Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆମେରିକାର ପ୍ରମୁଖ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନ୍ୟୁୟର୍କ ଠାରେ ସ୍ୱାସ୍ଥ୍ୟ କ୍ଷେତ୍ରର ଅଗ୍ରଣୀ ଆମେରିକୀୟ ବିଶେଷଜ୍ଞ ଗୋଷ୍ଠିଙ୍କୁ ଭେଟିଛନ୍ତି।

ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ଡିଜିଟାଲ୍ ଟେକ୍ନୋଲୋଜିର ବ୍ୟବହାର, ଏକୀକୃତ ଔଷଧ ଉପରେ ଅଧିକ ଧ୍ୟାନ ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରସ୍ତୁତି ସହିତ ସ୍ୱାସ୍ଥ୍ୟର ଡୋମେନ୍ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ପ୍ରଧାନମନ୍ତ୍ରୀ ଏବଂ ବିଶେଷଜ୍ଞମାନେ ଆଲୋଚନା କରିଥିଲେ।

ପାରସ୍ପରିକ ଆଲୋଚନାରେ ଅଂଶଗ୍ରହଣ କରିଥିବା ବିଶେଷଜ୍ଞଙ୍କ ମାନଙ୍କ ମଧ୍ୟରେ:

ଟେକ୍ସାସର ନ୍ୟାସନାଲ୍ ସ୍କୁଲ୍ ଅଫ୍ ଟ୍ରପିକାଲ୍ ମେଡିସିନ୍‌ର ପ୍ରତିଷ୍ଠାତା ଡିନ ଡକ୍ଟର ପିଟର ହୋଟେଜ୍‌।

ଟେକ୍ସାସରେ ଅବସ୍ଥିତ ଭାଇରୋ ଭ୍ୟାକ୍ସର ସିଇଓ ଡକ୍ଟର ସୁନୀଲ ଏ ଡାଭିଡ୍‍।

ଜେନେରାଲ୍ କାଟାଲିଷ୍ଟର ଉପଦେଷ୍ଟା ଡକ୍ଟର ଷ୍ଟିଫେନ୍ କ୍ଲାସ୍କୋ।

ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ହାର୍ଟଟନ୍ ସ୍କୁଲ, ହେଲଥ କେୟାର ମ୍ୟାନେଜମେଣ୍ଟର ପ୍ରଫେସର ଡକ୍ଟର ଲଟନ ଆର ବୁର୍ନସ୍‍।

ଭେରିଲି ଲାଇଫ୍ ସାଇନ୍ସେସ୍‌ର ପ୍ରତିଷ୍ଠାତା ସଭାପତି ଭିଭିଆନ୍ ଏସ୍ ଲି।

ଜନ୍ ହପକିନ୍ସ ବ୍ଲୁମବର୍ଗ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲଥ୍ ଏବଂ ଜନ୍ ହପକିନ୍ସ ସ୍କୁଲ୍ ଅଫ୍ ମେଡିସିନର ଡାକ୍ତର, ନୋବେଲ ବିଜେତା ତଥା ମଲିକୁଲାର ବାୟୋଲୋଜିଷ୍ଟ୍ ଡକ୍ଟର ପିଟର ଆଗ୍ରେ।

Categories
ଆଜିର ଖବର ଜାତୀୟ ଖବର

ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ ଘୋଷଣା, ୨୦୪୭ ସୁଦ୍ଧା ଏହି ରୋଗରୁ ମୁକ୍ତି ପାଇବ ଭାରତ

ନୂଆଦିଲ୍ଲୀ: ଆଜି ୨୦୨୩ ବର୍ଷ ପାଇଁ ଦେଶର ବଜେଟ୍ ଉପସ୍ଥାପିତ ହେଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାର ୨.୦ ର ଶେଷ ତଥା ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ କରୁଛନ୍ତି। ୨୦୨୪ ମସିହାରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ସେଥିପାଇଁ ଏହି ବଜେଟ୍ ଦେଶ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। ବଜେଟରେ ଦେଶର ସ୍ୱାସ୍ଥ୍ୟ ବିଭାଗରେ ଅନେକ ନୂତନ କାର୍ଯ୍ୟ କରିବାକୁ ପ୍ରୟାସ କରାଯାଉଛି।

୨୦୨୩ ବର୍ଷର ବଜେଟରେ ସ୍ୱାସ୍ଥ୍ୟରେ କ’ଣ ପ୍ରବର୍ତ୍ତିତ ହୋଇଛି:

ମେଡିକାଲ କଲେଜ ଲ୍ୟାବ ବ୍ୟବସ୍ଥା:

