Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭକ୍ତଙ୍କ ଅଧିନରେ ଚାଲନ୍ତି ଭଗବାନ, ହେଲେ କେମିତି?
ଆଜିର ଖବର

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭକ୍ତଙ୍କ ଅଧିନରେ ଚାଲନ୍ତି ଭଗବାନ, ହେଲେ କେମିତି?

February 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଉପେନ୍ଦ୍ର ବଳିୟାରସିଂହ

ଥରେ ଅଯୋଧ୍ୟାରେ ସୀତା ଦେବୀ, ଭରତ, ଶତ୍ରୁଘ୍ନ, ଲକ୍ଷ୍ମଣ ସବୁ ପରିଜନ ଗୋଟିଏ ବିଚାର କଲେ। ହନୁମାନ ସବୁବେଳେ ପ୍ରଭୁଙ୍କ ସେବାରେ ନିଯୁକ୍ତ ରହୁଛନ୍ତି। ଆମ୍ଭେମାନେ ସବୁଥିରୁ ବଞ୍ଚିତ ରହୁଛେ। କାଲିଠାରୁ ସବୁ ସେବା ଆମେ କରିବା। ହନୁମାନ କାଲିଠାରୁ ଆଉ କୌଣସି ସେବା କରିବେ ନାହିଁ।

ଏକଥା ପ୍ରଭୁଙ୍କୁ ସୀତା ଦେବୀ କହିଦେଲେ। ଆପଣ କାଲିଠାରୁ ହନୁମାନଙ୍କୁ ଆସିବା ପାଇଁ ବନ୍ଦ କରିଦିଅନ୍ତୁ।

ପ୍ରଭୁ କହିଲେ, “ମୁଁ ତ ତାକୁ ଆସିବା ପାଇଁ ବନ୍ଦ କରିପାରିବି ନାହିଁ। ସେ ମୋ ପାଇଁ ଯେଉଁ କାର୍ଯ୍ୟ କରିଛି, ତାର ଋଣ ମୁଁ ସୁଝିପାରିବି ନାହିଁ। ଏସବୁ କଥା ହୋଇପାରିବ ନାହିଁ।

ସକାଳୁ ହନୁମାନ ତରତର ହୋଇ ରାଜବାଟୀକୁ ଆସିଲେ। ସୀତା ଦେବୀ କହିଲେ, “ପବନ ପୁତ୍ର! ତୁମ ପାଇଁ ଆଉ କୌଣସି ସେବା କରିବା ପାଇଁ ବାକି ନାହିଁ। କାରଣ ସବୁ ସେବା ଆମ ଭିତରେ ବାଣ୍ଟି ଦିଆଯାଇଛି।

ହନୁମାନ ତ ଜ୍ଞାନର ସାଗର ଥିଲେ। ସେ କହିଲେ, “ମାତା ଗୋଟିଏ ସେବା ବାକି ଅଛି।” ସୀତା ଦେବୀ କହିଲେ, “ସେହି ସେବାଟା କଣ? ହନୁମାନ କହିଲେ, “ପ୍ରଭୁ ଯେତେବେଳେ ହାଇ ମାରିବେ, ମୁଁ ସେତେବେଳେ ଚୁଟୁକି ମାରିବି।” ସୀତା ଦେବୀ କହିଲେ, “ହଉ ଠିକ ଅଛି।”

ରାତ୍ରି ହେଲା। ହନୁମାନ ପ୍ରଭୁଙ୍କ ପାଖରେ ଠିଆ ହୋଇଥାନ୍ତି। ସୀତା ଦେବୀ କହିଲେ, “ତୁମେ ତୁମର ବିଶ୍ରାମ କକ୍ଷକୁ ଯାଅ।” ହନୁମାନ କହିଲେ, “ରାତିରେ ଯଦି ପ୍ରଭୁଙ୍କର ହାଇ ଆସିବ, ମୋର ଅନୁପସ୍ଥିତିରେ ଚୁଟୁକି କିଏ ମାରିବ? ଆପଣ ତ ମୋତେ ଅନୁମତି ଦେଇଛନ୍ତି ନା? ମୁଁ ପ୍ରଭୁଙ୍କର ପାଦ ସେବା କରୁଥିଲି। ମୋତେ ପ୍ରଭୁଙ୍କର ଚରଣ ଦର୍ଶନର ସୌଭାଗ୍ୟ ପ୍ରାପ୍ତ ହୋଇଥିଲା। କିନ୍ତୁ ଆପଣ ମୋତେ ଚୁଟୁକି ବଜାଇବାର ସୁଯୋଗ ଦେଇ ପ୍ରଭୁଙ୍କର ମୁଖ ଦର୍ଶନର ସୁଯୋଗ ଦେଲେ। ତେଣୁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି।

