Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି ର ଧାନ ମଣ୍ଡିରେ ପଡିଛି ଧାନ, ଶୀତ କାକରରେ ଜଗୁଛି ଚାଷୀ, ଶୋଷଣ ଚକ୍ରାନ୍ତରେ ମିଲର୍ସ
ଆଜିର ଖବର

କଳାହାଣ୍ଡି ର ଧାନ ମଣ୍ଡିରେ ପଡିଛି ଧାନ, ଶୀତ କାକରରେ ଜଗୁଛି ଚାଷୀ, ଶୋଷଣ ଚକ୍ରାନ୍ତରେ ମିଲର୍ସ

January 27, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସମଗ୍ର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଚାଲିଥିବା ବେଳେ ବର୍ତ୍ତମାନ ବିଭିନ୍ନ ମଣ୍ଡି ମାନଙ୍କରେ କୂଢ କୂଢ ଧାନ ପଡି ରହିଥିବାର ଦେଖାଯାଉଛି। ଚାଷୀ ମାନେ ଶୀତ କାକରରେ କଷ୍ଟ ଉପାର୍ଜିତ ଧାନକୁ ଜଗୁଥିବା ବେଳେ କେବେ ଧାନ ଉଠାଣ ହେବ ତାହା ଜଣା ପଡୁ ନାହିଁ। ଅନେକଙ୍କ ଟୋକନ ଅବଧି ସରି ଆସୁଥିବା ବେଳେ ଅନେକ ମଣ୍ଡିରେ ଟ୍ୟାଗ ହୋଇଥିବା କଷ୍ଟମ ମିଲର୍ସ ଙ୍କର ଟାର୍ଗେଟ ସରି ଯାଇଥିବା କୁହା ଯାଉଛି।

ଅନ୍ୟ ପକ୍ଷରେ କଷ୍ଟମ ମିଲର୍ସମାନେ ମଣ୍ଡିକୁ ଆସୁ ନ ଥିବା ବେଳେ ଚାଷୀଙ୍କ ଠାରୁ ସିଧା ସଳଖ ମିଲ ଗୋଦାମକୁ ଧାନ ନେଇ ଯିବାକୁ ଅଧିକ ପସନ୍ଦ କରୁଥିବା ଆଲୋଚନା ହେଉଛି। ବର୍ତ୍ତମାନ ରବି ଚାଷ ଆରମ୍ଭ ହେବାକୁ ଥିବା ବେଳେ ଚାଷୀ କିପରି ନିଜ ଧାନ ଶୀଘ୍ର ବିକ୍ରି କରିଦେବ ସେହି ଚିନ୍ତାରେ ଯେ, କୌଣସି ପ୍ରକାରେ ହେଉ ପଛେ ୧୧୦ କେଜିରେ ଏକ କ୍ଵିଣ୍ଟାଲ ହିସାବ ହେଉ କି ମିଲ ରେ ଧାନ ପକାଇ ପରେ କାଗଜାତ କରିବା ହେଉ ପଛେ ଧାନ ବିକ୍ରି କରି ଦେବାକୁ ରାଜି ହୋଇ ଯାଉଥିବା ଆଲୋଚନା ହେଉଛି।

ଏହାର ସୁଯୋଗ ନେଇ ଲାଭଖୋର ମିଲର୍ସଙ୍କ ମନ ମାନି ରେ ହିଁ ମଣ୍ଡି ଚାଲିଥିବା ଚାଷୀ ମହଲରେ ଆଲୋଚନା ହେଉଛି। ଚଳିତ ଖରିଫ ଆରମ୍ଭ ପୂର୍ବରୁ ଅନେକ ମିଲର୍ସ ଗତ ରବି ର ଚାଉଳ ଭରଣ କରିବାକୁ ଆଗତୁରା ଚାଷୀଙ୍କ ଧାନ ସିଧା ସଳଖ ଉଠାଣ କରି ଦେଇଥିବା ବେଳେ ଚଳିତ ଖରିଫ ଧାନ କିଣା ଆରମ୍ଭ ହେବା ପରେ ସେହି ଧାନର କାଗଜାତ କରିଦେଇଥିବା ବେଳେ ମଣ୍ଡିରୁ ଧାନ ଉଠନ ହୋଇ ପାରୁ ନାହିଁ।

ଜିଲ୍ଲାର ଭବାନୀପାଟଣା ଉପଖଣ୍ଡ ରେ ଧାନ ଉତ୍ପାଦନ କମ ରହିଥିବା ବେଳେ ଧର୍ମଗଡ ଉପଖଣ୍ଡରେ ଅପେକ୍ଷାକୃତ ଅଧିକ ଧାନ ଉତ୍ପାଦନ ହୋଇଥାଏ। ଯାହା ଫଳରେ ଭବାନିପାଟଣା ଉପଖଣ୍ଡ ରେ ଥିବା କଷ୍ଟମ ମିଲର୍ସ ମାନେ ହିଁ ବେଶୀ ପରିମାଣରେ ଧର୍ମଗଡ ଉପଖଣ୍ଡର ଚାଷୀଙ୍କ ଧାନ ଉଠାଣ କରିଥାନ୍ତି।

