବିଶେଷ ପୁସ୍ତକ ବାଣ୍ଟିଲେ ଉପ ମୁଖ୍ୟମନ୍ତ୍ରୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.