Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ୟାନ୍ସରକୁ କିପରି ହରାଯାଇପାରିବ?: ସୋଆରେ ନିଜର ଅନୁଭତି ବଖାଣିଲେ ପୂର୍ବତନ କ୍ରିକେଟର ଅରୁଣ ଲାଲ
ଆଜିର ଖବର

କ୍ୟାନ୍ସରକୁ କିପରି ହରାଯାଇପାରିବ?: ସୋଆରେ ନିଜର ଅନୁଭତି ବଖାଣିଲେ ପୂର୍ବତନ କ୍ରିକେଟର ଅରୁଣ ଲାଲ

February 5, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜୀବନରେ ସମସ୍ୟା ସହିତ ଲଢ଼ିବା ନିମନ୍ତେ ମଣିଷର ସକାରାତ୍ମକ ଚିନ୍ତାଧାରା ହିଁ ସବୁଠାରୁ ବଡ଼ ସମ୍ପତି। ଏହାହିଁ ବିଜୟର ପଥ ସୁଗମ କରିଥାଏ ବୋଲି କ୍ୟାନ୍ସର ରୋଗୀମାନଙ୍କ ଉଦ୍ଦେଶ୍ୟରେ ମତ ରଖିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଅରୁଣ ଲାଲ।

ମନ ଯାହାକୁ ବିଶ୍ୱାସ କରେ ଶରୀର ତାହାକୁ ହିଁ ଗ୍ରହଣ କରିଥାଏ। ଆପଣମାନେ ଯେ ବିଜୟୀ ହେବେ ସେହି ବିଶ୍ୱାସ ରଖିବା ଉଚିତ୍ ବୋଲି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ଶନିବାର ଆୟୋଜିତ ବିଶ୍ୱ କ୍ୟାନ୍ସର ଦିବସ ଅବସରରେ ଏହା କହିଛନ୍ତି ଲାଲ।

ଦୀର୍ଘ ୮ ମାସ ଧରି କ୍ୟାନ୍ସର ସହ ଲଢ଼ି ସଫଳତାର ସହ ବିଜୟ ହାସଲ କରିଥିବା ଏହି ପୂର୍ବତନ କ୍ରିକେଟର, କୋଚ ତଥା କମେଂଟେଟର୍ ଲାଲ୍ କହିଥିଲେ ଯେ ତାଙ୍କ ଶରୀରରେ ଖୁବ୍ ବିଳମ୍ବରେ ଏକ ବିରଳ ମୁଖଗହ୍ୱର କ୍ୟାନ୍ସର ଚିହ୍ନଟ ହୋଇଥିବା ବେଳେ ତାଙ୍କର ନିରବଚ୍ଛିନ୍ନ ଚିକିତ୍ସା ଏବଂ ବଡ଼ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା। କ୍ୟାନ୍ସର ଚିହ୍ନଟ ହେବା ପରେ ମୋ ପାଇଁ ଖୁବ୍ ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ମୋ ଅସ୍ତ୍ରୋପଚାର ହେବା ପର୍ଯ୍ୟନ୍ତ ମୁଁ ଥରୁଟିଏ ମାତ୍ର ଚିନ୍ତା କରି ନଥିଲି ଯେ ମୁଁ ହାରିଯିବି କିମ୍ବା ମୃତ୍ୟୁ ମୋ ସମ୍ମୁଖରେ ଛିଡ଼ା ହୋଇଛି।

ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ଏବଂ ସର୍ଜନମାନଙ୍କୁ ଧନ୍ୟବାଦ ଦେଇ ଲାଲ କହିଛନ୍ତି ଯେ ବିଜ୍ଞ ଡାକ୍ତର ଏବଂ ସର୍ଜନ ଓ ଉନ୍ନତମାନର ଚିକିତ୍ସା ବିଜ୍ଞାନ କ୍ୟାନ୍ସର ଚିକିତ୍ସାରେ ସହାୟକ ହୋଇପାରିଛି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଦୁଃସାଧ୍ୟ ରୋଗକୁ ପରାସ୍ତ କରିବା ନିମନ୍ତେ ଆପଣଙ୍କର ଇଚ୍ଛାଶକ୍ତି।

ଚିକିତ୍ସା ବିଜ୍ଞାନରେ କ୍ରମାଗତ ଉନ୍ନତି କରି ଚାଲିଛି ବୋଲି କହି ଏହି ପୂର୍ବତନ କ୍ରିକେଟର କହିଥିଲେ ଯେ ୧୦୦ ବର୍ଷ ପରେ ଏହା ଆହୁରି ପ୍ରଗତି କରିସାରିଥିବ। ମାତ୍ର ମନୁଷ୍ୟର ଇଚ୍ଛାଶକ୍ତି ଓ ମନୋବଳ ଆମକୁ ବିଜ୍ଞାନଠାରୁ ଊର୍ଦ୍ଧ୍ୱକୁ ନେଇପାରିବ।

