Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ ଘୋଷଣା, ୨୦୪୭ ସୁଦ୍ଧା ଏହି ରୋଗରୁ ମୁକ୍ତି ପାଇବ ଭାରତ
ଆଜିର ଖବର

ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ ଘୋଷଣା, ୨୦୪୭ ସୁଦ୍ଧା ଏହି ରୋଗରୁ ମୁକ୍ତି ପାଇବ ଭାରତ

February 1, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ୨୦୨୩ ବର୍ଷ ପାଇଁ ଦେଶର ବଜେଟ୍ ଉପସ୍ଥାପିତ ହେଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାର ୨.୦ ର ଶେଷ ତଥା ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ କରୁଛନ୍ତି। ୨୦୨୪ ମସିହାରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ସେଥିପାଇଁ ଏହି ବଜେଟ୍ ଦେଶ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। ବଜେଟରେ ଦେଶର ସ୍ୱାସ୍ଥ୍ୟ ବିଭାଗରେ ଅନେକ ନୂତନ କାର୍ଯ୍ୟ କରିବାକୁ ପ୍ରୟାସ କରାଯାଉଛି।

୨୦୨୩ ବର୍ଷର ବଜେଟରେ ସ୍ୱାସ୍ଥ୍ୟରେ କ’ଣ ପ୍ରବର୍ତ୍ତିତ ହୋଇଛି:

ମେଡିକାଲ କଲେଜ ଲ୍ୟାବ ବ୍ୟବସ୍ଥା:

୨୦୨୩ ମସିହାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କରିଛନ୍ତି ଯେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ସଂସ୍କାର ଆବଶ୍ୟକ। ସେଥିପାଇଁ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ହେବ। ଏହା ସହିତ ମେଡିକାଲ କଲେଜରେ ଅଧିକରୁ ଅଧିକ ଲ୍ୟାବ ବ୍ୟବସ୍ଥା କରାଯିବ। ଏହା ସହିତ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ନୂତନ ମେସିନ୍ ଅଣାଯିବ ଯାହା ଦ୍ଵାରା ଭାରତରେ ସବୁଠାରୁ ବଡ ରୋଗ ସଫଳତାର ସହିତ ଚିକିତ୍ସା କରାଯାଇପାରିବ।

୨୦୪୭ ସୁଦ୍ଧା ଶେଷ ହେବ ରକ୍ତହୀନତା:

୨୦୨୩ ବର୍ଷର ବଜେଟରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ୨୦୭ ସୁଦ୍ଧା ରକ୍ତହୀନତା ମୂଳରୁ ଦୂର ହୋଇଯିବ। କାରଣ ପ୍ରତିବର୍ଷ ଅନେକ ଲୋକ ରକ୍ତ ଅଭାବରୁ ମୃତ୍ୟୁ ବରଣ କରନ୍ତି।

ବିଶୁଦ୍ଧ ଜଳ, ଖାଦ୍ୟ ଉପରେ ଗୁରୁତ୍ୱ:

ଏହି ବଜେଟ୍ ମଧ୍ୟ ସ୍ଵତନ୍ତ୍ର। କାରଣ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ବିଶୁଦ୍ଧ ଜଳ ଏବଂ ଖାଦ୍ୟ ଜଣେ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ବଜେଟରେ ଏହାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି।

ମଣିଷ ମେନହୋଲରେ ପ୍ରବେଶ କରିବ ନାହିଁ:

ବଜେଟରେ ସବୁଠାରୁ କୌତୁହଳର ବିଷୟ ହେଉଛି ମୋଦୀ ସରକାର ମେନହୋଲ ବିଷୟରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ୨୦୨୩ ବଜେଟ ବର୍ଷରେ ଏହା ସ୍ପଷ୍ଟ ହୋଇଛି ଯେ, ବର୍ତ୍ତମାନ ମଣିଷ ମେନହୋଲରେ ପ୍ରବେଶ କରିବ ନାହିଁ।

ଭାରତ ଲୋକସଭା ନିର୍ବାଚନ ସ୍ୱାସ୍ଥ୍ୟ କ୍ଷେତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

“ଆକସ୍ମିକ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହନ୍ତୁ”: ଆମେରିକୀୟ ସିନେଟରଙ୍କ ମୃତ୍ୟୁ ପରେ ଟ୍ରମ୍ପଙ୍କୁ ଚେତାବନୀ

July 13, 2026

ଡ୍ରାଇଭରକୁ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗରେ ଯୁବକ କୋର୍ଟ ଚାଲାଣ

July 13, 2026

ପାଖରେ ନାହିଁ କି କ୍ରେଡିଟ୍ କାର୍ଡ?: ଜରୁରୀକାଳୀନ ପରିସ୍ଥିତିରେ କିପରି ପାଇବେ ଶସ୍ତା ଋଣ?

July 13, 2026

ରାମ ମନ୍ଦିର ଦାନ ଚୋରି ମାମଲା: ଟ୍ରଷ୍ଟକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

July 13, 2026
Latest News

“ଆକସ୍ମିକ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହନ୍ତୁ”: ଆମେରିକୀୟ ସିନେଟରଙ୍କ ମୃତ୍ୟୁ ପରେ ଟ୍ରମ୍ପଙ୍କୁ ଚେତାବନୀ

July 13, 2026

ଡ୍ରାଇଭରକୁ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗରେ ଯୁବକ କୋର୍ଟ ଚାଲାଣ

July 13, 2026

ପାଖରେ ନାହିଁ କି କ୍ରେଡିଟ୍ କାର୍ଡ?: ଜରୁରୀକାଳୀନ ପରିସ୍ଥିତିରେ କିପରି ପାଇବେ ଶସ୍ତା ଋଣ?

July 13, 2026

ରାମ ମନ୍ଦିର ଦାନ ଚୋରି ମାମଲା: ଟ୍ରଷ୍ଟକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

July 13, 2026

ତାମିଲନାଡୁରେ ସମ୍ପୂର୍ଣ୍ଣ ଗୋହତ୍ୟା ନିଷେଧ ମାମଲା: ହାଇକୋର୍ଟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

July 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.