Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ପ୍ରଥମ: ସମ୍ ହସ୍ପିଟାଲ୍‌ରେ ହେଲା ରୋବୋଟ ସାହାଯ୍ୟରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର
ଆଜିର ଖବର

ଓଡ଼ିଶାରେ ପ୍ରଥମ: ସମ୍ ହସ୍ପିଟାଲ୍‌ରେ ହେଲା ରୋବୋଟ ସାହାଯ୍ୟରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର

January 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଶନିବାର ରୋବୋଟ ସାହାଯ୍ୟରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରାଯାଇଛି। ରୋବୋଟିକ୍ ପ୍ରକ୍ରିୟାରେ ଏଭଳି ଅସ୍ତ୍ରୋପଚାର ଖୁବ୍ ଉନ୍ନତମାନର ହୋଇଥିବା ବେଳେ ଅଧିକ ସଫଳତା ଦେଉଛି ଏବଂ ଭବିଷ୍ୟତରେ ଏହା ଆଣ୍ଠୁ ପ୍ରତ୍ୟାରୋପଣର ପ୍ରକୃଷ୍ଟ ମାଧ୍ୟମ ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ଭାରତର ପ୍ରତିଷ୍ଠିତ ଆଣ୍ଠୁ ପ୍ରତ୍ୟାରୋପଣ ବିଶେଷଜ୍ଞ ଡାକ୍ତର ଶେଖର ଶ୍ରୀବାସ୍ତବଙ୍କ ତତ୍ୱାବଧାନରେ ସମ୍‌ରେ ଏହି ଅସ୍ତ୍ରୋପଚାର କରାଯାଇଛି।

ନୂଆଦିଲ୍ଲୀ ସ୍ଥିତ ସନ୍ଥ ପରମାନନ୍ଦ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ ତଥା ମୁଖ୍ୟ ଡାକ୍ତର ଶ୍ରୀବାସ୍ତବ କହିଛନ୍ତି ଯେ କୌଣସି ଅସ୍ତ୍ରୋପଚାରରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରକ୍ରିୟା ସଠିକ୍ ହେବା ଦରକାର ଏବଂ ରୋଗୀ ପାଇଁ ଆରାମଦାୟକ ହେବା ଆବଶ୍ୟକ।

ଆଣ୍ଠୁ ପ୍ରତ୍ୟାରୋପଣ ସର୍ଜରୀରେ ସଠିକତା ଓ ଆଣ୍ଠୁ ଚାରିପଟେ ଥିବା ସୂକ୍ଷ୍ମ କୋଷିକାଗୁଡ଼ିକର ଭାରସାମ୍ୟ ରଖିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ରୋବୋଟିକ୍ ସର୍ଜରୀରେ ଏହା ସମ୍ଭବ ହୋଇପାରୁଛି ବୋଲି ସମ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ଶ୍ରୀବାସ୍ତବ କହିଛନ୍ତି।