ଯୁବ କ୍ରିକେଟର ଥିବା ସମୟରେ ନିଜର ଅନୁଭତି ବଖାଣି ଲାଲ କହିଛନ୍ତି ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସମୟରେ ଆନ୍ତଃ-ବିଶ୍ୱବିଦ୍ୟାଳୟ ରୋହିନ୍‌ଟନ୍ ବାରିଆ ଟ୍ରଫି ମ୍ୟାଚ୍ ସମୟରେ ତାଙ୍କର ଗୋଇଠି ହାଡ଼ ଭାଙ୍ଗି ଯାଇଥିଲା କିନ୍ତୁ ପ୍ଲାଷ୍ଟର ହୋଇଥିବା ତାଙ୍କ ଗୋଇଠିରେ କଷ୍ଟ ଥିବା ସତ୍ୱେ ୯ ଦିନ ପରେ ସେ ପ୍ଲାଷ୍ଟର କାଢ଼ି ଦେଇଥିଲେ। ଫାଇନାଲ ମ୍ୟାଚରେ ଓସ୍‌ମାନିଆ ବିଶ୍ୱବିଦ୍ୟାଳୟ ବିପକ୍ଷରେ ସେ ଖେଳିବା ନିମନ୍ତେ ଦୃଢ଼ ପରିକର ଥିଲେ। ଖେଳିବା ପାଇଁ ବହୁ କଷ୍ଟ ହେଉଥିଲା ଓ ମୁଁ ମୁଖ୍ୟତଃ ରନ୍ ହାସଲ କରିବା ନିମନ୍ତେ ଲୁଜ୍ ବଲ୍ ଉପରେ ନିର୍ଭର କରୁଥିଲି।

“ଆମକୁ ଜିତିବା ନିମନ୍ତେ ୮୦ ରନ୍ ଆବଶ୍ୟକତା ଥିଲା ଏବଂ ଶେଷ ବ୍ୟାଟ୍ସମ୍ୟାନ୍ ଭାବେ ୧୯୮୩ ବିଶ୍ୱକପ୍ ବିଜୟୀ ଭାରତୀୟ ଦଳର ସଦସ୍ୟ ସୁନୀଲ୍ ଭାଲ୍‌ସନ୍ ମୋ ସହିତ ଯୋଗ ଦେଲେ। କଷ୍ଟ ସତ୍ୱେ ମୁଁ ଏକୁଟିଆ ଆବଶ୍ୟକୀୟ ରନ୍ ସଂଗ୍ରହ କରିପାରିଥିଲି। ୧୬୪ ରନ୍‌ର ଏହି ଇନିଂସକୁ ମୁଁ ମୋ ଜୀବନର ଶ୍ରେଷ୍ଠ ଇନିଂସ ମନେ କରେ।”

ଆମେ ସୁସ୍ଥ ରହିବା ପାଇଁ ଡାକ୍ତରମାନଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ତେଣୁ ସମସ୍ତେ ଚିକିତ୍ସା ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେବା ଉଚିତ୍ ବୋଲି ଲାଲ୍ କହିଛନ୍ତି।

ଆମେରିକାର ଚାର୍ଲି ପ୍ୟାଡକଙ୍କ କାହାଣୀକୁ ମନେ ପକାଇ ଜଣେ ସ୍ପ୍ରିଂଟର ହେବା ନିମନ୍ତେ ତାଙ୍କର ଅଦମ୍ୟ ଉଦ୍ୟମ ଥିଲା କିନ୍ତୁ ସେ ଗେଡ଼ା ହୋଇଥିବାରୁ ତାଙ୍କର ଉଦ୍ୟମକୁ ଅନେକ ପରିହାସ କରିଥିଲେ। ମାତ୍ର ସେ ଏହାକୁ ଖାତିର ନ କରି ୧୯୨୦ ଆଂଟୱେର୍ପ ଅଲିମ୍ପିକ ଗେମ୍ସରେ ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ହାସଲ କରିଥିଲେ। ପ୍ୟାଡକ ଜଣେ କ୍ଷୀଣ ଆଫ୍ରିକୀୟ ଯୁବକଙ୍କୁ ଭେଟି ଥିଲେ ଯିଏ କ୍ରୀଡ଼ାବିତ୍ ହେବାକୁ ଚାହୁଁଥିଲେ। ତାଙ୍କୁ ପ୍ୟାଡିକ୍ କହିଥିଲେ “ତୁମେ ଯଦି ଭାବିବ ଯେ ତୁମେ କୃତକାର୍ଯ୍ୟ ହେବ, ତେବେ ତୁମେ କରିପାରିବ।”
ଲାଲ କହିଥିଲେ କ୍ୟାନ୍ସରରୁ ସୁସ୍ଥ ହେବା ପରେ ସେ ଦ୍ୱିତୀୟ ଜୀବନ ପାଇଛନ୍ତି ଯାହାକି ପ୍ରଥମ ଠାରୁ ଖୁବ୍ ସୁନ୍ଦର।

ଶ୍ରୀ ଲାଲ୍ ୧୯୮୨ ରୁ ୧୮୯ ମଧ୍ୟରେ ଭାରତ ପାଇଁ ୧୬ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି, ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସରୋଜ ପଣ୍ଡା ବକ୍ତବ୍ୟ ରଖିଥିଲେ। ସର୍ଜିକାଲ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡାକ୍ତର ସୁନୀଲ୍ ଅଗ୍ରୱାଲ୍ ଧନ୍ୟବାଦ ଅର୍ପଣ କରିଥିଲେ।

ଅରୁଣ ଲାଲ କ୍ୟାନ୍‌ସର ପୂର୍ବତନ କ୍ରିକେଟର ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ: ବିବାହ ମଣ୍ଡପରେ କର୍ତ୍ତା ଭାବେ ବସିଲେ ମୁଖ୍ୟମନ୍ତ୍ରୀ

February 3, 2026

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026
Latest News

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ: ବିବାହ ମଣ୍ଡପରେ କର୍ତ୍ତା ଭାବେ ବସିଲେ ମୁଖ୍ୟମନ୍ତ୍ରୀ

February 3, 2026

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.