
ଭୁବନେଶ୍ବର: ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡା ଗସ୍ତ କରିବେ। କାରଣ ହେଲା ଆସନ୍ତାକାଲି ଗୁରୁବାରରେ ମନ୍ତ୍ରୀ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି। ସେହି ସଭାରେ ଯୋଗଦେବା ପାଇଁ ନବୀନ ଯିବେ ବୋଲି ଜଣାପଡିଛି। ଏଥିପାଇଁ ଝାରସୁଗୁଡା ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
କେବେଳ ମୁଖ୍ୟମନ୍ତ୍ରୀ ନୁହେଁ, ଆସନ୍ତାକାଲି ପ୍ରାୟ ରାଜ୍ୟର ସମସ୍ତ ମନ୍ତ୍ରୀ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏପରିକି ଅନେକ ବିଧାୟକ ଏବଂ ସାଂସଦମାନେ ମଧ୍ୟ ଏହି ସଭାରେ ଯୋଗଦେବେ। ଏହି ସଭାକୁ ଠିକ ଭାବରେ ପରିଚାଳନା କରିବା ପାଇଁ ପୂର୍ବରୁ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସେଠାରେ ଅଛନ୍ତି।