Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ପରାକ୍ରମ ଦିବସ’ରେ କେନ୍ଦ୍ରୀୟ ବିଦ୍ୟାଳୟରେ ଆୟୋଜନ କରାଯିବ ଦେଶବ୍ୟାପୀ ଚିତ୍ରାକଳା ପ୍ରତିଯୋଗିତା
ଆଜିର ଖବର

‘ପରାକ୍ରମ ଦିବସ’ରେ କେନ୍ଦ୍ରୀୟ ବିଦ୍ୟାଳୟରେ ଆୟୋଜନ କରାଯିବ ଦେଶବ୍ୟାପୀ ଚିତ୍ରାକଳା ପ୍ରତିଯୋଗିତା

January 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ଉପରୁ ପରୀକ୍ଷାର ଚାପ ଦୂର କରିବା ଲାଗି ଏକ ଅଭିନବ ପ୍ରୟାସ ସ୍ବରୂପ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଆୟୋଜନ କରାଯିବା କ୍ରମରେ ଆଜି ସାରା ଦେଶର ୫୦୦ ଭିନ୍ନ ଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟରେ ଏକ ରାଷ୍ଟ୍ରବ୍ୟାପୀ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରାଯିବ। ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ କରାଯାଇଥାଏ। ଭାରତ ସରକାର ଏହି ଦିନକୁ ପରାକ୍ରମ ଦିବସ ଭାବେ ପାଳନ କରି ଆସୁଛନ୍ତି। ଛାତ୍ରଛାତ୍ରୀଙ୍କୁ ନେତାଜୀଙ୍କ ଜୀବନୀରେ ଅନୁପ୍ରାଣିତ କରିବା ଏବଂ ସେମାନଙ୍କ ମଧ୍ୟରେ ଦେଶପ୍ରେମ ଭାବନା ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏପରି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି।

ଛାତ୍ରଛାତ୍ରୀଙ୍କ ସୃଜନଶୀଳ ଅଭିବ୍ୟକ୍ତିଙ୍କୁ ପ୍ରୋତ୍ସାହିତ କରିବା ଲାଗି ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଆସନ୍ତାକାଲି ଚିତ୍ରକଳା ପ୍ରତିଯୋଗିତା ସହିତ ସାରା ଦେଶର ବିଦ୍ୟାଳୟରେ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ଆୟୋଜନ କରାଯାଉଛି।

ଚିତ୍ରକଳା ପ୍ରତିଯୋଗିତାରେ ବିଭିନ୍ନ ସିବିଏସଇ ବିଦ୍ୟାଳୟର, ରାଜ୍ୟ ବୋର୍ଡ, ନବୋଦୟ ବିଦ୍ୟାଳୟ ଏବଂ କେନ୍ଦ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ସେମାନଙ୍କର ସୃଜନଶୀଳ ଅଭିବ୍ୟକ୍ତି ପ୍ରକାଶ କରିବେ ବୋଲି ଆଶା କରାଯାଉଛି। ପ୍ରତିଯୋଗିତାର ବିଷୟବସ୍ତୁ ‘ଏଗଜାମ ୱାରିଅର’ ପୁସ୍ତକ ଉପରେ ଆଧାରିତ ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି।

ସାରା ଦେଶର ମୋଟ୍‌ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ଚିତ୍ରକଳା ପ୍ରତିଯୋଗିତାରେ ଭାଗ ନେବେ ବୋଲି ଆଶା କରାଯାଉଛି। ଯେଉଁ ନୋଡାଲ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରତିଯୋଗିତା ଆୟୋଜନ କରାଯିବ ସେଠାରେ ବିଭିନ୍ନ ସ୍କୁଲର ୧୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ନିକଟସ୍ଥ ରାଜ୍ୟ ବୋର୍ଡ ଏବଂ ସିବିଏସଇ ସ୍କୁଲରୁ ୭୦ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ନବୋଦୟ ବିଦ୍ୟାଳୟର ୧୦ ଏବଂ ନୋଡାଲ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଅନ୍ୟ କେନ୍ଦ୍ରୀୟ ବିଦ୍ୟାଳୟର ୨୦ ଛାତ୍ରଛାତ୍ରୀ ଏଥିରେ ଭାଗ ନେବେ।

ଶ୍ରେଷ୍ଠ ବିବେଚିତ ୫ ଜଣ ପ୍ରତିଯୋଗୀଙ୍କୁ ସ୍ବାଧୀନତା ସଂଗ୍ରାମୀ ଏବଂ ଜାତୀୟ ଗୁରୁତ୍ବ ବହନ କରୁଥିବା ବିଷୟ ଉପରେ ଏକ ବହି ସେଟ୍‌ ଦିଆଯିବା ସହିତ ଏକ ପ୍ରମାଣପତ୍ର ମିଳିବ।  ଛାତ୍ରଛାତ୍ରୀ ଓ ଶିକ୍ଷକ ମହଲରେ ପ୍ରତିଯୋଗିତାକୁ ନେଇ ବିଶେଷ ଆଗ୍ରହ ଦେଖିବାକୁ ମିଳିଛି।

କେନ୍ଦ୍ରୀୟ ବିଦ୍ୟାଳୟ ନରେନ୍ଦ୍ର ମୋଦୀ ପରାକ୍ରମ ଦିବସ ପରୀକ୍ଷା ପେ ଚର୍ଚ୍ଚା ସୁଭାଷ ଚନ୍ଦ୍ର ବୋଷ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.