Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସର୍ବ ଭାରତୀୟ ପୋଲିସ ମହା ନିର୍ଦ୍ଦେଶକ/ମହା ନିରୀକ୍ଷକ ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ସର୍ବ ଭାରତୀୟ ପୋଲିସ ମହା ନିର୍ଦ୍ଦେଶକ/ମହା ନିରୀକ୍ଷକ ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

January 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଓ ୨୨ ଜାନୁଆରୀରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ୫୭ତମ ସର୍ବଭାରତୀୟ ପୋଲିସ ମହା ନିର୍ଦ୍ଦେଶକ/ମହା ନିରୀକ୍ଷକ ସମ୍ମିଳନୀରେ ଯୋଗ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ପୋଲିସ ବାହିନୀକୁ ଅଧିକ ସମ୍ବେଦନଶୀଳ କରିବା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ତାଲିମ ଦେବା ପାଇଁ ପରାମର୍ଶ ଦେଇଛନ୍ତି। ସଂଗଠନଗୁଡିକ ମଧ୍ୟରେ ତଥ୍ୟ ଆଦାନ ପ୍ରଦାନକୁ ସୁଗମ କରିବା ପାଇଁ ନେସନାଲ ଡାଟା ଗଭର୍ନାନ୍ସ ଫ୍ରେମୱାର୍କର ଗୁରୁତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଯେ ବାୟୋମେଟ୍ରିକ୍ସ ଭଳି ବୈଷୟିକ ସମାଧାନକୁ ଆହୁରି ଅଧିକ ଉପଯୋଗ କରାଯିବା ଉଚିତ, ଚାଲି ଚାଲି ପାଟ୍ରୋଲିଂ ଆଦି ଭଳି ପାରମ୍ପାରିକ ପୋଲିସ ବ୍ୟବସ୍ଥାକୁ ଆହୁରି ମଜବୁତ କରିବାର ଆବଶ୍ୟକତା ରହିଛି। ରାଜ୍ୟଗୁଡିକରେ ଅଚଳ ହୋଇଥିବା ପୁରୁଣାକାଳିଆ ଅପରାଧିକ ଆଇନ୍‍ର ଉଚ୍ଛେଦ ପାଇଁ ସୁପାରିଶ୍‍ କରିଛନ୍ତି। ଜେଲ ପରିଚାଳନାରେ ଉନ୍ନତି ଆଣିବା ପାଇଁ ସେ ଜେଲ ସଂସ୍କାର ସକାଶେ ପରାମର୍ଶ ଦେଇଥିଲେ। ସେ ଅଧିକାରମାନଙ୍କ ବାରମ୍ବାର ପରିଦର୍ଶନ ଆୟୋଜନ କରି ସୀମା ଏବଂ ଉପକୂଳ ସୁରକ୍ଷାକୁ ମଜବୁତ କରିବା ଉପରେ ମଧ୍ୟ ଆଲୋଚନା କରିଥିଲେ।

ଦକ୍ଷତା ବୃଦ୍ଧି ତଥା ସର୍ବୋତ୍ତମ ଅଭ୍ୟାସ ସେୟାର କରିବାପାଇଁ ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ସଂଗଠନ ମଧ୍ୟରେ ବୃଦ୍ଧି ପାଉଥିବା ସହଯୋଗ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ନୂତନ ଭାବେ ଦେଖାଦେଉଥିବା ଆହ୍ୱାନ ଉପରେ ଆଲୋଚନା କରିବା ଏବଂ ସେମାନଙ୍କ ଦଳ ମଧ୍ୟରେ ସର୍ବୋତ୍ତମ ଅଭ୍ୟାସର ବିକାଶ ପାଇଁ ରାଜ୍ୟ/ଜିଲ୍ଲା ସ୍ତରରେ ଡିଜିପି/ଆଇଜିପି ସମ୍ମିଳନୀର ମଡେଲକୁ ଦୋହରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ ବଣ୍ଟନ କରିବା ପରେ ଏହି ସମ୍ମିଳନୀ ଶେଷ ହୋଇଥିଲା।

ଏହି ସମ୍ମିଳନୀରେ ଆତଙ୍କବାଦ ମୁକାବିଲା, ବିଦ୍ରୋହ ମୁକାବିଲା ଏବଂ ସାଇବର ସୁରକ୍ଷା ସମେତ ପୋଲିସିଂ ଏବଂ ଜାତୀୟ ନିରାପତ୍ତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା। ଏହି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ, ଗୃହ ରାଷ୍ଟ୍ରମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା, କେନ୍ଦ୍ର ଗୃହ ସଚିବ, ଡିଜିପି/ଆଇଜିପି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ପୋଲିସ ସଂଗଠନ/କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ମୁଖ୍ୟ ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ। ବିଭିନ୍ନ ପାହ୍ୟାର ପ୍ରାୟ ୬୦୦ ଅଧିକାରୀ ଭର୍ଚୁଆଲ ମାଧ୍ୟମରେଏହି ସମ୍ମିଳନୀରେ ଯୋଗ ଦେଇଥିଲେ।

ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ
Share. Facebook Twitter LinkedIn Email WhatsApp Copy Link

Related Posts

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026
Latest News

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026

ଖୋରଧା ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.