ଅନ୍ୟ ପକ୍ଷରେ ଧର୍ମଗଡ ଉପଖଣ୍ଡର ମିଲର୍ସ ମାନେ ପ୍ରାୟତଃ ନିଜ ଅଞ୍ଚଳର ମଣ୍ଡି ମାନଙ୍କରେ ଧାନ ଉଠାଣ ଦାୟିତ୍ବ ରେ ଥିବା ବେଳେ ସେମାନେ ଚାଷୀଙ୍କ ଠାରୁ ସିଧା ସଳଖ ମିଲ କୁ ନେବାକୁ ଓ ପରେ କାଗଜାତ କରାଇନେଉଥିବାର ଦେଖା ଯାଇଥାଏ। ଧର୍ମଗଡ ଉପଖଣ୍ଡ ରେ ପ୍ରାୟତଃ ଜୁନାଗଡ ବ୍ଲକ ଅଞ୍ଚଳରେ ଅଧିକ ଧାନ ଉତ୍ପାଦନ ହେଉଥିବା ବେଳେ ସେହି ଅଞ୍ଚଳର ଚାଷୀଙ୍କ ସମସ୍ୟା ଅଧିକ ହେଉଥିବାର ଅନେକ ଉଦାହରଣ ରହିଛି। ଏପରିକି ହାବସପୁର ଧାନ ମଣ୍ଡିରେ ଅତୀତରେ ରବି ଋତୁର ଧାନ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମଣ୍ଡିରେ ପଡି ରହିଥିବାର ଦେଖାଯାଇଥିଲା। ଏହି ହାବସପୁର ମଣ୍ଡିରେ ବିଶେଷ କରି ଜୈନିକ କଷ୍ଟମ ମିଲର୍ସଙ୍କର ଚାଷୀଙ୍କୁ ଶୋଷଣ କରିବାର ମାନସିକତା ଯୋଗୁ ଚାଷୀ ହଇରାଣ ହେଉଥିବା ଅନେକ ଅଭିଯୋଗ ହୋଇଥାଏ। ତଥାପି ଯେମିତ ହେଉ ଧାନ ଉଠାଣ ହୋଇଯାଉ ବୋଲି ଚାଷୀ ମାନେ ନୀରବ ରେ କ୍ଷତି ହେଲେ ମଧ୍ୟ ସହି ଯାଉଥିବା ବେଳେ କୋରଡପତି ବାପ କା ବିଗଡ଼ା ହୁଆ ବେଟା ଭଳି ଜୈନିକ କଷ୍ଟମ ମିଲର୍ସ ଚାଷୀଙ୍କୁ ଦୁର୍ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ ହେଉଛି।

ସମ୍ପୃକ୍ତ ମିଲର୍ସ ସିଧା ସଳଖ ମିଲ କୁ ଧାନ ନେବାକୁ ଅଧିକ ପସନ୍ଦ କରୁଥିବା ବେଳେ ମଣ୍ଡିକୁ ଆସିଲେ ମଧ୍ୟ ଧାନ ଉଠାଣ କରୁନ ଥିବା ଚାଷୀ ମହଲରେ ଆଲୋଚନା ହେଉଛି । ଏପରିକି ସେହି ମିଲର୍ସ କୁ ଧାନ ପଠାଇ ଦେଲେ ଓଜନରେ କମିଯାଉଥିବା ଚାଷୀ ମହଲରେ ଆଲୋଚନା ହେଉଛି। ଏପରିକି ଜୈନିକ ଚାଷୀ ସମ୍ପୃକ୍ତ ମିଲର୍ସ ଙ୍କୁ ୫୦ କେଜି ବସ୍ତାରେ ୧୨୦ ବସ୍ତା ପଠାଇ ଥିବା ବେଳେ ମିଲର୍ସଙ୍କ ପାଖରେ ଓଜନ କରିବାରେ ୧୦ କେଜି କଟନୀ ପରେ ମଧ୍ୟ ସେହି ଧାନ ୪୮ କ୍ଵିଣ୍ଟାଲ ର ହିସାବ ହୋଇ କାଗଜାତ କରିଥିବା ଚାଷୀ ମହଲରେ ଆଲୋଚନା ହେଉଛି।

ଚାଷୀଙ୍କୁ ଏହିପରି ଶୋଷଣ କରୁଥିବା ମିଲର୍ସ ଦାମି କାର, ବେଙ୍କ ବାଲାନ୍ସ ଓ ମଲଟୀ ଷ୍ଟୋରେଡ ବିଲଡିଙ୍ଗ ରେ ନିଜକୁ ନିଜେ ଫୁଲାଇ ହୋଇ ଚାଷୀଙ୍କୁ ହୀନ ଦୃଷ୍ଟି ରେ ଦେଖୁଥିବା ଆଲୋଚନା ହେଉଛି। କ୍ଵିଣ୍ଟାଲ ପିଛା ଦଶ କେଜି ଧାନ ସାଙ୍ଗକୁ ଧାନ ର ଓଜନ ହିସାବ ରେ ଠକି ନେଇ ନିଜସ୍ବ ପାଣ୍ଠି ବୃଦ୍ଧି କରୁଥିବା ସେହି ମିଲର୍ସ ଯୋଗୁଁ ହିଁ ଜିଲ୍ଲାର ସମସ୍ତ ମିଲର୍ସ ବଦନାମ ହେଉଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।

ଅତୀତରେ କଳାହାଣ୍ଡିର ମିଲର୍ସ ବେଆଇନ କାରବାର ରେ ସଂଶ୍ଳିଷ୍ଟ ଥିବା ଅଭିଯୋଗ ହୋଇଥିବା ବେଳେ ଚାଷୀଙ୍କ ଦଶ କେଜି ଧାନ ନେଇ ମିଲର୍ସ ବଡ ଲୋକି ସାଜୁଥିବା ସାଧାରଣରେ ଆଲୋଚନା ହେଉଛି। ଏସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି।

କଳାହାଣ୍ଡି ଧାନ ମଣ୍ଡି ଶୋଷଣ ଚକ୍ରାନ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Latest News

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025

ବାଣପୁର ବ୍ଲକରେ ଯୋଗଦେଲେ ନୂତନ ବିଡ଼ିଓ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.