Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ର ବଜେଟ୍ ୨୦୨୩-୨୪ର ଚୂଡ଼ାନ୍ତ ପର୍ଯ୍ୟାୟ ହାଲୱା ଉତ୍ସବ ସହ ଆରମ୍ଭ
ଆଜିର ଖବର

କେନ୍ଦ୍ର ବଜେଟ୍ ୨୦୨୩-୨୪ର ଚୂଡ଼ାନ୍ତ ପର୍ଯ୍ୟାୟ ହାଲୱା ଉତ୍ସବ ସହ ଆରମ୍ଭ

January 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ ୨୦୨୩-୨୪ର ଚୂଡ଼ାନ୍ତ ପ୍ରସ୍ତୁତି ପର୍ଯ୍ୟାୟ ଆଜି (୨୬-୦୧-୨୦୨୩) ନର୍ଥ ବ୍ଲକର ହାଲୱା ଉତ୍ସବ ସହ ଆରମ୍ଭ ହୋଇଯାଇଛି। ଏହି ଉତ୍ସବ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ଓ ଡକ୍ଟର ଭଗବତ କିଶନ ରାଓ କରଡ଼ଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି।

ପ୍ରତିବର୍ଷ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇ ତାଲା ପଡ଼ିବା ବେଳକୁ ଏକ ପାରମ୍ପରିକ ହାଲୱା ଉତ୍ସବ ସହିତ ହୋଇଥାଏ।

ପୂର୍ବ ଦୁଇବର୍ଷ ଭଳି କେନ୍ଦ୍ର ବଜେଟ ୨୦୨୩-୨୪ ଏଥର ବିନା କାଗଜରେ ଉପସ୍ଥାପିତ ହେବ। କେନ୍ଦ୍ର ବଜେଟ ୨୦୨୩-୨୪ ଫେବ୍ରୁଆରୀ ପହିଲା, ୨୦୨୩ ଦିନ ଉପସ୍ଥାପିତ ହେବ।

ସମସ୍ତ ୧୪ଟି ଯାକ କେନ୍ଦ୍ରୀୟ ବଜେଟ ଦସ୍ତାବିଜ ବାର୍ଷିକ ଆର୍ଥିକ ହସାବ କିତାବ (ସାଧାରଣ ବଜେଟ ଭାବେ ପରିଚିତ) ଖର୍ଚ୍ଚ ଦାବି (ଡିଜି), ଅଥ ବିଲ ଇତ୍ୟାଦି ଯାହା ସମ୍ବିଧାନ ବ୍ୟବସ୍ଥା ପରିସରରେ ରହିଛି, “ୟୁନିଅନ ବଜେଟ ମୋବାଇଲ ଆପ”ରେ ଉପଲବ୍ଧ ହେବ। ଏହି ହଇରାଣରୁ ମୁକ୍ତ ବଜେଟ ଦସ୍ତାବିଜକୁ ସଂସଦ ସଦସ୍ୟ ଓ ସାଧାରଣ ଜନତା ଡିଜିଟାଲ ସୁବିଧା ଦୃଷ୍ଟିରୁ ଖୁବ ସରଳ ଉପାୟରେ ଜାଣିପାରିବେ। ଏହା ଦ୍ୱିଭାଷୀ (ଇଂରାଜୀ ଓ ହିନ୍ଦୀ)ରେ ଉଭୟ ଆଣ୍ଡ୍ରଏଡ ଓ ଆଇଓଏସ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଏହି ଆପକୁ କେନ୍ଦ୍ର ବଜେଟ ୱେବ ପୋର୍ଟାଲ (www.indiabudget.gov.in) ମଧ୍ୟ ଡାଉନଲୋଡ଼ କରିହେବ।

ତେବେ ଫେବ୍ରୁଆରୀ ପହିଲା, ୨୦୨୩ ଦିନ ସଂସଦରେ ଅର୍ଥମନ୍ତ୍ରୀଙ୍କ ବଜେଟ ଅଭିଭାଷଣ ଶେଷ ହେଲା ପରେ ଯାଇ ବଜେଟ ଦସ୍ତାବିଜ ମୋବାଇଲ ଆପରେ ଉପଲବ୍ଧ ହେବ।

