Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୧୦୦ କିଲୋମିଟରରୁ ଅଧିକ ପଦଯାତ୍ରା କରିବେ କୋରିଆ ଗଣରାଜ୍ୟର ୧୦୮ ବୌଦ୍ଧ ତୀର୍ଥଯାତ୍ରୀ
ଆଜିର ଖବର

୧୧୦୦ କିଲୋମିଟରରୁ ଅଧିକ ପଦଯାତ୍ରା କରିବେ କୋରିଆ ଗଣରାଜ୍ୟର ୧୦୮ ବୌଦ୍ଧ ତୀର୍ଥଯାତ୍ରୀ

February 6, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ବିଭାଗର ସଚିବ ଅପୂର୍ବ ଚନ୍ଦ୍ର ଆଜି ଘୋଷଣା କରିଛନ୍ତି ଯେ, କୋରିଆ ଗଣରାଜ୍ୟର ୧୦୮ ଜଣ ବୌଦ୍ଧ ତୀର୍ଥଯାତ୍ରୀ ଦକ୍ଷିଣ କୋରିଆର ସାଙ୍ଗୱଲ୍ ସୋସାଇଟି ଦ୍ୱାରା ଆୟୋଜିତ ପଦ ଯାତ୍ରାର ଅଂଶ ବିଶେଷ ଭାବରେ ୪୩ ଦିନରେ ୧,୧୦୦ କିଲୋମିଟରରୁ ଅଧିକ ବାଟ ଯାତ୍ରା କରିବେ।

ଶ୍ରୀ ଚନ୍ଦ୍ର କହିଛନ୍ତି ଯେ, ଏହି ଅବସରର ମହତ୍ତ୍ୱ ବଢ଼ି ଯାଇଛି, କାରଣ ଭାରତ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ରାଜନୈତିକ ସମ୍ବନ୍ଧ ସ୍ଥାପନାର ୫୦ ବର୍ଷ ପୂରଣ ହେବାର ଉତ୍ସବ ପାଳନ ହେଉଛି। ତୀର୍ଥଯାତ୍ରାର ଉଦ୍ଦେଶ୍ୟ ଉଭୟ ଦେଶ ମଧ୍ୟରେ ମିତ୍ରତା ଏବଂ ସହଯୋଗକୁ ବୃଦ୍ଧି କରିବା। ଏହି ପର୍ଯ୍ୟଟକମାନେ ଭାରତରେ ଉତ୍ତର ପ୍ରଦେଶ ଏବଂ ବିହାର ସ୍ଥିତ ବୌଦ୍ଧ ତୀର୍ଥ ସ୍ଥଳୀ ଗୁଡିକର ପରିଦର୍ଶନ କରିବେ ଏବଂ ଏହା ପରେ ନେପାଳ ଗସ୍ତ କରିବେ।

ଶ୍ରୀ ଚନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଥିଲା, ଯେପରି ଭାରତର ବୌଦ୍ଧ ପର୍ଯ୍ୟଟନ ସର୍କିଟ୍କୁ ସମଗ୍ର ବିଶ୍ୱ ସମ୍ମୁଖକୁ ଅଣାଯିବ। ସର୍କିଟ୍ ପର୍ଯ୍ୟଟକ ମାନଙ୍କୁ ଭଗବାନ ବୁଦ୍ଧଙ୍କ ଶିକ୍ଷା ସମ୍ପର୍କରେ ଅନୁଭବ କରାଇବା ନିମନ୍ତେ ସହାୟତା କରିଥାଏ ଏବଂ ବୁଦ୍ଧଙ୍କ ଜୀବନକାଳର ଅନେକ ପଦଚିହ୍ନ ଗୁଡିକ ସମ୍ପର୍କରେ ଜଣାଇଥାଏ। ତୀର୍ଥଯାତ୍ରା ସମୟରେ ପରିସରଭୁକ୍ତ ହୋଇଥିବା ସ୍ଥଳୀ ଗୁଡିକରେ ବୁଦ୍ଧଙ୍କ ଜନ୍ମରୁ ଆରମ୍ଭ କରି ତାଙ୍କର ପରିନିର୍ବାଣ ପର୍ଯ୍ୟନ୍ତ ଜୀବନକାଳ ସାମିଲ୍ ଅଟେ।