ସୀତା ଦେବୀ ଅସୁବିଧାରେ ପଡିଗଲେ। ସେ ଆଦେଶ ଦେବା ପରି କହିଲେ, “ତୁମେ ଯାଅ, ସକାଳୁ ଆସିବ। ହନୁମାନ ବାହାରକୁ ଚାଲିଗଲେ। ବାହାରେ ଯାଇ ଭାବିଲେ, ରାତ୍ରିରେ ପ୍ରଭୁଙ୍କର ହାଇ ଆସିଲେ, କିଏ ଚୁଟୁକି ମାରିବ? ତେଣୁ ସେ ରାତ୍ରି ସାରା ଉଜାଗର ରହି ଚୁଟୁକି ମାରିବାକୁ ଲାଗିଲେ।

ଏଇ ଚୁଟୁକି ପ୍ରଭୁଙ୍କ ଉପରେ ପ୍ରଭାବ ପକାଇଲା। ଯେତେ ଥର ହନୂମାନ ଚୁଟୁକି ମାରନ୍ତି, ସେତେଥର ପ୍ରଭୁ ହାଇ ମାରନ୍ତି। ପ୍ରଭୁଙ୍କର ବାରମ୍ବାର ହାଇ ମାରିବାର ଦେଖି ସୀତା ଦେବୀ ଡରିଗଲେ। ସେ ଦୌଡି ଯାଇ କୌଶଲ୍ୟା ମାତାଙ୍କୁ ଡାକି ଆଣିଲେ।

କୌଶଲ୍ୟା ମାତା ଏସବୁ ଦେଖି ବଶିଷ୍ଠଙ୍କୁ ଡକାଇ ପଠାଇଲେ। ବଶିଷ୍ଠ ସବୁ ଶୁଣି ସାରିବା ପରେ ସୀତା ଦେବୀଙ୍କୁ ପଚାରିଲେ, “କୌଣସି ଅପଘଟଣ ହୋଇଛି କି? କୌଣସି ଭକ୍ତଙ୍କ ପ୍ରତି ବୋଧ ହୁଏ ଅପମାନ ହୋଇଛି,

ସୀତା ଦେବୀ କହିଲେ, “ହନୁମାନଙ୍କ ଠାରୁ ପ୍ରଭୁଙ୍କର ସବୁ ସେବା ଛଡାଇ ନିଆଯାଇଛି। ହନୁମାନଙ୍କୁ ଖୋଜି ଖୋଜି ବଶିଷ୍ଠ ତାଙ୍କ ପାଖରେ ପହଞ୍ଚିଲେ। ସେତେବେଳେ ସେ ଚୁଟୁକି ମାରି ରାମ ନାମ କୀର୍ତ୍ତନ କରୁଥିଲେ। ହନୁମାନଙ୍କୁ ଜାଗ୍ରତ କରି ବଶିଷ୍ଠ କହିଲେ, “ତୁମେ କୀର୍ତ୍ତନ କର। କିନ୍ତୁ ଚୁଟୁକି ମାର ନାହିଁ।

ହନୁମାନ ଚୁଟୁକି ମାରିବା ବନ୍ଦ କରିଦେଲେ। ପ୍ରଭୁ ସୁସ୍ଥ ହେଲେ।

ଚରାଚର ବିଶ୍ଵବ୍ରହ୍ମାଣ୍ଡ ଭଗବାନଙ୍କର ଅଧୀନ। ଭଗବାନଙ୍କର ନିର୍ଦ୍ଦେଶରେ ହିଁ ସବୁକିଛି ନିର୍ଦ୍ଧାରିତ ହୋଇଥାଏ। କିନ୍ତୁ ଭଗବାନ ମଧ୍ୟ ହେଉଛନ୍ତି ଭକ୍ତର ଅଧୀନ। ଭକ୍ତମାନଙ୍କୁ ନିଜ ଠାରୁ ଅଧିକ ସମ୍ମାନ ଦେବା ହେଉଛି ତାଙ୍କର ବିଶେଷତ୍ଵ। ହନୁମାନଙ୍କ ଭକ୍ତିକୁ ଉଚ୍ଚାସନ ଦେବା ପାଇଁ ପ୍ରଭୁ ଏପ୍ରକାର ଲୀଳା ଆରମ୍ଭ କରିଥିଲେ।

ଉପେନ୍ଦ୍ର ବଳିୟାରସିଂହ (ଭଗବତ ଚିନ୍ତକ) ବୋରିଗାଁ, ବାଣପୁର, ଖୋର୍ଦ୍ଧା

ଦୂରଭାଷ- ୯୩୩ ୭୨ ୫୮ ୩୯୮

ଉପେନ୍ଦ୍ର ବଳିୟାରସିଂହ ଭରତ ରାମାୟଣ ଲକ୍ଷ୍ମଣ ଶତ୍ରୁଘ୍ନ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.