ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ଅକାଳ ବିୟୋଗ

Published: Jan 25, 2023, 7:07 pm IST

ବ୍ରହ୍ମପୁର: ଓଡିଶାର ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ୍ ରାଜଗୁରୁଙ୍କ ଆଜି ଅକାଳ ବିୟୋଗ ଘଟିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା। ସେ ଦୈନିକ ଖବରକାଗଜ ସକାଳର ବ୍ରହ୍ମପୁର ସଂସ୍କରଣର ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ।

ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ବ୍ରହ୍ମପୁର ବଡ ମେଡିକାଲ ଅଣାଯାଇ ଚିକିତ୍ସା କରାଯାଉଥିଲା। ତେବେ ଡାକ୍ତରଙ୍କ ଚେଷ୍ଟା ସତ୍ତ୍ବେ ଫଳ କିଛି ମିଳି ନ ଥିଲା। ଶେଷରେ ତାଙ୍କ ପରଲୋକ ହୋଇଛି। ତାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।

Related posts