ହାଲୱା ଉତ୍ସବରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଅର୍ଥ ଓ ଖର୍ଚ୍ଚ ସଚିବ ଡକ୍ଟର ଟି.ଭି. ସୋମନାଥନ, ଆର୍ଥିକ ବ୍ୟାପାର ସଚିବ ଅଜୟ ସେଠ, ଡିଆଇପିଏଏମ ସଚିବ ତୁହିନକାନ୍ତ ପାଣ୍ଡେ, ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା, ମୁଖ୍ୟ ଆର୍ଥିକ ପରାମର୍ଶଦାତା ଡକ୍ଟର ଅନନ୍ତ ଭି. ନାଗେଶ୍ୱରନ, କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଅଧ୍ୟକ୍ଷ ନିତୀନ ଗୁପ୍ତା, କେନ୍ଦ୍ରୀୟ ଅପ୍ରତ୍ୟକ୍ଷ ଟିକସ ଓ ଶୁଳ୍କ (ସିବିଆଇସି) ଅଧ୍ୟକ୍ଷ ବିବେକ ଜୋହାରୀ, ବଜେଟ (ଅତିରିକ୍ତ ସଚିବ) ଆଶିଷ ବାଛାନୀ ଓ ବଜେଟ ପ୍ରସ୍ତୁତି ସହ ସଂଶ୍ଳିଷ୍ଟ ଅର୍ଥ ମନ୍ତ୍ରଣାଳୟର ଅନ୍ୟାନ୍ୟ ଅଧିକାରୀଗଣ ଏଥିରେ ଉପସ୍ଥିତ ଥିଲେ।

ଉତ୍ସବରେ ଅଂଶ ସ୍ୱରୂପ ଅର୍ଥ ମନ୍ତ୍ରୀ ବଜେଟ ଛାପାଖାନା ମଧ୍ୟ ଗସ୍ତ କରି ବଜେଟ ପ୍ରସ୍ତୁତିର ସମୀକ୍ଷା କରିବା ସହ ଏଥିରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ।

କେନ୍ଦ୍ର ବଜେଟ୍ ହାଲୱା ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରଡବ୍ୟାଣ୍ଡ ସଂଯୋଗରେ ମିଳୁଛି 6,000 ଟଙ୍କାର ରିହାତି, ଅନେକ OTT ମାଗଣାରେ ଉପଲବ୍ଧ

August 20, 2025

ଅପରାଧିକ ମାମଲାରେ ପଦରୁ ହଟିବେ ପିଏମ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ!: ସଂସଦରେ ଆଗତ ହେବ ୩ ଗୁରୁତ୍ୱପୂର୍ଣ୍ଣ ବିଲ୍

August 20, 2025

ଗତ ୧୦ ଦିନ ଧରି ସୁନା ଦରରେ ନିରନ୍ତର ହ୍ରାସ, ଜାଣନ୍ତୁ ଭବିଷ୍ୟତର ଧାରା

August 20, 2025

ନମାଜ ପାଠ ବେଳେ ଆଖିବୁଜା ଗୁଳି ଚାଳନା: ୨୭ ମୃତ, ଅନେକ ଆହତ

August 20, 2025
Latest News

ବ୍ରଡବ୍ୟାଣ୍ଡ ସଂଯୋଗରେ ମିଳୁଛି 6,000 ଟଙ୍କାର ରିହାତି, ଅନେକ OTT ମାଗଣାରେ ଉପଲବ୍ଧ

August 20, 2025

ଅପରାଧିକ ମାମଲାରେ ପଦରୁ ହଟିବେ ପିଏମ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ!: ସଂସଦରେ ଆଗତ ହେବ ୩ ଗୁରୁତ୍ୱପୂର୍ଣ୍ଣ ବିଲ୍

August 20, 2025

ଗତ ୧୦ ଦିନ ଧରି ସୁନା ଦରରେ ନିରନ୍ତର ହ୍ରାସ, ଜାଣନ୍ତୁ ଭବିଷ୍ୟତର ଧାରା

August 20, 2025

ନମାଜ ପାଠ ବେଳେ ଆଖିବୁଜା ଗୁଳି ଚାଳନା: ୨୭ ମୃତ, ଅନେକ ଆହତ

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.