ପାରମ୍ପରିକ ପ୍ରକ୍ରିୟାରେ ହେଉଥିବା ଅସ୍ତ୍ରୋପଚାର ସଫଳ ହୋଇଥାଏ କିନ୍ତୁ ସବୁ ରୋଗୀ ଏଥିରେ ଖୁସି ହୋଇନଥାନ୍ତି। କିନ୍ତୁ ବୈଷୟିକ ଜ୍ଞାନ କୌଶଳ ଦ୍ୱାରା ରୋବୋଟିକ୍ ଅସ୍ତ୍ରୋପଚାର ମାଧ୍ୟମରେ ବିଶେଷଜ୍ଞମାନେ ସଠିକ୍‌, ଭାରସାମ୍ୟ ରକ୍ଷା କରି ଉତ୍କୃଷ୍ଟ ଧରଣର ଅସ୍ତ୍ରୋପଚାର କରିବାରେ ସଫଳ ହୋଇପାରୁଛନ୍ତି। ଏହି ପ୍ରକ୍ରିୟାରେ ସୂକ୍ଷ୍ମ କୋଷିକା ନଷ୍ଟ ହେବାର ସମ୍ଭାବନା ଖୁବ୍ କମ୍ ଏବଂ ଅସ୍ତ୍ରୋପଚାର ପରେ ରୋଗୀଟି ଖୁବ୍ ଶୀଘ୍ର ନିଜର ଦୈନନ୍ଦିନ ଜୀବନକୁ ଫେରିଯାଇପାରେ। ଏହା ଦ୍ୱାରା ପ୍ରକ୍ରିୟାଟି ଠିକ୍ ଭାବରେ ହୋଇଥାଏ, ରୋଗୀକୁ କମ୍ କଷ୍ଟ ହୋଇଥାଏ ଏବଂ ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇଥାଏ। ପୂର୍ବ ତୁଳନାରେ ବର୍ତମାନ ଯୁବବର୍ଗଙ୍କର ଅଧିକ ମାତ୍ରାରେ ଆଣ୍ଠୁ ପ୍ରତ୍ୟାରୋପଣ ଆବଶ୍ୟକ ହେଉଛି ବୋଲି ଡାକ୍ତର ଶ୍ରୀବାସ୍ତବ କହିଛନ୍ତି।

ଏକ ପ୍ରଶ୍ନର ଉତର ଦେଇ ସେ କହିଛନ୍ତି ଯେ ପାରମ୍ପରିକ ଅସ୍ତ୍ରୋପଚାର ଠାରୁ ରୋବୋଟିକ୍ ଆଣ୍ଠୁ ପ୍ରତ୍ୟାରୋପଣ ନିମନ୍ତେ ଖର୍ଚ୍ଚ ମାତ୍ର ୧୦ ରୁ ୧୫ ପ୍ରତିଶତ ଅଧିକ ହୋଇଥାଏ।
ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ହେଉଥିବା ଅସ୍ତ୍ରୋପଚାରରେ ମନୁଷ୍ୟକୃତ ଭୁଲର ମାତ୍ରା କମିଯିବ।

ସମ୍ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଅନିରୁଦ୍ଧ ଦାସ କହିଛନ୍ତି ରୋବୋଟିକ୍ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଇଥିବା ରୋଗୀଟି ୩ ରୁ ୪ ବର୍ଷ ହେବ କଷ୍ଟ ଅନୁଭବ କରୁଥିଲେ। ଅଧିକାଂଶ ଲୋକ କଷ୍ଟ ପାଉଥିବା ସତ୍ୱେ ଅସ୍ତ୍ରୋପଚାର ଅପେକ୍ଷା ଔଷଧ ଉପରେ ଅଧିକ ନିର୍ଭର କରିଥାନ୍ତି। ତେବେ ଯେତେବେଳେ ଔଷଧ କାମ କରେ ନାହିଁ ଏଭଳି କ୍ଷେତ୍ରରେ ଚିକିତ୍ସା କଷ୍ଟକର ହୋଇ ପଡିଥାଏ।

ଆଣ୍ଠୁ ସମସ୍ୟା ଏବଂ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରି ଏହି ପ୍ରକ୍ରିୟା ଏବଂ ଏହାର ସୁଫଳ ସମ୍ପର୍କରେ ଲୋକଙ୍କୁ ଅବଗତ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ଦାସ କହିଥିଲେ।

ସାମ୍ବାଦିକ ସମ୍ମିଳନୀରେ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ପ୍ରଫେସର (ଡାକ୍ତର) ସତ୍ୟ ନାୟକ ମଧ୍ୟ ଉପସ୍ଥିତ ଥିଲେ।

ଅସ୍ଥିଶଲ୍ୟ ବିଭାଗ ଆଣ୍ଠୁ ପ୍ରତ୍ୟାରୋପଣ ଓଡିଶା ରୋବୋଟ ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026
Latest News

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.