ନିରାଶାଜନକ ଫଳାଫଳ ପରେ କଂଗ୍ରେସରେ ଚାଲିଛି ଇସ୍ତଫାର ପର୍ବ

Published: May 27, 2019, 1:31 pm IST

ଚଳିତ ଲୋକସଭା ନିର୍ବାଚନରେ ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ ‘କଂଗ୍ରେସ’ର ଖରାପ ପ୍ରଦର୍ଶନ କରିଛି। ରାହୁଲ ଗାନ୍ଧିଙ୍କ ନେତୃତ୍ବାଧୀନ କଂଗ୍ରେସ ସମଗ୍ର ଦେଶରେ ୫୨ଟି ସିଟ୍‌ ଆସନ ଜିତିଛି। ଦଳର ଏପରି ବିପର୍ଯ୍ୟୟ ପରେ ଦଳରୁ ଇସ୍ତଫା ଦେବାରେ ଲାଗିଛନ୍ତି। ଆଜି ଝାରଖଣ୍ଡର ପାର୍ଟି ଅଧ୍ୟକ୍ଷ ଅଜୟ କୁମାର ଇସ୍ତଫା ଦେଇଛନ୍ତି। ଝାରଖଣ୍ଡରେ କଂଗ୍ରେସ ଗୋଟିଏ ଆସନ ଜିତିଛି।ଏହା ପୂର୍ବରୁ ଉତ୍ତର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରାଜ ବବର୍‌ ଓ ଆମେଠିର ଜିଲ୍ଲାଧ୍ୟକ୍ଷ ଯୋଗେନ୍ଦ୍ର ସମେତ କେତେକ ନେତାମାନେ ଦଳର ପରାଜୟ କାରଣକୁ ନିଜ ଉପରେ ନେଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏଠାରେ କେବଳ ରାୟବେରଲୀରୁ ହିଁ ଗୋଟିଏ ଆସନ କଂଗ୍ରେସରୁ ଜିତିଥିବାବେଳେ ରାହୁଲ ତାଙ୍କର ପାରମ୍ପରିକ ଆସନ ଅମେଠିରୁ ହାରିଯାଇଛନ୍ତି। ଓଡ଼ିଶାର କଂଗ୍ରେସ ସମିତି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଓ କର୍ଣ୍ଣାଟକ କଂଗ୍ରେସ ପ୍ରଚାର ଅଧ୍ୟକ୍ଷ ଏଚ କେ ପାଟିଲ୍‌ଙ୍କ ସମେତ ଅନ୍ୟ କିଛି ଛୋଟବଡ଼ ନେତାମନେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଦଳର ନିରାଶଜନକ ଫଳାଫଳରେ ନିଜକୁ ଦାୟୀ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ଚାହୁଁଥିବାବେଳେ କଂଗ୍ରେସର ଓ୍ବାର୍କିଂ କମିଟି ତାଙ୍କ ଇସ୍ତଫାକୁ ଅଗ୍ରାହ୍ୟ କରିଦେଇଛନ୍ତି।

Related posts