ସଚିବ ତୀର୍ଥଯାତ୍ରୀ ମାନଙ୍କୁ ସ୍ୱାଗତ କରିଛନ୍ତି, ଏବଂ ଭାରତ ସରକାରଙ୍କ ତରଫରୁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ଆଶ୍ୱାସନା ପ୍ରଦାନ କରିଛନ୍ତି ଏବଂ ଆଶା ବ୍ୟକ୍ତ କରିଛନ୍ତି ଯେ, ତୀର୍ଥଯାତ୍ରୀ ଏହି ଯାତ୍ରା ଦ୍ୱାରା ବୌଦ୍ଧ ଦର୍ଶନର ଗଭୀର ଜ୍ଞାନକୁ ପ୍ରାପ୍ତ କରି ପାରିବେ।
ପର୍ଯ୍ୟଟକ ମାନେ ୯ ଫେବୃୟାରୀରୁ ୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଭାରତ ଏବଂ ନେପାଳରେ ବୌଦ୍ଧ ଧର୍ମର ପବିତ୍ର ସ୍ଥଳୀ ଗୁଡିକର ୪୩ ଦିନର ପରିଦର୍ଶନ କରିବେ। ‘ଓହୋ ୱି (ଆମେମାନେ)! ଓହୋ ଲଭ୍ (ପ୍ରିୟ)! ଓହୋ ଜୀବନ (ଲାଇଫ୍) ! ସ୍ଲୋଗାନ ସହିତ ସାଙ୍ଗୱଲ ସୋସାଇଟି ଦ୍ୱାରା ଆୟୋଜିତ ତୀର୍ଥଯାତ୍ରାର ଉଦ୍ଦେଶ୍ୟ ହେଉଛି ଭାରତରେ ତୀର୍ଥଯାତ୍ରା ମାଧ୍ୟମରେ ବୌଦ୍ଧ ସଂସ୍କୃତିର ଭକ୍ତି କାର୍ଯ୍ୟକଳାପ ଗୁଡିକୁ ପ୍ରସାର କରିବା, ଯେଉଁଠାରେ ବୁଦ୍ଧଙ୍କ ଜୀବନ ଏବଂ ପଦଚିହ୍ନ ସଂରକ୍ଷିତ ହୋଇ ରହିଛି।

ଭାରତରେ କୋରିଆ ଗଣରାଜ୍ୟର ରାଷ୍ଟ୍ରଦୂତ ଚାଙ୍ଗ ଜେ – ବୋକ୍ କହିଛନ୍ତି ଯେ, ୨୦୨୩ ବର୍ଷଟି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ନିମନ୍ତେ ବିଶେଷ ଅଟେ, କାରଶ ଦୁଇ ଦେଶ ରାଜନୈତିକ ସମ୍ବନ୍ଧର ୫୦ ବର୍ଷର ସେହି ଐତିହାସିକ ମାଇଲ୍ ଖୁଂଟର ଉତ୍ସବ ପାଳନ କରୁଛନ୍ତି। ସେ କହିଥିଲେ ଯେ, ଏହି ଅବସର ଭାରତର ଜି ୨୦ ଅଧ୍ୟକ୍ଷତା ସହିତ ମଧ୍ୟ ମେଳ ଖାଉଛି ଏବଂ ଦକ୍ଷିଣ କୋରିଆ ଜି ୨୦ ରେ ଭାରତର ସଫଳତା ନିମନ୍ତେ ପ୍ରତିବଦ୍ଧ ଅଟେ। ରାଷ୍ଟ୍ରଦୂତ ଆହୁରି ମଧ୍ୟ କହିଥିଲେ ଯେ, ବୌଦ୍ଧ ଶିକ୍ଷା ଭାରତର ଜି ୨୦ ଅଧ୍ୟକ୍ଷତାର ଆଦର୍ଶ ବାକ୍ୟ ‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ ଅନୁରୂପ ଅଟେ।

