Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ଶ୍ରବଣଯନ୍ତ୍ର ମାଗଣାରେ ବାଣ୍ଟିବେ ସୂର୍ଯ୍ୟୋଦୟ ଫାଉଣ୍ଡେସନର ସଭାପତି ଅନୁରାଧା ପଡୱାଲ୍
ଆଜିର ଖବର

ଓଡ଼ିଶାରେ ଶ୍ରବଣଯନ୍ତ୍ର ମାଗଣାରେ ବାଣ୍ଟିବେ ସୂର୍ଯ୍ୟୋଦୟ ଫାଉଣ୍ଡେସନର ସଭାପତି ଅନୁରାଧା ପଡୱାଲ୍

February 2, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ସୂର୍ଯ୍ୟୋଦୟ ଫାଉଣ୍ଡେସନ ଭାରତବର୍ଷର ଏକ ସୁପ୍ରସିଦ୍ଧ ସାମାଜିକ ସେବା ଅନୁଷ୍ଠାନ। ସ୍ବାସ୍ଥ୍ୟ, ଶିକ୍ଷା, ଯୁବକଙ୍କୁ ରୋଜଗାର, ଦାରିଦ୍ର୍ୟ ଦୂରୀକରଣ, ମହିଳା ସଶକ୍ତିକରଣ ଆଦି ଅନେକ କାର୍ଯ୍ୟ ବହୁ ବର୍ଷ ଧରି କରିଆସୁଛି। ସମାଜରେ ସମସ୍ତେ ରୋଜଗାରକ୍ଷମ ହୋଇ ସ୍ବାବଲମ୍ବୀ ହେବା ସହିତ ଉତ୍ତମ ଜୀବନ ଯାପନ କରିବା ଲକ୍ଷରେ ଫାଉଣ୍ଡେସନ ଅନେକ କାର୍ଯ୍ୟ କରିଆସୁଛି।

ଏହି ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ ଗାୟିକା ପଦ୍ମଶ୍ରୀ ଅନୁରାଧା ପଡୱାଲ ଆଜି ଭୁନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏକ ନୂଆ କଲ୍ୟାଣ କାରି ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି କି ସୂର୍ଯ୍ୟୋଦୟ ଫାଉଣ୍ଡେସନ ଏକ ମିଳିତ ଉଦ୍ୟମରେ ୱାଇଡେକ୍ସ ଇଣ୍ଡିଆ ଓ ଶିଭୋନ୍ତସ ଇଣ୍ଡିଆ ସହିତ ମିଶି ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ଶ୍ରବଣ ଶକ୍ତି ହରାଇଥିବା ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ମାଗଣାରେ ଶ୍ରବଣ ଯନ୍ତ୍ର ଯୋଗାଇବା ସହିତ ଚିକିତ୍ସା ମଧ୍ୟ କରିବାକୁ ଯାଉଛି।

ୱାଇଦେକ୍ସ ଇଣ୍ଡିଆ ଓ ସିଭୋ ନ୍ତୋସ ଇଣ୍ଡିଆ ବିଶ୍ୱରେ ସୁନାମ ଅର୍ଜନ କରିଥିବା ଶ୍ରବଣ ଯନ୍ତ୍ର ନିର୍ମାଣ କରୁଥିବା ଭାରତର ଏକ ବିଶ୍ଵସନୀୟ ଅନୁଷ୍ଠାନ। ଓଡ଼ିଶାର ଅନୁନ୍ନତ, ଆଦିବାସୀ ବହୁଳ ଓ ଉପାନ୍ତ ଅଞ୍ଚଳରେ ମଧ୍ୟ ଏହି ସେବା ଯୋଗାଇ ଦିଆଯିବ।

ସାମ୍ବାଦିକ ସମ୍ମିଳନୀରେ ସୁନାମଧନ୍ୟ କେଶ ପ୍ରତିରୋପଣ ଡାକ୍ତର ଡା. ପ୍ରଦୀପ ସେଠୀ, ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ୱୋଡେକ୍ସ ଇଣ୍ଡିଆର ପ୍ରଜ୍ଞା ଜୈନ, ଗୌରବ ଲଲାଣି, ହେମରାଜ ଅଗ୍ରୱାଲ, ପ୍ରସନ୍ନ ବିଶୋଇ ଓ ଚିରଞ୍ଜୀବ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ସର୍ବ ପ୍ରଥମେ ଏହି ଶ୍ରବଣ ଯନ୍ତ୍ର ବଣ୍ଟନ ଓ ଚିକିତ୍ସା କାର୍ଯକ୍ରମ ମହାପ୍ରଭୁ ଜଗନ୍ନାଥଙ୍କ ପୁଣ୍ୟଭୂମି ପୁରୀ ଠାରୁ ଆରମ୍ଭ ହେବ। ପରବର୍ତ୍ତୀ ସମୟରେ ମୟୂରଭଞ୍ଜ, କେନ୍ଦୁଝର, କଟକ, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରଦାନ କରିବା ପାଇଁ ଆଜି ସାମ୍ବାଦିକ ସମ୍ମଳନୀରେ ଘୋଷଣା କରାଯାଇଛି।

ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଚସଖା ଓ ଶ୍ରୀଜଗନ୍ନାଥ ତତ୍ତ୍ୱ ଉପରେ ୪୩ ତମ ଶ୍ରୀଜଗନ୍ନାଥ କଥା ଲହରୀ

October 25, 2026

ଭୁବନେଶ୍ୱରରେ ବେଧଡ଼କ ଚାଲିଛି ଟ୍ୟାଙ୍କର୍‌ କ୍ଷୀର ବିକ୍ରି

October 25, 2026

ରିଆଲିଟି ଶୋ’ରୁ ବାହାରିବା ପରେ ଅଭିନେତ୍ରୀଙ୍କୁ ରେପ୍ ଓ ହତ୍ୟା ଧମକ

October 25, 2026

ସୁନାବେଡ଼ା ବନଖଣ୍ଡରେ ୨.୬୦ କୋଟି ହଡ଼ପ: ଫେରାର ବରିଷ୍ଠ ସହାୟକ ଗିରଫ

October 25, 2026
Latest News

‘ମୋଦୀଙ୍କ ବାପା ବି ଯିବ’: ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଖଡଗେଙ୍କ ବିବାଦୀୟ ବୟାନ, କାର୍ଯ୍ୟକ୍ରମରେ ହଙ୍ଗାମା

October 25, 2026

ପଞ୍ଚସଖା ଓ ଶ୍ରୀଜଗନ୍ନାଥ ତତ୍ତ୍ୱ ଉପରେ ୪୩ ତମ ଶ୍ରୀଜଗନ୍ନାଥ କଥା ଲହରୀ

October 25, 2026

Mann Ki Baat 139: ଆଜି ମନ୍ କି ବାତ୍ କୁ ପୁରିଲା ୧୨ ବର୍ଷ, ଏହି ଦୀର୍ଘ ଯାତ୍ରାକୁ ମନେ ପକାଇଲେ ମୋଦି

October 25, 2026

‘ବସୁଧୈବ କୁଟୁମ୍ବକମ୍’ କେବଳ କଥାରେ ନୁହେଁ, କାର୍ଯ୍ୟରେ ପରିପ୍ରକାଶ ପାଉଛି: କେନ୍ଦ୍ର ବୈଦେଶିକ ମନ୍ତ୍ରୀ

October 25, 2026

ଭୁବନେଶ୍ୱରରେ ବେଧଡ଼କ ଚାଲିଛି ଟ୍ୟାଙ୍କର୍‌ କ୍ଷୀର ବିକ୍ରି

October 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.