Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନବନିଯୁକ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ଦିଆଗଲା ପ୍ରଶିକ୍ଷଣ
ଆଜିର ଖବର

ନବନିଯୁକ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ଦିଆଗଲା ପ୍ରଶିକ୍ଷଣ

February 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
OASTraining
ନବନିଯୁକ୍ତ ପ୍ରଶାସନିକ ଅଧିକାରୀମାନଙ୍କ ଦିଆଗଲା ପ୍ରଶିକ୍ଷଣ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବାରେ ନବନିଯୁକ୍ତ ଅଧିକାରୀମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥାନୀୟ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଆଜି ଉଦ୍‌ଘାଟିତ ହୋଇଛି । ପ୍ରଶିକ୍ଷାର୍ଥୀମାନଙ୍କୁ ନିଷ୍ଠାପରତା ତଥା ବୃତ୍ତିଗତ ସଫଳତାର ପଥ ଅନୁସରଣ କରିବା ପାଇଁ ଅତିଥିମାନେ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର୍‌. ବାଲକ୍ରିଷ୍ଣନ୍‌, ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ଡ. ସୁବ୍ରତୋ ବାଗ୍‌ଚୀ ଓ ଏକାଡେମୀର ମହାନିର୍ଦ୍ଦେଶକ ଶ୍ରୀ ରାଜକୁମାର ଶର୍ମା ପ୍ରମୁଖ ଶିକ୍ଷାନବିସମାନଙ୍କୁ ଏହି ମର୍ମରେ ସାଧୁତା ଓ ପ୍ରଶାସନିକ ପ୍ରତିବଦ୍ଧତା ରକ୍ଷା ଉପରେ ଗୁରୁତ୍ୱ ଦେବାକୁ ଉଲ୍ଲେଖ କରିଛନ୍ତି ।

କାର୍ଯ୍ୟକ୍ରମ ଉଦ୍‌ଘାଟନ କରି ଶ୍ରୀ ଆର୍‌ ବାଲ୍‌କ୍ରିଷ୍ଣନ୍‌ ଓଡ଼ିଶାରେ ତାଙ୍କର ସୁଦୀର୍ଘ ବୃତ୍ତିଗତ ଅଭିଜ୍ଞତା ଉପରେ ଆଲୋକପାତ କରିବା ସହିତ ଦେଶରେ ଏକ ଅଗ୍ରଣୀ ଓ ସଫଳ ରାଜ୍ୟ ଭାବେ ଓଡ଼ିଶା ଉଭା ହୋଇଛି ବୋଲି ପ୍ରକାଶ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ତଥା ବିବିଧ ମାନବସମ୍ବଳ ବିକାଶ ସୂଚକାଙ୍କଗୁଡ଼ିକରେ ଓଡ଼ିଶାର ସଫଳତା ବହୁ ମହଲରେ ଉଚ୍ଚ ପ୍ରଶଂସିତ ହେବା ଦର୍ଶାଇ ଶ୍ରୀ ବାଲକ୍ରିଷ୍ଣନ ମହିଳା ସଶକ୍ତିକରଣର ଦୃଷ୍ଟାନ୍ତ ପ୍ରଦାନ କରିଥିଲେ । ଅନୁରୂପ ଭାବରେ ବିଶ୍ୱକପ୍‌ ହକି ଓ ମେକ୍‌ ଇନ୍‌ ଓଡ଼ିଶା ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଆୟୋଜନରେ ୫-‘ଟି’ ନୀତି ସଫଳତା ଆଣିବାରେ ସାହାଯ୍ୟ କରିଛି ବୋଲି ସେ ପ୍ରକାଶ କରିଥିଲେ ।

ଡ. ବାଗ୍‌ଚୀ ତାଙ୍କର ଭିତ୍ତି ବକ୍ତବ୍ୟ ପ୍ରଦାନ କରି ଶିକ୍ଷାନବିସମାନେ ସେମାନଙ୍କ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ନୈତିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେବା ପାଇଁ ଆହ୍ୱାନ ଜଣାଇଥିଲେ । ନିଜର ବିବେକ, ନିଷ୍ଠାପରତା, ସାଧୁତା ଓ ଅଙ୍ଗୀକାର ସହିତ କୌଣସି ପରିସ୍ଥିତିରେ ସାଲିସ୍‌ ନକରିବାକୁ ସେ ଶିକ୍ଷାନବିସମାନଙ୍କୁ ପରାମର୍ଶ ଦେଇଥିଲେ ।

