Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ବିଜେଡି ମୁଖପାତ୍ର ଏବଂ ମିଡିଆ ପ୍ୟାନେଲିଷ୍ଟ
ଆଜିର ଖବର

ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ବିଜେଡି ମୁଖପାତ୍ର ଏବଂ ମିଡିଆ ପ୍ୟାନେଲିଷ୍ଟ

May 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
BJD panellist met Naveen
BJD panellist met Naveen

ସମୀକ୍ଷା ବ୍ୟୁରୋ

ବିଜେଡି ମିଡିଆ ପ୍ୟାନେଲିଷ୍ଟ ଏବଂ ମୁଖପାତ୍ରମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଚଳିତ ନିର୍ବାଚନରେ ବିଜେଡି ନବୀନଙ୍କ ନେତୃତ୍ୟରେ ବିପୁଳ ବିଜୟ ହାସଲ କରି ପଞ୍ଚମ ଥର ପାଇଁ କ୍ଷମତା ହାସଲ କରିବାକୁ ଯାଉଛି। ଏଥିରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଞ୍ଚମ ଥର ପାଇଁ ଶପଥ ନେବାକୁ ଯାଉଛନ୍ତି। ଏହି ଅବସରରେ ବିଜେଡି ମଡିଆ ସେଲର ସଦସ୍ୟଗଣ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଚଳିତ ନିର୍ବାଚନରେ ବିଜେଡି ମୁଖପାତ୍ର ତଥା ମଡିଆ ପ୍ୟାନେଲିଷ୍ଟ ରଣାଙ୍ଗନରେ ନ ଲଢି ଦଳ ପାଇଁ ମିଡିଆରେ ଲଢେଇ କରିଥିଲେ। ଏମାନେ ବିଜେଡିର ସ୍ବଚ୍ଛ ଶାସନ ତଥା ନବୀନଙ୍କ ସ୍ବଚ୍ଛ ଭାବମୂର୍ତ୍ତିକୁ ନିଜର ବୁଦ୍ଧି ତଥା ବାକଚାତୁରୀରେ ଅକ୍ଷୁର୍ଣ୍ଣ ରଖିବାରେ ସଫଳ ହୋଇପାରିଥିଲେ। ଏପରିକି ବିଜେପିର ଶାଣିତ ସ୍ବରକୁ ଠିକ ଭାବେ ଏହି ମୁଖପାତ୍ରମାନେ ପ୍ରତିରୋଧ କରିପାରି ଥିଲେ। ଘଣ୍ଟା ଘଣ୍ଟା ଧରି ଟେଲିଭିଜନରେ ବିତର୍କ କରିବା ଏବଂ ଦଳୀୟ ଅଫିସରେ ମିଡିଆକୁ ବିଭିନ୍ନ ସମୟରେ ବିବୃତି ଦେବା କାର୍ଯ୍ୟରେ ଲିପ୍ତ ଥିଲେ ଏହି ମୁଖପାତ୍ରଗଣ। ନିର୍ବାଚନ ସମୟରେ କେତେକ ନିର୍ଦ୍ଧିଷ୍ଠ ଗଣମାଧ୍ୟମ ବିଜେଡିକୁ ଯେପରି ନିନ୍ଦିତ କରିବାକୁ ଚେଷ୍ଠା କରିଥିଲା ସେଥିରେ ଏହି ପ୍ୟାନେଲିଷ୍ଟମାନେ ତାହାର ଦୃଢ ଜବାବ ଦେବାରେ ସକ୍ଷମ ହୋଇଥିଲେ। ନଚେତ ଟିଭି ଦର୍ଶକଙ୍କ ଆଗରେ ବିଜେଡି ଯେ ନିନ୍ଦିତ ହୋଇଥାଆନ୍ତା ସେଥିରେ ସନ୍ଦେହ ନାହିଁ। ବିଜେଡିର ସବୁ ନେତା ଓ ପ୍ରାର୍ଥୀ ନିର୍ବାଚନରେ ମାତିଥିବା ବେଳେ ଏମାନେ ଗଣମାଧ୍ୟମରେ ବିଜେଡିର ସମ୍ମାନ ରଖିବାରେ ଅହରହ ଚେଷ୍ଠା କରିବା ନିଶ୍ଚିତ ପ୍ରଶଂସାର କାମ। ଯାହାର ଫଳ ସ୍ବରୂପ ବିଜେଡି ଚଳିତ ନିର୍ବାଚନରେ ପୁଣି ଥରେ ଲୋକଙ୍କ ପ୍ରିୟ ଭାଜନ ହୋଇପାରିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଡିଜେଲ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି

April 11, 2026

ମିଆଁପୁରର ନାମ ବଦଳାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଏବେ ରବିନ୍ଦ୍ର ନଗର ଟାଗୋରଙ୍କ ନାମରେ ହେବ ପରିଚିତ

April 11, 2026

ୟୁପିରେ SIR ଦ୍ଵାରା କଟିଲା ୨.୮୯ କୋଟି ନାମ: ପୂର୍ବରୁ ଥିଲେ କେତେ ଭୋଟର?

April 11, 2026

ପଶ୍ଚିମବଙ୍ଗରେ ବିଜେପି ର କିଏ ହେବେ ମୁଖ୍ୟମନ୍ତ୍ରୀ?: ଅମିତ ଶାହଙ୍କ ବଡ଼ ଘୋଷଣା

April 11, 2026
Latest News

ଡିଜେଲ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି

April 11, 2026

ମିଆଁପୁରର ନାମ ବଦଳାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଏବେ ରବିନ୍ଦ୍ର ନଗର ଟାଗୋରଙ୍କ ନାମରେ ହେବ ପରିଚିତ

April 11, 2026

ୟୁପିରେ SIR ଦ୍ଵାରା କଟିଲା ୨.୮୯ କୋଟି ନାମ: ପୂର୍ବରୁ ଥିଲେ କେତେ ଭୋଟର?

April 11, 2026

ପଶ୍ଚିମବଙ୍ଗରେ ବିଜେପି ର କିଏ ହେବେ ମୁଖ୍ୟମନ୍ତ୍ରୀ?: ଅମିତ ଶାହଙ୍କ ବଡ଼ ଘୋଷଣା

April 11, 2026

ନୂତନ EV ନୀତିର ଡ୍ରାଫ୍ଟ ପ୍ରକାଶ କଲେ ଦିଲ୍ଲୀ ସରକାର: 100% ସଡ଼କ ଟିକସ ଏବଂ ପଞ୍ଜୀକରଣ ଫି ରିହାତି

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.