୨୦୨୩ ମସିହାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କରିଛନ୍ତି ଯେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ସଂସ୍କାର ଆବଶ୍ୟକ। ସେଥିପାଇଁ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ହେବ। ଏହା ସହିତ ମେଡିକାଲ କଲେଜରେ ଅଧିକରୁ ଅଧିକ ଲ୍ୟାବ ବ୍ୟବସ୍ଥା କରାଯିବ। ଏହା ସହିତ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ନୂତନ ମେସିନ୍ ଅଣାଯିବ ଯାହା ଦ୍ଵାରା ଭାରତରେ ସବୁଠାରୁ ବଡ ରୋଗ ସଫଳତାର ସହିତ ଚିକିତ୍ସା କରାଯାଇପାରିବ।

୨୦୪୭ ସୁଦ୍ଧା ଶେଷ ହେବ ରକ୍ତହୀନତା:

୨୦୨୩ ବର୍ଷର ବଜେଟରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ୨୦୭ ସୁଦ୍ଧା ରକ୍ତହୀନତା ମୂଳରୁ ଦୂର ହୋଇଯିବ। କାରଣ ପ୍ରତିବର୍ଷ ଅନେକ ଲୋକ ରକ୍ତ ଅଭାବରୁ ମୃତ୍ୟୁ ବରଣ କରନ୍ତି।

ବିଶୁଦ୍ଧ ଜଳ, ଖାଦ୍ୟ ଉପରେ ଗୁରୁତ୍ୱ:

ଏହି ବଜେଟ୍ ମଧ୍ୟ ସ୍ଵତନ୍ତ୍ର। କାରଣ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ବିଶୁଦ୍ଧ ଜଳ ଏବଂ ଖାଦ୍ୟ ଜଣେ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ବଜେଟରେ ଏହାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି।

ମଣିଷ ମେନହୋଲରେ ପ୍ରବେଶ କରିବ ନାହିଁ:

ବଜେଟରେ ସବୁଠାରୁ କୌତୁହଳର ବିଷୟ ହେଉଛି ମୋଦୀ ସରକାର ମେନହୋଲ ବିଷୟରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ୨୦୨୩ ବଜେଟ ବର୍ଷରେ ଏହା ସ୍ପଷ୍ଟ ହୋଇଛି ଯେ, ବର୍ତ୍ତମାନ ମଣିଷ ମେନହୋଲରେ ପ୍ରବେଶ କରିବ ନାହିଁ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ଓ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଭାରତ ଓ ଆମେରିକା ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ ଅନୁମୋଦନ କରାଯାଇଛି। ଭାରତର ବାୟୋ ଟେକ୍‌ନୋଲୋଜି ବିଭାଗ (ଡିବିଟି) ଓ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍‌ଆର), ଆମେରିକାରର ଆନ୍ତର୍ଜାତିକ ପେଡସ୍ ଭ୍ୟାକ୍ସିନ ଇନିସିଏଟିଭ (ଆଇଏଭିଆଇ) ସହିତ ଏହି ଚୁକ୍ତି ସ୍ୱାକ୍ଷର କରିଛି। ଏହି ବୁଝାମଣାପତ୍ରର ସର୍ତ୍ତ ଅନୁସାରେ ଉଭୟପକ୍ଷ ମିଳିତ ଉଦ୍ୟମରେ ନୂଆ, ଉନ୍ନତ ଓ ଅଭିନବ ବାୟୋ ମେଡିକାଲ ଟୁଲ୍ସ ଓ ଟେକ୍‌ନୋଲୋଜି ବିକଶିତ କରିବା ଦିଗରେ କାମ କରିବେ ଏବଂ ଏଚଆଇଭି, ଟିବି, କୋଭିଡ-୧୯ ସମେତ ଅନ୍ୟାନ୍ୟ ନୂଆ ନୂଆ ସଂକ୍ରାମକ ରୋଗର ପ୍ରତିରୋଧ ଏବଂ ଚିକିତ୍ସା ପାଇଁ ଉଦ୍ୟମ କରିବେ।

ଏହି ବୁଝାମଣାପତ୍ର ମଧ୍ୟ ଆନ୍ତର୍ଜାତିକ ବୈଜ୍ଞାନିକ ତଥା ଟେକ୍‌ନୋଲୋଜି ସହଯୋଗ ବ୍ୟବସ୍ଥା ମଧ୍ୟରେ ଭାରତ-ଆମେରିକା ପାରସ୍ପରିକ ସ୍ୱାର୍ଥରକ୍ଷା ସମ୍ପର୍କକୁ ଅଧିକ ସୁଦୃଢ କରିବ।