ଏକାଡେମୀର ମହାନିର୍ଦ୍ଦେଶକ ଶ୍ରୀ ଶର୍ମା ଉଦ୍‌ଘାଟନ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ଶିକ୍ଷାନବିସମାନେ ଚରିତ୍ର, ଦକ୍ଷତା ଓ ସହାନୁଭୂତି ପରି ତିନୋଟି ସ୍ତମ୍ଭ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଦର୍ଶାଇବା ସହିତ ଏପରି କାର୍ଯ୍ୟକ୍ରମକୁ ଅଧିକ ଫଳପ୍ରଦ ଓ ଉପଯୋଗୀ କରିବା ନିମନ୍ତେ ନିୟମିତ ମତାମତ ଦେବା ପାଇଁ ଯୁବ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଶିକ୍ଷାନବିସମାନଙ୍କ ମଧ୍ୟରୁ ଶ୍ରୀ କିରଣ କୁମାର ମହାନ୍ତି ଏପରି ପ୍ରଶିକ୍ଷଣର ପାଠ୍ୟକ୍ରମରେ ନେତୃତ୍ୱ, ସମୟ ଓ ଲୋକପରିଚାଳନାକୁ ଅନ୍ତର୍ଭୁକ୍ତ କରିବାକୁ ଅନୁରୋଧ କରିଥିଲେ ।
କାର୍ଯ୍ୟକ୍ରମରେ ଏକାଡେମୀର ନୂତନ ଲୋଗୋ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ୩୧ ଜଣ ଯୁବ ଅଧିକାରୀ ଅଂଶଗ୍ରହଣ କରିଛନ୍ତି।

ଆଜି ଉଦ୍‌ଘାଟିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତା ମଇ ମାସ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏକାଡେମୀର ଅତିରିକ୍ତ କମିଶନର ଡ. ହିମାଂଶୁ ଭୂଷଣ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପମହାନିର୍ଦ୍ଦେଶକ ଶ୍ରୀ ପ୍ରତାପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉପନିର୍ଦ୍ଦେଶକ ଡ. ମମତାରାଣୀ ନାୟକ ମଞ୍ଚ ପରିଚାଳନା କରିଥିବାବେଳେ ଯୁଗ୍ମନିର୍ଦ୍ଦେଶକ ଶ୍ରୀମତୀ କାନନବାଳା ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ

February 12, 2026

ଆସନ୍ତାକାଲି ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଓ ୨’ ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 12, 2026

ଦଳର ଲକ୍ଷ୍ୟ କ’ଣ?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ବଡ ବୟାନ

February 12, 2026

“କୌଣସି ବର୍ଗକୁ ଅପମାନ କରିବା ଭୁଲ”: “ଘୁଷଖୋର ପଣ୍ଡିତ” ର ନିର୍ମାତାଙ୍କୁ କଡ଼ା ଭର୍ତ୍ସନା କଲେ ସୁପ୍ରିମକୋର୍ଟ

February 12, 2026
Latest News

ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ

February 12, 2026

ଆସନ୍ତାକାଲି ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଓ ୨’ ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 12, 2026

ଦଳର ଲକ୍ଷ୍ୟ କ’ଣ?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ବଡ ବୟାନ

February 12, 2026

“କୌଣସି ବର୍ଗକୁ ଅପମାନ କରିବା ଭୁଲ”: “ଘୁଷଖୋର ପଣ୍ଡିତ” ର ନିର୍ମାତାଙ୍କୁ କଡ଼ା ଭର୍ତ୍ସନା କଲେ ସୁପ୍ରିମକୋର୍ଟ

February 12, 2026

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ସମାପ୍ତ ହେବ କି?: ଲୋକସଭାରେ ପ୍ରସ୍ତାବ ଦେଲେ ବିଜେପି ସାଂସଦ 

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.