ଚିଲିକା ପେଣ୍ଠ ନିକଟରୁ ଧୀବରଙ୍କ ମୃତ ଦେହ ଉଦ୍ଧାର

Published: Jan 28, 2023, 10:35 am IST

ସୀତାରାମ ଅଗ୍ରୱାଲ

ନାଚୁଣୀ: ଚିଲିକା ପେଣ୍ଠ ନିକଟରୁ ଜଣେ ଧୀବରଙ୍କ ଶବ ଉଦ୍ଧାର କରିଛି ପୋଲିସ। ମୃତକ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ସାନ ନଈରୀ ଗ୍ରାମର ମାନିଆ ବେହେରା (୪୦)।

ପୋଲିସ ସୂଚନା ମୁତାବକ ମୃତକ ମାନିଆ ପେସାରେ ଧୀବର ହୋଇଥିବା ବେଳେ ଗତକାଲି ରାତିରେ ଚିଲିକାକୁ ମାଛ ମାରିବା ପାଇଁ ଯାଇଥଲେ। ତେବେ ଆଜି ସକାଳୁ ଚିଲିକା ଭିତରେ ତାଙ୍କ ଡ଼ଙ୍ଗାଟି ଭାସୁଥିବା ବେଳେ ମାନିଆଙ୍କ ମୃତ ଶରୀର ଉକ୍ତ ଡଙ୍ଗାରେ ପଡିରହିଥିବାର ଅନ୍ୟ ଧୀବରମାନେ ଦେଖିବାକୁ ପାଇଥିଲେ।

ଏ ନେଇ ନାଚୁଣୀ ପୋଲିସକୁ ସ୍ଥାନୀୟ ଧୀବରମାନେ ଖବର ଦେଇଥିଲେ। ବର୍ତ୍ତମାନ ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି। ତେବେ ମୃତ୍ୟୁ ର କାରଣ ଜଣାପଡିନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟ ହେବ।

Related posts