ନବ ଦାସଙ୍କୁ ମନେ ପକାଇ ସଭାରେ କାନ୍ଦି ପକାଇଲେ ଝିଅ ଦୀପାଳି

Published: Feb 9, 2023, 6:00 pm IST
Dipali Das

ଝାରସୁଗୁଡା: ଆଜି ମନ୍ତ୍ରୀ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ବେଶ ଭାବ ବିହୋଳ୍ବ ହୋଇପଡିଲେ ତାଙ୍କ ଝିଅ ଦୀପାଳି ଦାସ। ସେ ସେହି ସଭାରେ ଉଦବୋଧନ ଦେବା ବେଳେ କାନ୍ଦି ପକାଇଥିଲେ। ସେ କହିଥିଲେ ଯେ, ଆତ୍ମାର କେବେ ମୃତ୍ୟୁ ହୁଏ ନାହିଁ। ମୋ ବାପାଙ୍କ ଆତ୍ମା ବଞ୍ଚିଛି। ସେ ଏବେ ମଧ୍ୟ ଆମ ପାଖରେ ଅଛନ୍ତି। ଆମକୁ ଦିଗଦର୍ଶନ ଦେଉଛନ୍ତି।

ସେ ମରିଯିବା ପରେ ଆମେ ଅନାଥ ହୋଇଗଲୁ ବୋଲି ଭାବିଲୁ। ହେଲେ ଝାରସୁଗୁଡାବାସୀ ଅନାଥ ହୋଇଗଲେ ବୋଲି ଆମକୁ ଆସି କହିଲେ। ସେଥିପାଇଁ ଆମେ ଭାବିଲୁ ଯେ ବାପା ଆମକୁ ବଡ ପରିବାରଟିଏ ଦେଇଛନ୍ତି। ଆଜି ସ୍ବର୍ଗତ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଝାରସୁଗୁଡାର ସରବାହଲରେ ଆୟୋଜିତ ହୋଇଥିଲା। ଏହି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେଇଥିଲେ।

Related posts