ଭାରତ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଧାର୍ମିକ ସମ୍ବନ୍ଧ ଉପରେ ରାଷ୍ଟ୍ରଦୂତ ଏହା କହିଥିଲେ ଯେ, ଏହା ମଜଭୁତ ଭାବନା ଗୁଡିକୁ ସୃଷ୍ଟି କରିଥାଏ ଏବଂ ଦ୍ୱିପାକ୍ଷିକ ସମ୍ବନ୍ଧକୁ ପ୍ରୋତ୍ସାହିତ କରୁଥିବା ଦୁଇ ବ୍ୟକ୍ତି ମାନଙ୍କ ମଧ୍ୟରେ ଅନେକ ସଦ୍ଭାବନା ସୃଷ୍ଟି କରିଥାଏ। ସେ ଆହୁରି ମଧ୍ୟ କହିଥିଲେ ଯେ, ପ୍ରତି ବର୍ଷ ହଜାର ହଜାର ପର୍ଯ୍ୟଟକ କୋରିଆରୁ ଭାରତକୁ ପରିଦର୍ଶନରେ ଆସିଥାନ୍ତି ଏବଂ ଏହି ପଦ ଯାତ୍ରାର ଆୟୋଜନ କୋରିଆର ବୌଦ୍ଧ ଧର୍ମର ଜୋଗେ ଅର୍ଡର ଦ୍ୱାରା କରାଯାଉଛି। ପଦ ଯାତ୍ରା ବାରଣାସୀର ସାରନାଥରୁ ଆରମ୍ଭ ହେବ ଏବଂ ନେପାଳ ଦେଇ ଶ୍ରାବସ୍ତୀରେ ସମାପ୍ତ ହେବ।

ଏହି ଆୟୋଜନର ମହତ୍ୱ ସମ୍ପର୍କରେ ଗଣମାଧ୍ୟମକୁ ସୂଚିତ କରି, ରାଷ୍ଟ୍ରଦୂତ ଏହା କହିଛନ୍ତି ଯେ, ଏହି ବୃହତ୍ ବୌଦ୍ଧ ତୀର୍ଥଯାତ୍ରା ଆମର ଅଂଶୀଦାରିତ ବୌଦ୍ଧ ଐତିହ୍ୟ ନିମନ୍ତେ ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଅଟେ। ଏହା ଲୋକ ମାନଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ଗଭୀର କରିବାରେ ବହୁତ ସାହାଯ୍ୟକାରୀ ସାବ୍ୟସ୍ତ ହେବ। ସେ କହିଥିଲେ ଯେ, ତୀର୍ଥଯାତ୍ରୀ ମାନଙ୍କ ମଧ୍ୟରେ ବୌଦ୍ଧ ଭିକ୍ଷୁ ସାମିଲ୍ ହେବେ, ଯେଉଁମାନେ

୧. ଆଠଟି ପ୍ରମୁଖ ପବିତ୍ର ବୌଦ୍ଧ ସ୍ଥଳୀ ଗୁଡିକରେ ଭକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ,

୨. ଭାରତୀୟ ବୌଦ୍ଧ ଧର୍ମ ଏବଂ ସଂସ୍କୃତିକୁ ଅନୁଭବ କରିବେ, ଏବଂ ଧାର୍ମିକ ନେତୃତ୍ୱ ମାନଙ୍କର ଦ୍ୱିପାକ୍ଷିକ ବୈଠକ କରିବେ ଏବଂ

୩. ବିଶ୍ୱ ଶାନ୍ତି ନିମନ୍ତେ ପ୍ରାର୍ଥନା ସଭା ଏବଂ ଜୀବନର ଗୌରବ ନିମନ୍ତେ ଆଶୀର୍ବାଦ ସମାରୋହ ଆୟୋଜିତ କରିବେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026
Latest News

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.