ସପ୍ତଦଶ ଲୋକସଭା ନିର୍ବାଚନରେ ମହିଳା ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ୫୪୨ ଟି ଆସନରୁ ବିଜେପି ନେତୃତ୍ବାଧୀନ ଏନ୍ଡିଏ ମେଣ୍ଟ ୩୫୩ଆସନ ହାସଲ କରି ସ୍ପଷ୍ଟ ବହୁମତ ହାସଲ କରିଛି । ସଂସଦରୁ ମିଳିଥିବା ତଥ୍ୟ ଅନୁଯାୟୀ ମହିଳା ସାଂସଦଙ୍କ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି । ୨୦୧୪ରେ ଏହି ସଂଖ୍ୟା ୨୭ ରହିଥିଲା । ୨୦୧୪ରେ ମାତ୍ର ୫ ପ୍ରତିଶତ ମହିଳା ସାଂସଦ ରହିଥିବା ବେଳେ ୨୦୧୯ରେ ଏହା ୧୪ ପ୍ରତିଶତକୁ ବୃଦ୍ଧି ପାଇଛି । ଏହି ସଂଖ୍ୟା ସନ୍ତୋଷ ଜନକ ହୋଇଥିଲେ ମଧ୍ୟ ଅନ୍ୟ ରାଷ୍ଟ୍ର ତୁଳନାରେ ପ୍ରଭାବହୀନ ମନେ ହେଉଛି । ଯୁକ୍ତରାଷ୍ଟ୍ର ଆମେରିକାରେ ୩୨ ପ୍ରତିଶତ ମହିଳା ନିର୍ବାଚିତ ହୋଇଥିବା ବେଳେ ପଡୋଶୀ ରାଷ୍ଟ୍ର ବାଂଲାଦେଶରେ ଏହି ସଂଖ୍ୟା ୨୧ ପ୍ରତିଶତ ରହିଛି । ଚଳିତ ବର୍ଷ ବିଜେପିର ୩୦୩ ସାଂସଦ ନିର୍ବାଚିତ ହୋଇଥିବା ବେଳେ କଂଗ୍ରେସର ୫୨ ଜଣ ସାଂସଦ ନିର୍ବାଚିତ ହୋଇଛନ୍ତି । ଆଞ୍ଚଳିକ ଦଳଙ୍କ ମଧ୍ୟରେ ଡିଏମ୍କେ ୨୩ ଆସନରେ ବିଜୟୀ ହୋଇଥିବା ବେଳେ ଟିଏମ୍ସି ଏବଂ ଓ୍ବାଇଏସ୍ଆର କଂଗ୍ରେସ ୨୨ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି । ୨୦୧୪ରେ ପ୍ରଥମ ଥର ସଂସଦକୁ ଆସିଥିବା ପ୍ରତିନିଧିଙ୍କ ସଂଖ୍ୟା ୩୧୪ ରହିଥିବା ବେଳେ ୨୦୧୯ରେ ଏହା ୩୦୦କୁ ହ୍ରାସ ପାଇଛି । ୧୯୭ ଜଣ ସାଂସଦ ପୁନଃ ନିର୍ବାଚିତ ହୋଇଛନ୍ତି ।
ସପ୍ତଦଶ ଲୋକସଭା ନିର୍ବାଚନ : ମହିଳା ସାଂସଦଙ୍କ ସଂଖ୍ୟା ବୃଦ୍ଧି
Published:
May 27, 2019, 2:55 pm IST
Tags: