ରାଜଭବନରେ ଉଦଘାଟନ ହେଲା ଅଭିଷେକ ହଲ, ଜାଣନ୍ତୁ କଣ ରହିଛି ବିଶେଷତ୍ବ

Published: Feb 11, 2023, 8:10 am IST
AbhishekHall

ଭୁବନେଶ୍ବର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗତକାଲି ଅପରାହ୍ନ ରାଜଭବନ ପରିସରରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନୂତନ ଅଭିଷେକ ହଲର ଶୁଭ ଉଦ୍‌ଘାଟନ କରିଛନ୍ତ।

ଏହି ଅଭିଷେକ ହଲଟି ୪୭ ହଜାର ୩୯୦ ବର୍ଗଫୁଟ ବିଶିଷ୍ଟ ସ୍ଥାନରେ ନିର୍ମାଣ କରାଯାଇଛି।ଏହି ଅତ୍ୟାଧୁନିକ ଭବ୍ୟ ଅଭିଷେକ ହଲର ନିର୍ମାଣରେ ୨୫.୨୩ କୋଟି ଟଙ୍କା ବ୍ୟୟ ହୋଇଛି।

ଏହାର ମୁଖ୍ୟ ସମ୍ମିଳନୀ କକ୍ଷରେ ୯୦୦ ଅତିଥିଙ୍କ ବସିବା ସୁବିଧା ରହିଥିବାବେଳେ ୧୨୦୦ ଲୋକ ଠିଆ ହୋଇପାରିବେ। ମୁଖ୍ୟ ସମ୍ମିଳନୀ କକ୍ଷ ସହ ବାଙ୍କୁଏଟ୍‌ ହଲ୍‌, ୫ଟି ଲାଉଞ୍ଜ, ୪ଟି ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ରହିଛି। ଏହି ଅଭିଷେକ ହଲରେ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଯାଇଛି।

Related posts